ପୃଥିବୀ

ଉଇକିଅଭିଧାନ ରୁ
Jump to navigation Jump to search

ପୃଥିବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - (ପ୍ରଥ ଧାତୁ=ବିଖ୍ୟାତ ହେବା, ବିସ୍ତୃତ ହେବା+କର୍ତ୍ତୃ ବୀ; ପୃଥୁନାମକ ରାଜା+ଦୁହିତାର୍ଥେ. ଈ)[ସମ୍ପାଦନା]

ପୃଥିବୀ (ଦେଖ) - —Pṛuthibī(see)



ପୃଥିବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବିଶେଷ୍ୟ - (ପ୍ରଥ୍ ଧାତୁ=ବିଖ୍ୟାତ ହେବା, ବିସ୍ତୁତ ହେବା+କର୍ତ୍ତୃ. ଇବ+ସ୍ତ୍ରୀ ଈ; କିମ୍ୱା ପୃଥୁ=ରାଜାବିଶେଷ+ଅପତ୍ୟାର୍ଥେ ଈ)[ସମ୍ପାଦନା]

୧. ଭୂମଣ୍ଡଳ; ମହୀ; ଅବନୀ; ଧରା — ୧. The globe; the world.

[ ଦ୍ର—ପୁରାଣରେ ବର୍ଣ୍ଣିତ ହୋଇଅଛି ଯେ ପୃଥିବୀ ପୃଥୁ ନାମକ ରାଜଙ୍କ ଧର୍ମକନ୍ୟା ଅଟନ୍ତି ବେଣ ପୁତ୍ର ପୃଥୁ ପ୍ରଜାପାଳନାର୍ଥ ପୃଥିବୀକୁ ଗାଭୀ କରି ଏହାଠାରୁ ଶସ୍ୟାଦି ଦୋହନ କଲେ ଓ ଏହାକୁ ଆପଣାର କନ୍ୟା ବୋଲି କଳ୍ପନା କଲେ

ଏ ମୋର ଦୁହିତା ହୋଇବ ଏଣେ ବଞ୍ଚିଲେ ସର୍ବ ଜୀବ ଜୀବର ଜୀବଦାତ ଯେଣୁ ଏହାର ପୃଥ୍ୱୀ ନାମ ତେଣୁ ଜଗନ୍ନାଥ—ଭାଗବତ

ଆହୁରି ମଧ୍ୟ ପୁରାଣରେ ବର୍ଣ୍ଣିତ ହୋଇଅଛି ଯେ ପୃଥିବୀ ତିନିକୋଣିଆ ଏବଂ ଏହାର ମଧ୍ୟରେଖା ନର୍ମଦା ନର୍ମଦା ନଦୀ ଭାରତର ମଧ୍ୟସ୍ଥଳରେ ବିନ୍ଧ୍ୟାଚଳରୁ ବାହାରି ଭାରତକୁ ଆର୍ଯ୍ୟାବର୍ତ୍ତ ଓ ଦକ୍ଷିଣାପଥରୂପେ ଦୁଇଭାଗ କରିଅଛି ଏଥିପାଇଁ ଅନୁମାନ କରାଯାଏ ଯେ ପୌରାଣିକ ଭୂଗୋଳରେ ଏକା ଭାରତବର୍ଷହିଁ ପୃଥିବୀ ନାମରେ ଖ୍ୟାତ ଥିଲା ଆହୁରି ମଧ୍ୟ ପୁରାଣରେ ଅଛି ଯେ ପୃଥିବୀର ୭ଟି ସମୁଦ୍ର ଓ ସପ୍ତ ସମୁଦ୍ର ମଧ୍ୟରେ ୭ ଗୋଟି ଦ୍ୱୀପ ଥଲା ତହିଁମଧ୍ୟରୁ ଜମ୍ୱୁଦ୍ୱୀପର ଏକାଂଶରେ ଭାରତ ଅବସ୍ଥିତ ଥିଲା (ଜ୍ଞାନେନ୍ଦ୍ର)

ପୃଥିବୀର ଅନ୍ୟ ସଂସ୍କୃତ - ନାମ ଅଚଳା, ଅଦିତି, ଅନନ୍ତା, ଅବନୀ, ଆଦ୍ୟା, ଇଡ଼ା, ଇରା, ଇଳା, ଉର୍ବରା, ଉର୍ବୀ, କୁ, କ୍ଷମା, କ୍ଷାମା, କ୍ଷିତି, କ୍ଷୋଣୀ, ଗୋ, ଗୋତ୍ରା, ଜଗତ୍, ଜଗତୀ, ଜ୍ୟା, ଧରଣୀ, ଧରତୀ ଧରା, ଧରିତ୍ରୀ, ଧାତ୍ରୀ, ନିଶ୍ଚଳା, ପାରା, ଭୂ, ଭୂମି, ମହି, ମହା, ମେଦିନୀ, ରତ୍ନଗର୍ଭା, ରତ୍ନାବତୀ, ରସା, ବସୁନ୍ଧରା, ବସୁଧା, ବସୂମତୀ, ବିପୁଳା, ଶ୍ୟାମା, ଭୁବନ, ସହା, ସ୍ଥିରା, ସାଗରମେଖଳା ଆଧୁନିକ ଜ୍ୟୋତିଷୀ— ମାନଙ୍କ ଗଣନାକ୍ରମେ ସୌରଜଗତରେ ଦୂରତ୍ୱ ବିଚାରରେ ପୃଥିବୀ ତୃତୀୟ ଗ୍ରହ, (ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ବୁଧ ଓ ଶୁକ୍ର ଅଛନ୍ତି) ପୃଥିବୀର ପରିଧି ପ୍ରାୟ ୨୫: ମାଇଲି ଓ ବ୍ୟାସ ପ୍ରାୟ ୮ ମାଇଲ ଅଟେ ପୃଥିବୀର ଆକାର ନାରଙ୍ଗ ପରି ଗୋଲ ଓ ଏଥିର ଉତ୍ତର ଓ ଦକ୍ଷିଣ ଅଂଶ ଚେପଟା ପୃଥିବୀ ଏକ ଅହୋରାତ୍ରରେ ଥରେ ଆପଣା ଅକ୍ଷଦଣ୍ଡ ଉପରେ ଘୁରେ ଓ ୩୬୫: ଦିନ ୬ ଘଣ୍ଟା ୯ ମିନିଟରେ ଥରେ ସୂର୍ଯ୍ୟର ଚାରିପାଖେ ବୁଲି ଆସେ ସୂର୍ଯ୍ୟଠାରୁ ପୃଥିବୀ ୩ ଲକ୍ଷ ମାଇଲ ଦୂରରେ ଅଛି ଜଳର ଗୁରୁତ୍ୱ ତୁଳନାରେ ପୃଥିବୀର ଗୁରୁତ୍ୱ ୫.୬: ଅଟେ ପୃଥିବୀର ଜଳଭାଗର ପ୍ରାୟ ତିନିଗୁଣ

ଆଧୁନିକ ବୈଜ୍ଞାନିକମାନେ କହନ୍ତି ଯେ ଘୂର୍ଣ୍ଣାୟମାନ ନିହାରିକା ମଣ୍ଡଳରୁ ଖଣ୍ଡିଏ ଜ୍ୱଳନ୍ତ ଅଂଶ ଛିଡ଼ିକି ଯାଇ ତାହା କ୍ରମଶଃ ଥଣ୍ଡା ହୋଇ ବାୟବୀୟ ରୂପରୁ ତରଳ ରୂପ ଓ ତରଳ ରୂପରୁ ଘନ ରୂପ ଧାରଣ କରି ପୃଥିବୀର ପରିଣତ ହୋଇଅଛି ପୃଥିବୀର ଉପର ଅଂଶ ଥଣ୍ଡା ହୋଇଅଛି, କିନ୍ତୁ ଏଥୁର ଗର୍ଭରେ ଗରମ ତରଳ ବସ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଛି ହିନ୍ଦୁ ପୁରାଣ ମତରେ ପ୍ରଳୟ ଜଳରେ ଜନ୍ମିଥିବା ଦୁଇଟି ରାକ୍ଷସ ମଧୁକୈଟଭଙ୍କୁ ବିଷ୍ଣୁ ବଧ କରିବାରୁ ତାଙ୍କ ମେଦରୁ ପୃଥିବୀ ଜାତ ହୋଇଅଛି ଉପନିଷଦରେ ଲେଖାଅଛି ଯେ ପରମାତ୍ମାଙ୍କ ଠାରୁ ପ୍ରଥମେ ଆକାଶ, ଆକାଶରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ ଓ ଜଳରୁ ପୃଥିବୀ ଉତ୍ପନ୍ନ ହେଲା—ହିନ୍ଦୀ - ଶ ]

୨. ଭୂମି —୨. Earth; soil.