ପିଠା

ଉଇକିଅଭିଧାନ‌ରୁ

ବିଶେଷ୍ୟ[ସମ୍ପାଦନା]

ଚାଉଳ ଚୂନା ବା ପିଠଉଦ୍ୱାରା ପ୍ରସ୍ତୁତ ହେଉଥିବା ଖାଦ୍ୟ ।ପିଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଷ୍ଟକ)[ସମ୍ପାଦନା]

ଗହମ, ତୁଣ୍ଡଳ, ମୂଗ ଆଦି ବଟା ବା ଚୂନାଦ୍ୱାରା ପ୍ରସ୍ତୁତ ହେଉଥିବା ଖାଦ୍ୟ — Cake.

ଲାଞ୍ଚୁଆ ବ୍ରହ୍ମାଘାତ ଧେନି ବିନାଶକ ଜ ଦେଇ କ୍ଷୀରୀ ପିଠା ଖେଚେଡ଼ି ଭକ୍ଷକ କୃଷ୍ଣସିଂହ ମହାଭାରତ ଦ୍ରୋଣ

[ଦ୍ରଷ୍ଟବ୍ୟ —ପିଠା ଅନେକ ପ୍ରକାରରେ ତିଆରି ହୁଏ ଚାଉଳ ବଟା ପାଣିଆ ହେଲେ ତାକୁ ପିଠତ୍ ଓ ଘନ ହେଲେସ ତାକୁ ଖଳି ବା ସୋଦୁଆ ବୋଲା ଯାଏ

ପୋଡ଼ି କରି, ଭାଜି କରି, ତେଲ ବା ଘିଅର ଛାଣି; ପାଣିରେ ସିଝାଇ ଓ ବାମ୍ଫରେ ସିଝାଇ ପିଠା ତିଆରି କରାଯାଏ

କେତେଗୁଡ଼ିଏ ପିଠାର ନାମ ଯଥା—କାକରା, ନାନମାନ, ଆରିସା ପୁରି ବା ଲୁଚି, ରିଟୀ, ଖଳିରୁଟୀ, ଇଣ୍ଡୁରୀ ବା ଏଣ୍ଡୁରି, ଚକୁଳି, ଚିତଉ, ପୋଡ଼ପିଠା, ମଣ୍ଡା, ଗଇଁଠା, ପୁଳି, ବିରିଲଡ଼ୁ, ବିରିବରା, ଅପମାଳୁ ବା ଆମାଲୁ (ମାଲପୁଆ), ଝିଲି (କାନ୍ତ ବା ନାଡ଼ି) ଓ ପାପଡ଼ ଇତ୍ୟାଦି ପୁରୀ ଜଗନ୍ନାଥଙ୍କ ଦେଉଳରରେ, ସତ୍ୟବାଦୀ ଗୋପୀନାଥଙ୍କ ନିକଟରେ ଓ ଭୂବନେଶ୍ୱରର ଲିଙ୍ଗରାଜ ମହାଦେବଙ୍କଠାରେ ନାନା ପ୍ରାକାରର ପିଠା ପୂର୍ବରୁ ଚଳି ଆସୁଅଛି, ଯଥା—

ପୁରୀ ଜଗନ୍ନାଥଙ୍କ ନିକଟରେ— ଜଗନ୍ନାଥବଲ୍ଲଭ, ଭଜା, ଗଜା, ଖୁରୁମା, ମଗଜଲଡ଼୍, ଛେନାତାଡ଼ିଆ, ଛେନାମାଣ୍ଡିଅ ଓ ଚନ୍ଦ୍ରକାନ୍ତ ଓ ତିପୁରୀ; ସତ୍ୟବାଦୀ ଗୋପୀନାଥଙ୍କ ନିକଟରେ—ଗୋପାଳବଲ୍ଲଭ, ସରପୁଳୀ, କକରା ଓ ଡାଳିମ୍ୱ, ଅମୃତ ରସାବଳୀ; ଭୂବନେଶ୍ୱର ନିଙ୍ଗରାଜଙ୍କ ନିକଟରେ—ବସନ୍ତ ବା ବସନ୍ତ ଆରିଷା, କାନ୍ତି ଓ ପିଠା ମଧ୍ୟ ଲୋକେ କରୁଅଛନ୍ତି

ଗଞ୍ଜାମରେ ଲଙ୍କାମରିଟକୁ ପିଠଉରେ ବୁଡ଼ାଇ ଘିଅରେ ବା ତେଲରେ ଛାଣନ୍ତି ଏହାକୁ—ପକୌଡ଼ୀ କହନ୍ତି]