ପୂରକ

ଉଇକିଅଭିଧାନ‌ରୁ

ପୂରକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପୂର ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

ପରିପୂର୍ଣ୍ଣ କାରକ —That which fills up; filling up.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ଗଣିତ)—ଗୁଣକ ସଂଖ୍ୟା; ଯେଉଁ ସଂଖ୍ୟାଦ୍ୱାରା ମୂଳ ସଂଖ୍ୟାକୁ ଗୁଣନ କରାଯାଏ — ୧. (Arithmetic) The multiplier.
୨. (ଯୋଗ) ପ୍ରାଣାୟାମର ଅଙ୍ଗବିଶେଷ; ବହିଦେର୍ଶରୁ ବାମ ନାସାଦ୍ୱାରା ବାୟୁକୁ ଅନ୍ତରକୁ ନେବା — ୨. (j̄oga) Slow inspiration; taking in air through the left nostril.

[ ଦ୍ର—ପୂରକଦ୍ୱାରା ବାୟୁକୁ ବାମ ପାଖ ନାକପୁଡ଼ା ଭିତରକୁ ନେବାକୁ ହୁଏ ଓ ଭିତରକୁ ଯାଇଥିବା ପବନକୁ କୁମ୍ଭକଦ୍ୱାରା ଅଟକାଇବାକୁ ହୁଏ ରେଚକଦ୍ୱାରା ବାୟୁକୁ ଡାହାଣ ନାକ ପୁଡ଼ା ଦ୍ୱରା ବାହାର କରିବାକୁ ହୁଏ ଏହି ୩ ପ୍ରକ୍ରିୟା କଲେ ପ୍ରାଣାୟାମ ସାଧିତ ହୁଏ]

୪. ବୀଜପୁର; ଲେମ୍ୱୁ —୪. Citron.
୫. ମୃତାଶୌଚ କାଳରେ ପ୍ରେତୋଦ୍ଦେଶରେ ଦେୟ ଦଶପିଣ୍ଡ — ୫. The ten funeral cakes offered to the ghost of the deceased during the funeral rites

[ ଦ୍ର—ଏହି ପୂରକ ପିଣ୍ଡଦ୍ୱାରା ମୃତ ବ୍ୟକ୍ତିର ଅତିବାହିକ ଦେହର ନିବୃତ୍ତି ହୁଏ ଓ ସେ ପ୍ରେତ ଦେହ ପ୍ରାପ୍ତି ହୁଏ]