ପୋଡ଼ି ଯିବା
ଦେଖଣା
ପୋଡ଼ି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଡ଼ି ଯିବା
|
ଦେଶଜ - କ୍ରି. (ପୋଡ଼ିବା କ୍ରିୟାର କର୍ମବାଚ୍ୟରୂପ)
[ସମ୍ପାଦନା]- ୧. ଦଗ୍ଧ ହେବା — ୧. To be burnt.
- ୨. ଭସ୍ମୀଭୂତ ହେବା ବା ଅଙ୍ଗାରରେ ପରିଣତ ହେବା — ୨. To be burnt to ashes; to be charred.
- ୩. ନିଆଁ ଲାଗିବା — ୩. To be on fire.
- ୪. ଅତି ଉତ୍ତପ୍ତ ହେବା — ୪. To be scorched.
- ୫. ଯେତେ ପରିମାଣରେ ଅଗ୍ନିରେ ସୁସିଦ୍ଧ ହେବାର କଥା, ତହିଁରୁ ବେଶି ପରିମାଣରେ ଅଗ୍ନି ପ୍ରୟୋଗଦ୍ୱାରା (ଭାତ ବା ତିଅଣ ଆଦି) ନଷ୍ଟ ହେବା — ୫. To be overboiled or overburnt (said of rice and curry).
ପୋଡ଼ିଗଲା ତିଅଣରେ ଆଉ କି ସୁଆଦ? ଢଗ
- ୬. କୁହୁଡ଼ି ଯୋଗୁଁ ଆମ୍ୱ ବଉଳ କଳା ଦେଖାଯିବା ଓ କଷି ନ ଧରି ଝଡ଼ି ପଡ଼ିବା — ୬. (said of mango- buds) To be spoiled and charred on account of mist.
- ୭. (ଲକ୍ଷଣାର୍ଥ) ବିନଷ୍ଟ ହେବା — ୭. (figurative) To be ruined.
- ୮. ପାଶୋର ଯିବା — ୮. To be forgotten.