Jump to content

ପିମ୍ପୁଡ଼ି

ଉଇକିଅଭିଧାନ‌ରୁ

ପିମ୍ପୁଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ପିମ୍ପିଡ଼ି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିପୀଳୀ)[ସମ୍ପାଦନା]

ପ୍ରସିଦ୍ଧ ଷଟ୍ପଦ ପକ୍ଷହୀନ କୀଟ ବିଶେଷ —Formicidae ants.

[ ଦ୍ର—ଆକାରରେ ଓ ସ୍ୱଭାବରେ ଏମାନେ ମହୁ— ମାଛି ପରି; ଏମାନଙ୍କର ଅଣ୍ଟା ଭାରି ସରୁଆ; ଏମାନଙ୍କର ଦୁଇଟା ତୀକ୍ଷ୍ଣ ଦାନ୍ତ ଥାଏ ଏହି ଦୁଇଟି ଦାନ୍ତରେ ଏମାନେ କାମୁ଼ଡ଼ନ୍ତି ଓ ଖାଦ୍ୟ ଦ୍ରବ୍ୟକୁ ଧରନ୍ତି ଏମାନେ ତିନି ଶ୍ରେଣୀର ସ୍ତ୍ରୀ, ପୁରୁଷ ଓ କ୍ଳୀବ କ୍ଳୀବମାନେ ପରିଶ୍ରମ କରନ୍ତି ପକ୍ଷ ହେଲେ ଏମାନେ ଉଡ଼ନ୍ତି ଓ ଶେଷରେ ମୃତ୍ୟୁ ମୁଖରେ ପଡ଼ନ୍ତି

ବ଼ଡ଼, ସାନ, ନାଲି, ଧଳା ଓ କଳା ଆଦି ଭେଦରେ ଏମାନେ ନାନା ଜୀତୀୟ ଉଇ ଓ ଜନ୍ଦାମାନେ ମଧ୍ୟ ଏହା ଶ୍ରେଣୀର ଅନ୍ତର୍ଗତ ଏମାନେ ଭାରି ମିଠାପ୍ରିୟ ଗଛର ପତ୍ରରେ, ମାଟିରେ ଓ ଗଛର ଖୋଲରେ ଏମାନେ ନନା ପ୍ରକାରର ବସା ତିଆରି କରନ୍ତି

୧. ଯେଉଁମାନେ ଆମ୍ୱଗଛରେ ଥାଆନ୍ତି ଓ ଆମ୍ୱ ପତ୍ରମାନଙ୍କୁ ଏକତ୍ର ଜଡ଼ିତ କରି ଗୋଟିଏ ଲେଖାଁଏ ଥଳି ପରି ବସା କରନ୍ତି ତାଙ୍କୁ କାଇ (ବଙ୍ଗାଳୀ - ଆମପିପଡ଼ା) କହନ୍ତି ଏମାନଙ୍କ ରଙ୍ଗ ହଳଦିଆ ଓ ଆକାର ବଡ଼ ଏମାନଙ୍କ ଡିମ୍ୱକୁ ବନିଶୀରେ ଗୁନ୍ଥି ମାଛଙ୍କ ଚରା କରାଯାଏ
୨. ଏକ ପ୍ରକାର ପିମ୍ପୁଡ଼ି କୃଷ୍ଣବର୍ଣ୍ଣ; ଗଛର କୋରଡ଼ ଓ ଛାଲ ତଳେ ବସା କରନ୍ତି ଏମାନଙ୍କୁ କାଠ ପିମ୍ପୁଡ଼ି (ବଙ୍ଗାଳୀ - କାଠପିଁପଡ଼ା) କହନ୍ତି
୩. କଳା କଳା ବଡ଼ଗୋଡ଼ିଆ ମାନଙ୍କୁ ଜନ୍ଦା (ବଙ୍ଗାଳୀ - ଜିଁଆ) ବେଲାଯାଏ ଏ ଜନ୍ଦାମାନେ ବଡ଼ (ଡଗରା) ଓ ସାନ (ଧୂଳିଆ) ଭେଦରେ ନାନା ପ୍ରକାରର ଏମାନଙ୍କ କାମୁଡ଼ିବାଦ୍ୱାରା ରକ୍ତ ବୁହେ ଓ ବିଶେଷ ଜ୍ୱାଳା ହୁଏ


୪. ଧଳା ଧଳା ଜାତୀୟ ପିମ୍ପୂଡ଼ିଙ୍କୁ ଉଇ (ବଙ୍ଗାଳୀ - ଉଇ White ant Termite କହନ୍ତି ଏମାନେ ମାଟିରେ ପାହାଡ଼ ବା ମନ୍ଦିର ପରି ଗର ତିଆରି କରନ୍ତି ଏହାକୁ ହୁଙ୍କା (ବଙ୍ଗାଳୀ - ଢିପି) ବୋଲା ଯାଏ
୫. ସାଧାରଣ ପିମ୍ପୂଡ଼ି ନାଲି—(ବଙ୍ଗାଳୀ - ଲାଲ୍ ପିମ୍ପୂଡ଼ା) ଏମାନେ ସାନ ସାନ ଓ ବଡ଼ ବଡ଼ ନାନା ପ୍ରାକାରର ହୁଅନ୍ତି ସାନ ସାନ ମାନଙ୍କୁ ଘି ପିମ୍ପୂଡ଼ି (ବଙ୍ଗାଳୀ - ଖୁଦିୟା, ଖୁଦ୍ୟେ) ବୋଲାଯାଏ ଏମାନେ କାମୁଡ଼ନ୍ତି
୬. କଳା ପିମ୍ପୂଡ଼ି (ବଙ୍ଗାଳୀ - ଗୁଡ଼୍ୟେ, ଡ଼ିଆଁ)—ଏମାନେ ବିଷହୀନ ଓ କାମୁଡ଼ନ୍ତି ନାହିଁ
୭. ଏହା ଛଡ଼ା ଏକପ୍ରାକାରର ପଉଁଶିଆ ପିମ୍ପୂଡ଼ି ଅଛନ୍ତି ଏମାନେ ଖରା ସମୟରେ କ୍ଷେତରୁ ଶସ୍ୟ ବୀଜମାନ ସଂଗ୍ରହ କରି ଆପଣା ବସାରେ ନେଇ ସଞ୍ଚୟ କରନ୍ତି ପିମ୍ପୂଡ଼ିମାନେ ଦଳବଦ୍ଧ ହୋଇ ରହନ୍ତି ଓ କାର୍ଯ୍ୟ କରନ୍ତି ଏମାନେ ଧାଡ଼ି ବାନ୍ଧି ଯିବା ଆସିବା କରନ୍ତି ଜୀବତତ୍ତ୍ୱବିତ୍ମାନେ ଗବେଷଣାଦ୍ୱାରା ଏମାନଙ୍କର ଅଧ୍ୟବସାୟ, କାର୍ଯ୍ୟବିଭାଗ ଓ ନିୟମଧୀନତା ଆଦି ଦେଖି ଚମତ୍କୃତ ହୋଇ ଅଛନ୍ତି

ପିମ୍ପୂଡ଼ି ସମ୍ୱନ୍ଧେ କେତେଗୁଡ଼ିଏ ପ୍ରବଚନ ଓ ନ୍ୟାୟ

୧. ଗୁଡ଼ଘରେ ପିମ୍ପୂଡ଼ି ଜଗୁଆଳି (ପରିଛା) ନ୍ୟାୟ—ଖାଦ୍ୟ ଦ୍ରବ୍ୟକୁ ଖାଦକର ଜିମା କଲେ ଅର୍ଥାତ୍ ଭକ୍ଷକକୁ ଦ୍ରବ୍ୟ ରକ୍ଷା କରିବାକୁ ଦେଲେ ସେ ଦ୍ରବ୍ୟ ନଷ୍ଟ ହେବା ସ୍ୱାଭାବିକ
୨. ପିମ୍ପୂଡ଼ିର ପକ୍ଷୀ ଲାଗିବା ନ୍ୟାୟ—ସର୍ବନାଶ ବା ମୃତ୍ୟୁର ପୂର୍ବ ସମୟ ଉପସ୍ଥିତ ହେବା
୩. ହାତୀ ଗଳି ଯାଉଛି ପିମ୍ପୂଡ଼ି ଗଳିବାକୁ ବାୟ ନାହିଁ, କିମ୍ୱା ହାତୀ ଗଳି ଯାଉଛି ପିମ୍ପୂଡ଼ିକୁ ବାଟ ବନ୍ଦ ହେଉଛି ନ୍ୟାୟ—ବଡ଼ ବଡ଼ କଥାରେ ଦୃଷ୍ଟି ନ ଥାଇ ଯେ ଛୋଟ ଛୋଟ ବିଷୟକୁ ଜଗେ ପିମ୍ପୂଡ଼ି ହୋଇ ଦୀପରୁଖାରେ ଚଢ଼ିବା ନ୍ୟାୟ—ଛୋଟ ଲୋକ ହୋଇ ବଡ଼କଥାରେ ହସ୍ତକ୍ଷେପ କରିବା
୫. ହାତୀ ମୁହଁରୁ କଳେ ଖସି ପଡ଼ିଲେ ପିମ୍ପୂଡ଼ିକୁ ଖାଇବାକୁ ଶହେ ବରଷ ନ୍ୟାୟ—ହାତୀପରି ବ୍ୟକ୍ତି ସାମାନ୍ୟ ମାତ୍ର (କଳେ ମାତ୍ର ଖାଦ୍ୟ) ଛାଡ଼ି ଗଲେ ସେତିକିରେ ଲକ୍ଷ ଲକ୍ଷ ପିମ୍ପୂଡ଼ି ପରି ଜୀବ ପୋଷି ହୁଅନ୍ତି
୬. ହାତୀ ମୁତି ଦେଲେ ପିମ୍ପୂଡ଼ି ପହଁରାଏ ନ୍ୟାୟ—ହାତୀ ପରି ବଡ଼ ଜୀବର ମୂତ୍ରରେ ପିମ୍ପୂଡ଼ି ପରି ଜୀବ ବୁଡ଼ି ଯାଏ
୭. ଗୁଡ଼ଘର ପିମ୍ପୂଡ଼ି ଖାଇଯିବା ନ୍ୟାୟ—ଯେଉଁ କାର୍ଯ୍ୟକୁ ଶତ୍ରୁଠାରୁ ସର୍ବଦା ସାବଧାନତା ସହିତ ରକ୍ଷା କରିବା ଦରକାର
୮. ପିମ୍ପୂଡ଼ି ଧାର ଲାଗିବା ନ୍ୟାୟ—ଯେଉଁଠାରେ ବହୁଜନଙ୍କ ସମାଗମ ହୁଏ, ସେଠାରେ 'ପୁମ୍ପୂଡ଼ି ଧାର' ପରି ଲୋକେ ଚାଲୁଥିବାର ଲୋକେ ତୁଳନା କରନ୍ତି
୯. ଗୁଡ଼କୁ ପିମ୍ପୂଡ଼ି ବାଇ ହେବା ନ୍ୟାୟ—ପିମ୍ପୂଡ଼ିମାନେ ମିଠା ଜିନିଷ ପ୍ରତି ଅତ୍ୟନ୍ତ ଆସକ୍ତ ଥିବାରୁ କୌଣସି ବିଷୟ ପ୍ରତି କୌଣସି ବ୍ୟକ୍ତିର ବିଶେଷ ଆଗ୍ରହ ବା ଲୋଭ ଦେଖାଗଲେ ଲୋକେ ଏହି ଉଦାହରଣ ଦେଇଥାନ୍ତି]