ପୂଜା

ଉଇକିଅଭିଧାନ‌ରୁ

ପୂଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପୂଜ୍ ଧାତୁ+ ଭାବ. ଅ+ଆ)[ସମ୍ପାଦନା]

୧. ଅର୍ଚ୍ଚନା; ଆରାଧନା; ଉପାସନା — ୧. Worship; homage; adoration.

[ଦ୍ରଷ୍ଟବ୍ୟ —ତନ୍ତ୍ର ମତରେ ଶକ୍ତି ବା ଦେବୀ ପୂଜାର ୬୪: ଗୋଟି ଉପଚାର ବା ଅଙ୍ଗ (ତନ୍ତ୍ରସାର ସିଦ୍ଧ ଯାମଳ) ଯଥା; ===

୧. . ଆସନାରୋପଣ—ଆସନରେ ବସାଇବା
୨. . ସୁଗନ୍ଧ ତୈଳାଭ୍ୟଙ୍ଗ—ଫୁଲରି ତେଲ ମାଲିଶ୍
୩. . ମଜ୍ଜନଶାଳା ପ୍ରବେଶନ—ଗାଧୁଆ ଘରକୁ ନେବା
୪. . ମଜ୍ଜନମଣିପୀଠପବେଶନ—ଗାଧୁଆ ଘରେ ଚୌକିରେ ବସାଇବା
୫. . ଦିବ୍ୟ ସ୍ନାନୀୟ—ବଟା ଗନ୍ଧଦ୍ରବ୍ୟ ବୋଳିବା
୬. . ଉଦ୍ୱର୍ତ୍ତନ—ଗାତ୍ରମାର୍ଜନ; ଦେହ ଘଷିବା
୭. . ଉଷ୍ଣୋଦକ ସ୍ନାନ— ଗରମ ପାଣିରେ ଗାଧୋଇ ଦେବା
୮. . କନକ କଳସ ସ୍ଥିତ ସକଳ ତୀର୍ଥ ଜଳାଭିଷେକ—ସୁନା କଳସରେ ଥିବା ତୀର୍ଥ ଜଳରେ ସ୍ନାନ କରାଇବା
୯. . ଧୌତ ବସ୍ତ୍ର ପରିମାର୍ଜନ—ପାଲଟା ଲୁଗା କାଚିବା
୧. . ଅରୁଣ ଦୃକୂଳ ପରିଧାନ—ନାଲି ପାଟଶାଢ଼ୀ ପିନ୍ଧାଇବା
୧୧. . ଅରୁଣ ଦୁକୂଳୋତ୍ତରୀୟ—ନାଲି ପାଟ ଓଢ଼ଣୀ ପକାଇବା
୧୨. . ଆଲୋପ ମଣ୍ଡପ ପ୍ରବେଶନ—ଚିତା ଘେନିବା ନିମିତ୍ତ ମନ୍ଦିରକୁ ନେବା
୧୩. . ଆଲୋକ ମଣିପୀଠୋପବେଶନ—ଚିତା ଘେନିବା ପାଇଁ ମନ୍ଦିରରେ ଚଉକକିରେ ବସାଇବା
୧୪. . ଚନ୍ଦନାଗୁରୁ କୁଙ୍କୁମ କର୍ପୂର କସ୍ତୁରୀ ଗୋରୋଚନା ଦିବ୍ୟଗନ୍ଧ ସର୍ବାଙ୍ଗାନୁଲେପନ—ଚନ୍ଦନ ଆଦି ସୁଗନ୍ଧ ଦ୍ରବ୍ୟ ଦେହରେ ବୋଳିବା
୧୫. . କେଶଭାର କାଳାଗୁରୁ ଧୂପ ଓ ମଲ୍ଲିକା ମାଳତୀ ଚମ୍ପକାଦି ସର୍ବର୍ତ୍ତୁ କୁସୁମମାଳା ଭୂଷଣ—କେଶକୁ ଧୂପଦ୍ୱାରା ସୁଗନ୍ଧିତ କରିବା ଓ ସବୁ ଋତୁର ଫୁଲର ମାଳ ପିନ୍ଧାଇବା
୧୬. . ଭୂଷଣ ମଣ୍ଡପ ପ୍ରବେଶନ—ଅଳଙ୍କାର ପିନ୍ଧିବା ମଣ୍ଡପକୁ ନେବା
୧୭. . ଭୂଷଣ ମଣିପୀଠୋପବେଶନ—ଭୂଷଣ ମଣ୍ଡପର ଚୌକିରେ ବସାଇବା
୧୮. . ନବମଣି ମୁକୁଟ—ନବରତ୍ନ ଖଚିତ ମୁକୁଟ ପିନ୍ଧାଇବା
୧୯. . ଚନ୍ଦ୍ର ଶକଳା—ମୁଣ୍ଡରେ ଚନ୍ଦ୍ର ପଗଡ଼ୀ ପିନ୍ଧାଇବା
୨. . ସୀମନ୍ତ ସିନ୍ଦୂର—ସୀଁଥିରେ ସିନ୍ଦୁର ଦେବା
୨୧. . ତିଳକ ରତ୍ନ—କପାଳରେ ତିଳକ ଦେବା
୨୨. . କାଳାଞ୍ଜନ—ଆଖିରେ କଜ୍ଜଳ ଦେବା
୨୩. . କର୍ଣ୍ଣପାଳୀ ଯୁଗଳ—କର୍ଣ୍ଣରେ କୁଣ୍ଡଳ ବା କାପ ଦେବା
୨୪. . ନାସାଭରଣ—ନାକରେ ଅଳଙ୍କାର ପନ୍ଧାଇବା
୨୫. . ଅଧର ଯାବକ—ଓଠରେ ଅଳତା ବୋଳିବା
୨୬. . ଗ୍ରଥନ ଭୂଷଣ—(ବେକରେ) କଣ୍ଠି ଦେବା
୨୭. . କନକ ଚିତ୍ର ପଦକ—(ବେକରେ) ସୁନା ପଦକ ଦେବା
୨୮. . ମହା ପଦକ—(ବେକରେ) ବଡ଼ ପଦକ ଦେବା
୨୯. . ମୁକ୍ତାବଳି—(ବେକରେ) ମୁକ୍ତାହାର ଦେବା
୩. . ଏକାବଳି—(ବେକରେ) ଏକକସରିଆ ହାର ଦେବା
୩୧. . ଦେବଚ୍ଛଦକ—(ବେକରେ) ବଡ଼ ହାର ଦେବା
୩୨. . କେୟୂର ଯୁଗଳ ଚତୁଷ୍ଟୟ—ଚାରି ବାହୁରେ ଦୁଇସରିଆ ବାଜୁ
୩୩. . ବଳୟାବଳି—ହାତରେ ଖଡ଼ୁମାନ
୩୪. . ଊର୍ମିକାବଳି—ଏକ ପ୍ରକାର ଖଡ଼ୁ
୩୫. . କାଞ୍ଚୀଦାମ—ଗୋଠ
୩୬. . କଟିସୂତ୍ର—ଅଣ୍ଟା ସୂତା
୩୭. . ଶୋଭାଖ୍ୟାଭରଣ—ନଳୀ ଗୋଡ଼ର ଅଳଙ୍କାର
୩୮. . ରତ୍ନ ନୂପୂର—ଘାଗୁଡ଼ି ବା ବାଜେଣୀ ବା ବଳା
୪. . ପଦାଙ୍ଗୁରୀୟକ—ଗୋଡ଼ ମୁଦି

୪୧: . ଏକ କରେ ପାଶ,୪୨: . ଅନ୍ୟ କରେ ଅଙ୍କୁଶ,୪୩: . ଇତର କରେ ପୁଣ୍ଡ୍ରେକ୍ଷୁଚାପ,୪୪: . ଅପର କରେ ପୁଷ୍ପବହାଣ ଚାରି ହାତରେ ଚାରିଗୋଟି ଶସ୍ତ୍ର

୪୫: . ଶ୍ରୀମନ୍ନାଣିକ୍ୟ ପାଦୁକା—ରତ୍ନ କଠାଉ

୪୬: . ସ୍ୱସମାନ ବେଶାଭରଣ ଭୂଷିତ ଦେତାମାନଙ୍କ ସହ ସିଂବାସନା— ରୋହଣ— ନାନାପ୍ରକାର ବେଶଭୂଷାରେ ସଜ୍ଜିତ ହୋଇଥିବା ଦେବତାମାନଙ୍କ ସଙ୍ଗେ ସିଂହାସନରେ ବସାଇବା

୪୭: . କାମେଶ୍ୱର ପର୍ଯ୍ୟଙ୍କୋପବେଶନ—ପଲଙ୍କରେ ବସାଇବା


୪୮: . ଅମୃତାଶନ ଚଷକ—ଅମୃତ ପାନପାତ୍ର

୪୯: . ଆଚମନୀୟ—ଭୋଜନ ପୂର୍ବରୁ ଚଳୁପାଇଁ ଜଳ

୫. . କର୍ପୂର ବଟିକା—କର୍ପୂରର ଗୁଳା

୫୧: . ଆନନ୍ଦୋଲ୍ଲାସ ବିଳାସହାସ—ପ୍ରେମହାସ୍ୟ

୫୨: . ମଙ୍ଗଳାରାତ୍ରିକ—ମଙ୍ଗଳ ଆଳତି

୫୩: . ଶ୍ୱେତଚ୍ଛତ୍ର—ଧଳା ଛତା

୫୪: . ଚାମର ଯୁଗଳ—ଦୁଇଟି ଚଅଁର

୫୫: . ଦର୍ପଣ—ଆରସୀ

୫୬: . ତାଳବୃନ୍ତ—ବିଞ୍ଚଣା

୫୭: . ଗନ୍ଧ—ଚନ୍ଦନ

୫୮: . ପୁଷ୍ପ—ଫୁଲ

୫୯: . ଧୂପ—ଝୁଣାଆଦିର ଧୂପ

୬. . ଦୀପ—ଘିଅର ପ୍ରଦୀପ

୬୧: . ନୈବେଦ୍ୟ—ଭୋଗ; ଖାଦ୍ୟ ଅର୍ପଣ

୬୨: . ପୁନରାଚମନୀୟ—ଆଞ୍ଚୁଆ ପାଣି

୬୩: . ତାମ୍ୱୂଳ—ପାନ

୬୪: . ବନ୍ଦନ—ସ୍ତୁତି

ସର୍ବଦେବତା ପୂଜାର ୩୬: ଉପଚାର ଯଥା—(ଏକାଦଶୀ ତତ୍ତ୍ୱ ଲିଖିତ) ୧ ଆସନ, ୨ ଅଭ୍ୟଞ୍ଜନ, (ତେଲ ଲଗାଇଦେବା), ୩ ଉଦ୍ୱର୍ତ୍ତନ, ୪ ନିରୁକ୍ଷଣ, ୫ ସମ୍ମାର୍ଜନ, ୬ ସର୍ପି, ୭ ସ୍ନାପନ, ୮ ଆବାହନ, ୯ ପାଦ୍ୟ, ୧ ଅର୍ଘ୍ୟ; ୧୧: ଆଚମନୀୟ, ୧୨: ବସ୍ତ୍ର. ୧୩: ଯଜ୍ଞୋପବୀତ, ୧୪: ଅଳଙ୍କାର; ୧୫: ଗନ୍ଧ, ୧୬: ପୁଷ୍ପ, ୧୭: ଧୂପ, ୧୮: ଦୀପ ୧୯: ତାମ୍ୱୂଳ, ୨ ନୈବେଦ୍ୟ, ୨୧: ପୁଷ୍ପମାଳ, ୨୨: ଅନୁଲେପନ, ୨୩: ଶଯ୍ୟା, ୨୪: ଚାମର, ୨୫: ବ୍ୟଜନ, ୨୬: ଆଦର୍ଶ ଦର୍ଶନ, ୨୭: ନମସ୍କାର, ୨୮: ନର୍ତ୍ତନ, ୨୯: ଗୀତ, ୩ ବାଦ୍ୟ, ୩୧: ଗାନ, ୩୨: ସ୍ତୁତି, ୩୩: ହୋମ, ୩୪: ପ୍ରଦକ୍ଷିଣ, ୩୫: ଦନ୍ତକାଷ୍ଠ (ଦାନ୍ତଖୁଣ୍ଟା) ପ୍ରଦାନ, ୩୬: ଦେବବିସର୍ଜନ

ଅଷ୍ଟାଦଶୋପଚାର ଯଥା— ୧ ଆସନ, ୨ ସ୍ୱାଗତ. ୩ ପାଦ୍ୟ ଓ ଅର୍ଘ୍ୟ, ୪ ଆଚମନୀୟକ,. ୫ ସ୍ନାନ, ୬ ବସ୍ତ୍ର, ୭ ଉପବୀତ, ୮ ଭୂଷଣ, ୯ ଗନ୍ଧ, ୧ ପୁଷ୍ପ, ୧୧: ଧୂପ, ୧୨: ଦୀପ, ୧୩: ଅନ୍ନ ବା ନୈବେଦ୍ୟ, ୧୪: ଦର୍ପଣ, ୧୫: ମାଲ୍ୟ, ୧୬: ଅନୁଲେପନ, ୧୭: ନମସ୍କାର. ୧୮: ବିସର୍ଜ୍ଜନ

ଷୋଡ଼ଶୋପଚାର ଯଥା—(ତନ୍ତ୍ରସାର ମତରେ) ୧ ପାଦ୍ୟ, ୨ ଅର୍ଘ୍ୟ, ୩ ଆଚାମ ବା ପ୍ରଥମେ ମୁହଁ ଧୋଇବା ପାଣି, ୪ ସ୍ନାନ, ୫ ବସନ, ୬ ଭୂଷଣ, ୭ ଗନ୍ଧ,୮ ପୁଷ୍ପ, ୯ ଧୂପ, ୧ ଦୀପ, ୧୧: ନୈବେଦ୍ୟ, ୧୨: ତାମ୍ୱୁଳ, ୧୩: ଅର୍ଚ୍ଚନା, ୧୪: ସ୍ତୋତ୍ର, ୧୫: ତର୍ପଣ, ୧୬: ନମସ୍କ୍ରିୟା

ଦଶୋପଚାର ଯଥା— ୧ ପାଦ୍ୟ, ୨ ଅର୍ଘ୍ୟ, ୩ ଆଚାମ, ୪ ମଧୁପର୍କ, ୫ ଆଚମନ, ୬ ଗନ୍ଧ, ୭ ପୁଷ୍ପ, ୮ ଧୂପ, ୯ ଦୀପ, ୧ ନୈବେଦ୍ୟ

ପଞ୍ଚୋପଚାର ଯଥା— ୧ ଗନ୍ଧ, ୨ ପୁଷ୍ପ, ୩ ଧୂପ, ୪ ଦୀପ, ୫ ନୈବେଦ୍ୟ

ସାଧାରଣତଃ ଷୋଡ଼ଶୋପଚାର ଓ ପଞ୍ଚୋପଚାରରେ ପୂଜାବିଧି କରାଯାଇଥାଏ ଓ ବିଶେଷ ବିଶେଷ ପୂଜା ଉପଲକ୍ଷରେ ୧୮: ଓ ୩୬: ଉପଚାରଦ୍ୱାରା ପୂଜା କରାଯାଇଥାଏ ତାନ୍ତ୍ରିକମାନେ ୬୪: ଉପଚାରରେ ଦେବୀଙ୍କୁ ପୂଜା କରିଥାଆନ୍ତି]

୨. ସମ୍ମାନନା —୨. Showing respect.
୩. ଗୁଣ କୀର୍ତ୍ତନ; ପ୍ରଶଂସା ଗଗୁଣଗାନ — ୩. Praising; chanting hymns of praise.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦେବ ପୂଜା; ଦେବର୍ଚ୍ଚନା —୧. Worship of a Deity.
୨. ପାଲା (ଦେଖ) - —୨. Pālā (See)

(ଯଥା—ଠିଆପୂଜା; ପୋଥିପୂଜା, ଜାଉଁଳିପୂଜା, ବାଦିପଜା, ଆଠପୂଜା, ଷୋଳପୂଜା ଇତ୍ୟାଦି)

୩. ଦେବତାଙ୍କୁ ନୈବେଦ୍ୟ ଅର୍ପଣ କରିବା — ୩. Offering of food to a Deity.
୪. ଦୈନିକ ସନ୍ଧ୍ୟାବନ୍ଦନାଦି — ୪. Daily prayers of a person; daily worship.
୫. ମାନ; ସମ୍ମାନ —୫. Respect; honour.
୬. ନୈବେଦ୍ୟ —୬. Offering to a Deity.
୭. (ବ୍ୟଙ୍ଗାର୍ଥ)—ଶୋଧନ; ଗାଳିଦେବା — ୭. (ironical) Rebuking.
୮. ଦଶହରା; ଶରତ୍କାଳୀନ ଦୂର୍ଗାପୂଜା — ୮. The autumnal Durgā Pūjā.

[ଦ୍ରଷ୍ଟବ୍ୟ —ପୂର୍ବେ ଆମ ଦେଶରେ ଶରତ୍କାଳୀନ ପୂଜା ସମୟରେ ଗୃହ ପ୍ରତିଷ୍ଠିତା ମହିଷାସୁରମର୍ଦ୍ଦନୀ ଦଶଭୂଜା ବନଦୁର୍ଗା ପ୍ରତିମାଙ୍କର ପୂଜା, ଗ୍ରାମଦେବତାମାନଙ୍କର ପୂଜା, ଚଣ୍ଡୀ ଆଦି ପାଠ ଓ ବଳି— ଦାନ କରାଯାଉଥିଲା ମୃଣ୍ମୟୀ ପ୍ରତିମା ତିଆରି କରି ଶାରଦୀୟ ପୂଜା କରିବାର ପ୍ରଥା ବଙ୍ଗଦେଶରୁ ଆମ ଦେଶରେ ଚଳୁଅଛି ଏବେ ଆମ ଦେଶରେ ଉପନିବେଶ କରିଥିବା ବଙ୍ଗାଳୀମାନଙ୍କ ଘରେ ଓ ଗ୍ରାମରେ ମୃଣ୍ମୟୀ ପ୍ରତିମାଙ୍କ ପୂଜା ଖୁବ୍ ସମାରୋହ ସହିତ ସମ୍ପାଦିତ ହୁଏ ଆମ ଦେଶରେ ପୂର୍ବେ ଦୋଳ ଯାତ୍ରା ପ୍ରଧାନ ଉତ୍ସବ ଥିଲା ବର୍ତ୍ତମାନ ଦୋଳ ଓ ଦଶହରା ଦୁଇଟି ପ୍ରଧାନ ପର୍ବ ରୂପେ ଗଣିତ ହୋଇଅଛି]