ପୋଡ଼ିବା

ଉଇକିଅଭିଧାନ‌ରୁ

ପୋଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ପୁଟ ଧାତୁ)[ସମ୍ପାଦନା]

୧. (ସକର୍ମକ) ତତାଇବା; ନିଆଁରେ ଉତ୍ତପ୍ତ କରିବା — ୧. To heat in fire.

(ଯଥା—ସୁନାକୁ ବଣିଆ ପୋଡ଼େ)

୨. (ସକର୍ମକ) ନିଆଁ ଲଗାଇବା; ଅଗ୍ନି ସଂଯୋଗ କରିବା — ୨. To set fire to; to burn.

(ଯଥା—ଘର ପୋଡ଼ିବା)

୩. (ଅକର୍ମକ) ନିଆଁ ଲାଗିଲା ପରି ଜ୍ୱାଳା କରିବା — ୩. To have a burning sensation or inflammation of any limb.

(ଯଥା—ମୋ ଗୋଡ଼ ହାତ ପୋଡୁଛି; ଲଙ୍କାମରିଚ ଖାଇ ମୋ ପାଟି ପୋଡୁଛି)

୪. (ସକର୍ମକ) ନିଆଁ ଲଗାଇ ଭସ୍ମୀଭୂତ କରିବା — ୪. To turn into ashes by setting fire.

(ଯଥା—କୁଟାଗଦାକୁ ପୋଡ଼ିବା)

୫. (ଅକର୍ମକ) (ମତ) ଦୁଃଖରେ ବା ଚିନ୍ତାରେ ସନ୍ତପ୍ତ ହେବା — ୫. (one's mind) To be afflicted with grief or anxiety.

ବଣ ପୋଡ଼ିଲେ (୧୫: ) ଦୁନିଆ ଜାଣେ, ମନ ପୋଡ଼ିଲେ(୫) କେହୀ ନ ଜାଣେ— ଢଗ

୬. (ସକର୍ମକ) ବିନାଶ କରିବା — ୬. To destroy.
୭. (ଅକର୍ମକ) ବିନଷ୍ଟ ହେବା — ୭. To be destroyed.

ପୋଡୁ ଏ ଦେବକୀ କିଆଣ କେ ବୋଲେ କର୍ମେ ତା ନ ଶୁଣ— ଜଗନ୍ନାଥ. ଭଗବତ

୮. (ସକର୍ମକ) ଶବଦାହ କରିବା; ଚିତାନଳରେ ଭସ୍ମୀଭୂତ କରିବା — ୮. To cremate a dead body.

ଅଷ୍ଟକ ବୋଇଲେ ଯେ ହୋଇଥାଏ ମୃତ ପୋଡ଼ନ୍ତି ପୋତନ୍ତି ବା ତାହାକୁ ତୁରିତ— କୃଷ୍ଣସିଂହ ମହାଭାରତ ଆଦି ପୋତ, ପୋତ, ପକା, ଏ ଚିନିହେଁ ଏକା—ଢଗ

୯. (ସକର୍ମକ) ଅତି ସନ୍ତପ୍ତ କରିବା; ଉତ୍ତପ୍ତ କରିବା — ୯. To scorch.
୧. (ସକର୍ମକ) ଅଗ୍ନି ଭିତରେ ପକାଇ ସିଦ୍ଧ କରିବା — ୧୦. To dress or roast a thing in fire.

(ଯଥା—ମାଛ ପୋଡ଼ିବା, ବାଇଗଣ ପୋଡିବା)

୧୧. (ସକର୍ମକ) ଅଙ୍ଗାର ବା କୋଇଲା ତିଆରି କରିବା ପାଇଁ କାଠକୁ ନିଆଁରେ ଦଗ୍ଧ କରିବା — ୧୧. To burn wood into charcoal; to char.
୧୨. (ସକର୍ମକ) ଖାର ଉତ୍ପାଦନ କରିବା ପାଇଁ କଦଳୀ ବାସୁଙ୍ଗାକୁ ଦଗ୍ଧ କରିବା — ୧୨. To burn the branches and stems of plantain trees to produce alkali.
୧୩. (ସକର୍ମକ) ପୋଡ଼ା ଇଟା ଉତ୍ପାଦନ କରିବା ପାଇଁ ବା ପୋଡ଼ା ହାଣ୍ଡି କରିବା ପାଇଁ କଞ୍ଚାଇଟାକୁ ବା କଞ୍ଚାହାଣ୍ଡିକୁ (ଭାଟୀରେ ବା ଉହାରେ)ଦଗ୍ଧ କରିବା — ୧୩. To burn bricks and earthen pots in ovens.
୧୪. (ଲକ୍ଷଣାର୍ଥ) (ସକର୍ମକ) ପାଶୋରି ଦେବା; ଭୁଲିଯିବା — ୧୪. (figurative) To forget; to commit into oblivion.
୧୫. (ଅକର୍ମକ) ପୋଡ଼ିଯିବା; ଦଗ୍ଧ ହେବା — ୧୫. To be on fire.

[ଦ୍ରଷ୍ଟବ୍ୟ —୧ କୌଣସି ଦ୍ରବ୍ୟକୁ ପୋଡ଼ିଲେ ତାହା ଅଙ୍ଗାର ବା ପାଉଁଶ ହୋଇଯାଏ ପୋଡ଼ିବାଦ୍ୱାରା ଯେଉଁ ବସ୍ତୁ ଉତ୍ପନ୍ନ ହୁଏ ସେହି ବସ୍ତୁ ସଙ୍ଗେ ପୋଡ଼ିବା କ୍ରିୟା ଲଗାଯାଏ ଯଥା—ଧୋବା ଖାର ପୋଡୁଅଛି, କୁମ୍ଭାର ହାଣ୍ଡି ପୋଡୁଛି, ଶଅର ଅଙ୍ଗାର ପୋଡୁଛି ଯଥାର୍ଥରେ ଖାର,ହାଣ୍ଡି ବା ଅଙ୍ଗାରକୁ ପୋଡ଼ାଯାଏ ନାହିଁ, କିନ୍ତୁ କଦଳୀବାସୁଙ୍ଗା, କଞ୍ଚା ହାଣ୍ଡି ବା କଞ୍ଚା କାଠକୁ ପୋଡ଼ି ଯଥାକ୍ରମେ ଖାର, ପୋଡ଼ାହାଣ୍ଡି ଓ ଅଙ୍ଗାର ତିଆରି କରାଯାଏ ===

[ଦ୍ରଷ୍ଟବ୍ୟ —୨ ପୋଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ପକା(କେ)ଇବା, ଯିବା ଆଦି କ୍ରିୟାର ସମାପିକାରୂପ ଯୁକ୍ତ ହୁଏ]