ପ୍ରଜାପତି

ଉଇକିଅଭିଧାନ‌ରୁ

ପ୍ରଜାପତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପ୍ରଜା=ଲୋକସକଳ+ପତି)[ସମ୍ପାଦନା]

୧. ସ୍ରଷ୍ଟା; ବ୍ରହ୍ମା —୧. Brahmā; the creator of men.
୨. ବ୍ରହ୍ମାଙ୍କର ୧ ଜଣ ମାନସ ପୁତ୍ର (ଯେଉଁମାନେ ପୃଥିବୀର ଜୀବଜଗତର ଆଦିପୁରୁଷ) — ୨. The progentitors of the animal kingdom.

[ଦ୍ରଷ୍ଟବ୍ୟ —ମରୀତି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ବଶିଷ୍ଠ, ଭୃଗୁ, ଦକ୍ଷ (ମତାନ୍ତରରେ ପ୍ରଚେତାଃ) ଓ ନାରଦ ଏହି ୧ ଜଣ ଋଷି ବ୍ରହ୍ମାଙ୍କର ମାନସ ପୁତ୍ର]

୩. ରାଜା —୩. king.
୪. ପିତା; ଜନକ —୪. Father.
୫. ଜାମାତା —୫. Son-in-law.
୬. ଦିବାକର; ସୂର୍ଯ୍ୟ —୬. The sun.


୭. ଅଗ୍ନି —୭. Fire.
୮. ବିଶ୍ୱକର୍ମା —୮. The divine archetect.
୯. ବିଷ୍ଣୁ —୯. Bishṇu
୧. ଲିଙ୍ଗ —୧୦. Penis.
୧୧. ଯଜ୍ଞ —୧୧. Sacrifice.
୧୨. ମନୁ (ହିନ୍ଦୀ - ଶ) —୧୨. Manu.
୧୩. ଗୃହକର୍ତ୍ତା (ହିନ୍ଦୀ - ଶ) — ୧୩. The head or master of a family.
୧୪. ନକ୍ଷତ୍ରବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୪. Name of a star.
୧୫. ପ୍ରାଜାପତ୍ୟ ବିବାହ (ହିନ୍ଦୀ - ଶ) — ୧୫. Prājāapatya marriage.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଜାପାଳ)[ସମ୍ପାଦନା]

୧. ବେଣୁପତ୍ରୀ; ଷଟ୍ପଦୀ ପତଙ୍ଗ ବିଶେଷ — ୧. Butter-fly; moth.

[ ଦ୍ର—ପ୍ରଜାପତିର ପ୍ରଥମ ଅବସ୍ଥା ଡିମ୍ୱ; ତା ପରେ ଫୁଟି କୀଟ ଏବଂ ତତ୍ପରେ ଉକ୍ତ କୀଟ ଗୋଟିଏ ଖୋଳ ବା ଗୋଟି ବାନ୍ଧି ସେ ଗୋଟିଏ କିଛି ଦିନ ରହିବା ପରେ ତାକୁ ଫୁଟାଇ ତହିଁ ମଧ୍ୟରୁ ପକ୍ଷ ଯୁକ୍ତ ହେଇ ପ୍ରଜାପତିରୁପେ ବାହାରେ ଭିନ୍ନ ଭିନ୍ନ ଜାତୀୟ ପ୍ରଜାପତିଙ୍କ ଗୋଟିରୁ ରେସମ, ତସର, ଏଣ୍ଡି, ମୁଗା ଆଦିର ତନ୍ତୁ ବାହାରେ

ଏହାର ପକ୍ଷ ନାନା ବର୍ଣ୍ଣ; ଅଙ୍ଗ ପୁଷ୍ପପରାଗବତ୍ ରେଣୁମୟ ଏହାର ରେଫ ବା ନିଶ ଅଛି ]

୨. (ବଣିଆ ଶବ୍ଦ) ପ୍ରଜାପତି ଆକୃତିର ସୁନା ବା ରୁପାର ଅଳଙ୍କାର ବିଶେଷ (ଯାହାକୁ ସ୍ତ୍ରୀ ଲୋକ ମୁଣ୍ଡରେ ପିନ୍ଧନ୍ତି) — ୨. A butterfly-shaped ornament for hair.