ପିଠି

ଉଇକିଅଭିଧାନ‌ରୁ

ପିଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ପେଟ—ବିପରିତ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୃଷ୍ଠ)[ସମ୍ପାଦନା]

୧. ପୃଷ୍ଠ ଦେଶ; ଜୀବ ଦେହରେ ପେଟର ବିପରୀତ ବା ଉପରସ୍ଥ ଅଂଶ —୧. Back.

ଆରେ ଶକୁନି ଯା ଧରିଛ ପଣା କାଠ ସେହି କାଣ୍ଡ ହୋଇଣ ଗଳିଯିବା ପିଠି କୃଷ୍ଣସିଂହ. ମହାଭାରତ, ସଭା

୨. କୌଣସି ପଦାର୍ଥର ଉପରି ଭାଗ — ୨. The surface of a thing.
୩. ପଦାର୍ଥର ଗୋଟିଏ ପାଖ — ୩. One side of a thing.

ଆର ପିଠି ପର୍ଦାଣରେ ମୁଖ ନ ଦିଶଇ ପ୍ରାଚୀ. ଗୁରୁଭକ୍ତି ଗୀତ

୪. କୌଣସି ସ୍ଥାନକୁ ଯିବା ବା ଫେରିବାର ଏକ ଥର — ୪. One trip of a double journey.

(ଯଥା—ରିପ୍ଲାଇ କାର୍ଡର ପ୍ରେରକ ଦୁଇ ପିଠିର ଡାକ ମାସୁଲ ଦେଇଥାନ୍ତି)

୫. ପଛ ପାଖ —୫. back side of a thing.

ଏ ପ୍ରେମ ମୋତେ ନ ଲଭଇ ଦର୍ପଣ ପିଠି ପ୍ରାୟ ହୋଇ ଭୂପତି, ପ୍ରେମପଞ୍ଚାମୃତ

୬. ପକ୍ଷ; ତରଫ —୬. Side; party.

ଏଇଟା ବର ପିଠିକୁ ଦେବାକୁ ପଡ଼େ ଫକୀରମୋହନ. ଗଳ୍ପସ୍ୱଳ୍ପ