ପୋଛିବା

ଉଇକିଅଭିଧାନ‌ରୁ

ପୋଛିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ପୋଛା(ଛେ)ଇବା—ଣିଜନ୍ତରୂପ]

ଦେଶଜ - କ୍ରି. (ସଂସ୍କୃତ - ପ୍ରୋଞ୍ଚନ ପ୍ରା. ପୋଛଣ)[ସମ୍ପାଦନା]

୧. ବସ୍ତ୍ର ବା ହସ୍ତଦ୍ୱାରା ଶରୀରରୁ ମଳ ଆଦି ପରିଷ୍କାର କରିବା — ୧. To wipe the dirt of the body by rubbing with a cloth or with the palm.

ଅତି ମଳିନ ମୋ ଅଙ୍ଗ ଧୂଳି ଧୃସରିତ ହେ! ପୋଛିଣ ଶ୍ରାକରେ ମଧୁସୂଦନ, ଛନ୍ଦମାଳା

୨. ପ୍ରଲେପ କରିବା; ଲିପିବା; ବୋଳିବା — ୨. To plaster; to besmear; to anoint.
୩. ମାର୍ଜନା କରିବା; ଭୂମିରେ ପଡ଼ିଥିବା ଅଇଁଠା ଉଠାଇ ନେଇ ଉକ୍ତ ଭୂମିକୁ ପରିଷ୍କାର କରି ଲିପିବା — ୩. To sweep a place clean.

(ଯଥା—ଘର ତଳି ପୋଛିବା, ଗୁହାଳ ପୋଛିବା) ===

୪. ନିଃଶେଷ କରିବା — ୪. To exhaust.
୫. ଅଦୃଶ୍ୟ କରାଇବା; ଲୋପ କରିବା — ୪. To cause to disappear; to destroy.

କହିବ ମାତାକୁ ସୁତାକୁ ନ ଶୋଚି ମୃତିପଟୁ ତାକୁ ପକାଇବା ପୋଛି ରାଧାନାଥ—ନନ୍ଦିକେଶ୍ୱରୀ

୬. କୌଣସି ସ୍ଥାନରେ ବା ଅଙ୍ଗରେ ଲାଗିଥିବା କୌଣସି ପଦାର୍ଥକୁ ଉଠାଇ ନେଇ ଉକ୍ତ ସ୍ଥାନରେ ଲୁଗା ବା ହାତ ଘଷି ପରିଷ୍କୃତ କରିବା — ୬. To take away something adhering to a place or the body and cleansing it by rubbing or wiping it with cloth or hand.

ଯଥା—(ଲୁହ ପୋଛିବା,ଝାଳ ପୋଛିବା,ଗୁହ ପୋଛିବା,ଅଇଁଠା ପୋଛିବା,ଶିଂଘାଣି ପୋଛିବା, କଟା ଘାଆରୁ ରକ୍ତ ପୋଛିବା)

୭. କୌଣସି ଲେଖାକୁ ହାତ ବା ଲୁଗାଆଦିଦ୍ୱାରା ଲିଭାଇବା — ୭. To wipe out a writing.

ଲେଖିଲୁ ମୋ ଲେଖିଲା ପୋଛି ତୋ ତହୁଁ ରସିକ କେ ଅଛି ଭୂପତି, ପ୍ରେମପଞ୍ଚାମୃତ

୮. ଓଦା ହୋଇଥିବା ଅଙ୍ଗରେ ବା ସ୍ଥାନରେ ବା ପଦାର୍ଥରେ ବସ୍ତ୍ର ଆଦି ଚାଳିତ କରି ଜଳକୁ ଶୁଖାଇବା — ୮. To rub cloth on a wet limb or place and make it dry.

ଦିବ୍ୟ ବସନେ ପୋଛି ପାଦ ଆନନ୍ଦେ ରାଜା ଗଦ ଗଦ ଭୂପତି, ପ୍ରେମପଞ୍ଚାମୃତ

୯. କୌଣସି ଉଚ୍ଚ ସ୍ଥାନକୁ ବା ବୃକ୍ଷାଦିର ମଣ୍ଡିକୁ କାଟି ଭୂମି ସଙ୍ଗେ ସମତଳ କରିବା — ୯. To cut a high land or standing tree and make it level with the ground.


(ଯଥା—ଏ ଗଛକୁ ମୁଳ ପୋଛି କାଟି ପକାଅ

[ଦ୍ରଷ୍ଟବ୍ୟ —ଦ୍ୱିକର୍ମକ ପୋଛିବା କ୍ରିୟାର କର୍ମରୂପେ ପୋଛା ହେବା ପଦାର୍ଥ (ଯଥା—ଗୋବର ପୋଛିବା) ଓ ପୋଛା ହେବା ସ୍ଥାନ (ଯଥା—ଗୁହାଳ ପୋଛିବା) ବ୍ୟବହୃତ ହୁଏ ଯେବେ ଦୁଇଟି— ଯାକ କର୍ମ ଏକ ସ୍ଥାନରେ ବ୍ୟବହୃତ ହୁଏ ତେବେ ଗୌଣକର୍ମଟି ୫ମୀ ବିଭକ୍ତି ହୁଏ ଯଥା—ମୁହଁ ପୋଛିବା, ଝାଳ ପୋଛିବା, ମୁହଁରୁ ଝାଳ ପୋଛିବା, ଗୂହାଳ ପୋଛିବା, ଗୋବର ପୋଛିବା, ଗୁହାଳରୁ ଗୋବର ପୋଛିବା ପୋଛିବା କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ନେବା, ପକା(କେ)ଇବା, ଆଣିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ଯଥା—ପୋଛିଦେବା, ପୋଛିନେବା]

୧. (ସଂସ୍କୃତ - ପ୍ରଚ୍ଛ ଧାତୁ; କହିବା କ୍ରିୟା ସଙ୍ଗେ ସହଚର ରୂପେ ବ୍ୟବହୃତ; କହିବା ପୋଛିବା)— ପଚାରିବା; କହିବା — ୧୦. To ask; to speak.