Jump to content

ପ୍ରତିଷ୍ଠା

ଉଇକିଅଭିଧାନ‌ରୁ

ପ୍ରତିଷ୍ଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ସ୍ଥା ଧାତୁ+ଭାବ. ଅ+ସ୍ତ୍ରୀ. ଆ; ଷତ୍ୱବିଧାନ)[ସମ୍ପାଦନା]

୧. ସୁଖ୍ୟାତି; ସୁନାମ; ପ୍ରସିଦ୍ଧି — ୧. Celebrity; fame; reputation.
୨. ଗୌରବ; ମର୍ଯ୍ୟଦା —୨. Glory; honour.
୩. (+ଅଧିକରଣ. ଅ) କ୍ଷିତି; ପୃଥିବୀ —୩. The earth.
୪. (+ଭାବ. ଅ) ଉଚ୍ଚ ପରିସ୍ଥିତି —୪. High position.
୫. ବ୍ରତାଦିର ଉଦ୍ଯାପନ —୫. Accomplishment or ceremonial conclusion of a religious rite or vow.
୬. ସମାପ୍ତି —୬. Completion; accomplishment.
୭. ଚତୁରାକ୍ଷର ଛନ୍ଦୋବିଶେଷ —୭. Name of a metre of ୪ lines consisting of ୪ syllables each.
୮. ଅବସ୍ଥାନ; ସ୍ଥିତି —୮. Staying; fixation.
୯. ଅବଲମ୍ୱନ; ଆଶ୍ରୟ — ୯. Assylum; refuge; shelter.
୧. ସ୍ଥାନ; ଆସ୍ପାଦ — ୧୦. Place; position; station; site.
୧୧. ସୀମା —୧୧. Boundary.
୧୨. ସ୍ଥିରତା —୧୨. Steadfastness; fixity.
୧୩. ଅଧ୍ୟବସାୟ —୧୩. Perseverance.
୧୪. ମନ୍ଦିର, ଦେବତା ଜଳାଶ୍ରୟ ଓ ଗୃହ ଆଦି ପ୍ରସ୍ତୁତ ହେବା— ପରେ ସେମାନଙ୍କୁ ମନ୍ତ୍ରାଦିଦ୍ୱାରା ପରିଶୁଦ୍ଧ କରି ବ୍ୟବହାର— ଯୋଗ୍ୟ କରିବା —୧୪. An opening ceremony; consecration of temple, image, tank house etc after its completion.
୧୫. ସଂସ୍ଥାପନ —୧୫. Establishment; opening.
୧୬. ମୂଳଦୁଆ; ମୂଳଭିତ୍ତି —୧୬. Foundation.
୧୭. ଦ୍ୱିଜାତିଙ୍କର ଗର୍ଭାଧାନଠାରୁ ବିବାହ ପର୍ଯ୍ୟନ୍ତ କର୍ତ୍ତବ୍ୟ ସଂସ୍କାରମାନ —୧୭. Ceremonial rites performed on a person of the twice-born caste.
୧୮. ଦେବବ୍ରହ୍ମାଣାଦିଙ୍କର ବା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ — ୧୮. Consecration of a thing for the use of benefit of an idol or Brāhmaṇas or the charitable institution.
୧୯. କନ୍ୟାଦାନ —୧୯. The given away of a daughter in marriage.

ଦେଶଜ - ବିଶେଷଣ -[ସମ୍ପାଦନା]

ପରିଶୁଦ୍ଧ; ପବିତ୍ରିତ —Consecrated.



ପ୍ରତିଷ୍ଠା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. ନୂତନ ଘର, ପୁଷ୍କରିଣୀ, କୂପ, ଦେବାଳୟ, ଦେବତାମାନଙ୍କୁ ମନ୍ତ୍ରାଦିଦ୍ୱାରା ପରିଶୁଦ୍ଧ କରି ଉଦ୍ଧିଷ୍ଟ କାର୍ଯ୍ୟ ପାଇଁ ଉତ୍ସର୍ଗ କରିବା — ୧. To consecrate a new house, tank or other institution to the intended use.
୨. ସଂସ୍ଥାପନ କରିବା — ୨. To install; to establish; to open; to start.
୩. ପ୍ରସଂଶା କରିବା —୩. To praise.