ପିତା

ଉଇକିଅଭିଧାନ‌ରୁ

ପିତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପା ଧାତୁ= ରକ୍ଷା; ପାଳନ କରିବା+ କର୍ତ୍ତୃ. ତୃ; ପିତୃ ଶବ୍ଦ ୧ମା ବିଭକ୍ତି ୧ ବଚନ)[ସମ୍ପାଦନା]

୧. ବାପ; ଜନକ —୧. Father.
୨. (ସଂସ୍କୃତ - ଦ୍ୱିବଚନ)—ପିତା ମାତା ଊଭୟ —Parents.
୩. (ସଂସ୍କୃତ - ବହୁବଚନ)—ଚନ୍ଦ୍ରଲୋକବାସୀ ପିତୃ ଲୋକ — Manes.

[ଦ୍ରଷ୍ଟବ୍ୟ —ଏମାନଙ୍କର ନାମ ଯଥା—ଅଗ୍ନିଷ୍ୱାତ୍ତ, ବର୍ହିଷଦ, ସୁଭାସ୍କର, ଆଜ୍ୟପ, ଉପହ୍ୱତ, କ୍ରବ୍ୟାଦି ଓ ସୁକାଳିନି

ଅନ୍ୟ ଭାଷାର ଶବ୍ଦ ସଙ୍ଗେ ଏହି ଶବ୍ଦର ସୌସାଦୃଶ୍ୟ ଯଥା—ସଂସ୍କୃତ—ପିତୃ, ପାର୍ସି—ପଦର୍, ଗ୍ରୀକ୍—ପାଟର୍, ଲାଟିନ୍— ପାଟର୍, ଜର୍ମାନ୍,—ଫାଡେର୍, ଇଂରେଜି—ଫାଦାର୍ ଶାସ୍ତ୍ର ଅନୁସାରେ ଜନ୍ମଦାତା, ଅନ୍ନଦାତା, ଭୟତ୍ରାତା, ଶ୍ୱଶୁର, ଦୀକ୍ଷାଗୁରୁ ଓ ଜ୍ୟେଷ୍ଠ ଭ୍ରାତା ଏମାନେ ପିତାଙ୍କ ପରି

ସମାସରେ 'ପିତା'ଠାରେ ପିତୃ ଶବ୍ଦ ରହେ ଯଥା—ପିତୃସତ୍ୟ, ପିତୃଧନ ଇତ୍ୟାଦି]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଯେଉଁ ତିଅଣରେ ନିମ୍ୱ ଆଦି ପିତା ଦିଆଯାଇ ତିକ୍ତ ସ୍ୱାଦ ଯୁକ୍ତ କରାଯାଏ —୧. A curry flavoured with bitter leaves (e.g. Neem).

ପୁଂ ଓ ସ୍ତ୍ରୀ ===

୨. ପୀତାମ୍ୱର ଓ ପୀତାମ୍ୱରୀର ଡାକ ନାମ — ୧. A name by which Pitāmbara or Pitāmbarī is called.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପିତ୍ତ; ତିକ୍ତ)[ସମ୍ପାଦନା]

୧. ତିକ୍ତ —୧. A bitter taste.
୨. (ଲକ୍ଷଣାର୍ଥ) ତିକ୍ତ ପଦାର୍ଥ ପରି ଯାହା ମନୁଷ୍ୟକୁ ଖରାପ ଲାଗେ, କଟୁ —୨. Bitter; disagreeable.

ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା କରି ବୁଝି ନ ବୁଝି କୋପୀତା ବାଣୀ ପିତା ସରି ଭଞ୍ଜ. ବୈଦେହୀଶବିଳାସ