ପୁରୁଣା

ଉଇକିଅଭିଧାନ‌ରୁ

ପୁରୁଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନୂଆ—ବିପରୀତ)

  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ପୁରାଣ; ପୁରାତନ)[ସମ୍ପାଦନା]

୧. ପ୍ରାଚୀନ; ପୁରାତନ —୧. Old; ancient.
୨. ପୁରୁଖା; ପ୍ରବୀଣ —୨. Experienced.
୩. ବହୁକାଳରୁ ଥିବା —୩. Of long standing.
୪. ବହୁକାଳ ହେଲା ସଞ୍ଚିତ — ୪. Stored for a long time.
୫. ଅତୀତ; ପୂର୍ବତନ —୫. Former; late; past.
୬. ବହୁ ପୁରୁଷାଗତ —୬. Handed down from generation to generation.
୭. ଜୀର୍ଣ୍ଣ —୭. Worn out; decayed.
୮. ବୃଦ୍ଧ, ବୟସ୍କ —୮. Aged.
୯. ଯାହା ପୂର୍ବେ ଚଳୁ ଥିଲା କିନ୍ତୁ ବର୍ତ୍ତମାନ ଚଳୁ ନାହିଁ — ୯. Obsolete.

ଦେଶଜ - ବିଣର ବିଣ—(ଲକ୍ଷଣାର୍ଥ; ମନ୍ଦ ଅର୍ଥରେ ବ୍ୟବହୃତ)[ସମ୍ପାଦନା]

ଅତ୍ୟନ୍ତ —Very; veryy much; excessive.

(ଯଥା—ପୁରୁଣା ମାଡ଼ୁଆ; ପୁରୁଣା ପାପୀ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପୁରାତନ ବିଷୟ ବା ପୂର୍ବକ ସଙ୍ଗୀ — Former things or past associations; for mer companion or friend.

ଆରେ କରୁଣା! ନୂଆ ଦେଖି ପାଶୋରିଲୁ ପୁରୁଣା—ଢ଼ଗ