ପୁଲିସ୍

ଉଇକିଅଭିଧାନ‌ରୁ

ପୁଲିସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ପୁଲିସି—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

ପୋଲିସ୍; ସାଧାରଣ ସମୟରେ ରାଜ୍ୟରେ ଶାନ୍ତିରକ୍ଷା; ଆପରାଧ ନିବାରଣ ଓ ଅପରାଧୀ ଧରିବା ନିମନ୍ତେ ନିଯୁକ୍ତି ରାଜକର୍ମଚାରୀ ଓ ସେମାନଙ୍କ ବିଭାଗ — Police (force, department and official.)

ଆନ ବୋଲି ମୁହିଁ ଅଟଇ ପୁଲିସ—ରାଧାନାଥ. ଦରବାର

[ଦ୍ରଷ୍ଟବ୍ୟ —ଯେଉଁ ଯେଉଁ ଇଲାକାରେ ଯେଉଁ ଯେଉଁ ପୁଲିସ୍ ନିଯୁକ୍ତ ହୁଅନ୍ତି ସେହି ସେହି ଇଲାକା ଅନୁସାରେ ତାଙ୍କର ନାମ ହୁଏ; ଯଥା—ଷ୍ଟେଟ ବା ଗଡ଼ଜାତ ପୁଲିସ୍, ମନ୍ଦିର ପୁଲିସ୍, ଅଧିକାରୀ ପୁଲିସ୍, ନିମକୀ ପୁଲିସ୍, ରେଲବ୍ୱେ ପୁଲିସ୍, ମିଲିଟେରି ପୁଲିସ୍, ଟାଉନ ପୁଲିସ

ବିଶେଷ ବିଶେଷ କାର୍ଯ୍ୟ ଉପଲକ୍ଷରେ ନିଯୁକ୍ତି ପୁଲିସ୍ଙ୍କର ଭିନ୍ନ ଭିନ୍ନ ନାମ ଅଛି ଯଥା—ସାଧାରଣ ପୁଲିସ୍, ମିଲିଟାରୀ ପୁଲିସ ବା ଆରାମ ପୁଲିସ୍, ସହର ପୁଲିସ୍, ଗ୍ରାମ୍ୟ ପୁଲିସ୍, ରିପର ପୁଲିସ୍, ରିଜର୍ଭ ପୁଲିସ୍, କୋର୍ଟ ପୁଲିସ୍, ପିଉନିଟିଭ ପୁଲିସ୍, ଅତିରିକ୍ତ ବା ବହକା ପୁଲିସ୍, ପ୍ସେଶାଲ ପୁଲିସ୍]