ପୁରୁଷୋତ୍ତମ ଦେବ

ଉଇକିଅଭିଧାନ‌ରୁ

ପୁରୁଷୋତ୍ତମ ଦେବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ଉତ୍କଳର ସ୍ୱାଧୀନ ନରପତି — An independent king of Utkal.

[ଦ୍ରଷ୍ଟବ୍ୟ —(ଖ୍ରୀ ୧୪୬୫: —୧୪୯୪: ) କପିଳେନ୍ଦ୍ର ଦେବଙ୍କ ଉପପତ୍ନୀଙ୍କ ପୁତ୍ର କପିଳେନ୍ଦ୍ରଙ୍କର ରାଣୀମାନଙ୍କ ଗର୍ଭରୁ ୧୮: ପୁତ୍ର ଜାତ ହୋଇ ଥିଲେହେଁ ଏହାଙ୍କ ଗୁଣରେ ମୁଗ୍ଧ ହୋଇ କପିଳେନ୍ଦ୍ର ଏହାଙ୍କୁ ଉପଯୁକ୍ତ ଉତ୍ତରାଧିକାରୀ ରୁପେ ମନୋନୀତ କରିଥିଲେ କପିଳେନ୍ଦ୍ରଙ୍କ ପୁତ୍ରମାନେ ଏହାଙ୍କ ସଙ୍ଗେ ବିଦ୍ରୋହଚରଣ କଲେ କିନ୍ତୁ ପୁରୁଷୋତ୍ତମ ଦେବ ସେମାନଙ୍କୁ ଦମନ କରିଥିଲେ ଓ ସେମାନଙ୍କ ଖଣ୍ଡିଏ ଖଣ୍ଡିଏ ରାଜ୍ୟ ଦେଇ ରାଜ୍ୟ ମଧ୍ୟରେ ସାମନ୍ତ ରାଜାରୂପେ ରଖାଇଦେଲେ ସେ କାଞ୍ଚିରାଜ୍ୟ ଜୟ କରି କାଞ୍ଚିରାଜାଙ୍କ ଜେମା ପଦ୍ମାବତୀଙ୍କ ପାଣି ଗ୍ରହଣ କଲେ ପୁରୁଷୋତ୍ତମ ଦେବ କର୍ଣ୍ଣାଟ ଜୟ କରିଥିଲେ; ବିଶେଷ ବିଦ୍ୟାନୁରାଗୀଥିଲେ ଏ ନିଜେ ସଂସ୍କୃତରେ ପଣ୍ଡିତ ଥାଇ 'ତ୍ରିକାଣ୍ଡ ଶେଷ ନାମକ ସଂସ୍କୃତ ଅଭିଧାନ ରଚନା କରି— ଥିଲେ ଓ ତାଙ୍କର ସଭାପଣ୍ଡିତ ବିଶ୍ୱନାଥ ମହାଯାତ୍ରା 'ସାହିତ୍ୟ ଦର୍ପଣ' ନାମକ ସଂସ୍କୃତ ଅଳଙ୍କାର ସମ୍ୱନ୍ଧରେ ପ୍ରାମାଣିକ ଗ୍ରନ୍ଥ ରଚନା କରିଥିଲେ ଏ ପୁରୀଜିଲ୍ଲାରେ ଶ୍ରୀପୁରୁଷୋତ୍ତମପୁର ଓ ବୀର ପୁରୁଷୋତ୍ତମପୁର ଶାସନମାନ ବସାଇଥେଲ କୃପାସିନ୍ଧୁ—ଉତ୍କଳ ସାହିତ୍ୟ ଇତିହାସ]