ପୁତ୍ରଜୀବ

ଉଇକିଅଭିଧାନ‌ରୁ

ପୁତ୍ରଜୀବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ପୁତ୍ର+ଜୀବ ଧାତୁ+ଅ. ଯାହାଦ୍ୱାରା ପୁଅ ଜିଏଁ)[ସମ୍ପାଦନା]

(ଆୟୁର୍ବେଦ ମତେ ଏହା ଗର୍ଭଧାରକ ବା ପୁତ୍ରଲାଭ ନିମନ୍ତେ ବିଶେଷ ଉପକାରୀ ଔଷଧ ଥିବାରୁ)— ପୋଇଚାନ୍ଦିଆ ଗଛ; ବକୁଳ ପତ୍ରିପରି ପତ୍ରବିଶିଷ୍ଟ ଇଙ୍ଗୁଦୀ ଜାତୀୟ ପାର୍ବତ୍ୟ ବୃକ୍ଷବିଶେଷ — Callicarpa Arboria; Putranjiva Roxburghii; Nagera Putrajiba.

[ ଦ୍ର—ଏହାର କ୍ଷୁଦ୍ର ପୁଷ୍ପ ଓ ଫଳ ହୁଏ ଫଳ ପେଡ଼ିଲେ ତେଲ ବାହାରେ ଓ ଏ ତେଲରେ ଦୀପ ଜଳାଯାଏ କୋଳି ପଚି ଶୁଖିଗଲେ କଳା ଓ ଟାଣ ହୁଏ ଏବଂ ଲୋକୋ ଏହାକୁ ମାଳା ଗୁନ୍ଥି ବ୍ୟବହାର କରନ୍ତି ଚୈତ୍ର ଓ ବୈଶାଖରେ ଏ ଗଛ ଫୁଲ ଧରେ ଏ ଗଛର ଛାଲ, ପତ୍ର ଓ ବୀଜ ଔଷଧରେ ଲାଗେ

ଅମରକୋଷରେ ଇଙ୍ଗୁଦୀ ଓ ପୁତ୍ରଞ୍ଜୀବ ଗଛ ଏକ ବୋଲି ଲେଖା ଅଛି ବୈଦ୍ୟକମତରେ ଏହା ଗୁରୁ ଶୁକ୍ରବର୍ଦ୍ଧକ, ଗର୍ଭପ୍ରଦ, କଫଘ୍ନ, ବାତନାଶକ, ମଳମୂତ୍ର ନିଃସାରକ, ରୁକ୍ଷ ଓ ଶୀତବୀର୍ଯ୍ୟ]