ପୋଟଳିବା

ଉଇକିଅଭିଧାନ‌ରୁ

ପୋଟଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର ଓ ଗଞ୍ଜାମ) କ୍ରି.—(ସଂସ୍କୃତ - ପୋଟଳ)[ସମ୍ପାଦନା]

ଆଲିଙ୍ଗନ କରିବା; କୁଣ୍ଢାଇବା — To embrace.

ତଦନ୍ତେ କୃଷ୍ଣ ଅର୍ଜୁନଙ୍କୁ ପୋଟାଳିଲେ କୃଷ୍ଣସିଂହ, ମହାଭାରତ ସଭା

[ଦ୍ରଷ୍ଟବ୍ୟ —ବୋହୁ ଶାଶୁଘରକୁ ପହିଲିପାଳି ଯିବା ସମୟରେ ନଣନ୍ଦ ପାଇଁ ଖଣ୍ଡଏ ଶାଢୀ,ଓ ପାନିଆ, ଫରୁଆ ଆଦି ଗୋଟିଏ ପେଡ଼ିରେ ନେଇ ଥାଏ, ତାକୁ ନଣନ୍ଦ ପୋଟଳି କୁହାଯାଏ ପ୍ରଥମେ ଶାଶୁଘରେ ପାଦ ଦେବା ମାତ୍ରେ ନଣନ୍ଦ ଦେହଳୀଠାକୁ ଆସି ନୂଆ ବୋହୂକୁ ଅଭିନନ୍ଦନ ଓ ଆଲିଙ୍ଗନ କରି ଘରକୁ ନିଏ ସେହି ସମୟରେ ବୋହୂ ନଣନ୍ଦକୁ ଉକ୍ତ ନଣନ୍ଦ ପୋଟଳି ଉପଢୌକନ ଦିଏ ବୋହୂ ଓ ନଣନ୍ଦଙ୍କ ପ୍ରଥମ ମିଳନ ବା ସ୍ନେହାଲିଙ୍ଗନର ଉପହାର ସ୍ୱରୂପ ଏହା ଦିଆ ଯିବାରୁ ଏହାର ନାମ ନଣନ୍ଦ ପୋଟଳି ହୋଇ ଥିବାର ସମ୍ଭବ ପୁରୀ କଟକ ଆଦି ଅଞ୍ଚଳରେ ଆଲିଙ୍ଗନ ଅର୍ଥରେ 'ପୋଟଳିବା' ଶଦ୍ଦର ଏହିଠାରେ ମାତ୍ର ବ୍ୟବହାର ଦେଖାଯାଏ, ଅନ୍ୟତ୍ର ଦେଖାଯାଏ ନାହିଁ କିନ୍ତୁ ଗଞ୍ଜାମ ଓ ସମ୍ୱଲପୁରରେ ପୋଟଳିବା, ପୋଟାଳିବା ଆଲିଙ୍ଗନ କରିବା ଅର୍ଥରେ ବ୍ୟବହୃତ ହୁଏ କୃଷ୍ଣସିଂହ ମହାଭାରତ ମଧ୍ୟ ଏ ଶବ୍ଦ ଅନେକ ଥର ବ୍ୟବହୃତ ହୋଇ ଅଛି'ପୋଟାଳିବା' ଆଲିଙ୍ଗିନ କରିବା ଅର୍ଥ ଗଞ୍ଜାମ ଓ ସମ୍ୱଲପୁର ଅଞ୍ଜଳରେ ଚଳେ କିନ୍ତୁ ଏ ଦୁଇ ଅଞ୍ଚଳର ମଧ୍ୟବର୍ତ୍ତୀ ପୁରୀ କଟକ ଅଞ୍ଚଳରେ ଚଳେ ନାହିଁ କାହିଁକି?]