ପ୍ରଧାନ

ଉଇକିଅଭିଧାନ‌ରୁ

ପ୍ରଧାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ)[ସମ୍ପାଦନା]

୧. (ସାକାର ଜଗତର ଆଦି ବୀଜ) ପରମେଶ୍ୱର — ୧. God (the sedd of the material world).
୨. ପରମାତ୍ମା —୨. The Universal Soul.
୩. ପ୍ରକୃତି; ଜଗତର ମୂଳକାରଣ — ୩. Nature; the creative energy.
୪. ଆଦ୍ୟାପ୍ରକୃତି; ସୃଷ୍ଟି ବା ବିକାଶପୂର୍ବରୁ ବିଦ୍ୟମାନା ପ୍ରକୃତି — ୪. Unevolved Nature.
୫. ବୁଦ୍ଧି —୫. Intellect; Understanding.
୬. ଶ୍ରେଷ୍ଠ ବିଷୟ — ୬. Chief or principal matter.
୭. ଶ୍ରେଷ୍ଠ ବ୍ୟ୍ୟକ୍ତି —୭. Principal person.
୮. ଶ୍ରେଷ୍ଠ ବସ୍ତୁ — ୮. Principal object or thing.
୯. ରାଜଙ୍କର ଅମାତ୍ୟ; ମନ୍ତ୍ରୀ —୯. Minister.
୧. ରାଜଙ୍କ ସହଚର —୧୦. A courtier.
୧୧. ରାଜଙ୍କ ସେନାପତି — ୧୧. General of a king.
୧୨. ହସ୍ତୀପକ; ମାହୁନ୍ତ — ୧୨. The driver of an elephant.
(ପ୍ରଧାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ମୁଖ୍ୟ; ଶ୍ରେଷ୍ଠ — ୧. Chief; principal.
୨. ସର୍ବୋତ୍ତମ; ସର୍ବେତ୍କୃଷ୍ଟ — ୨. Best; foremost; most excellent.
୩. ଆଦ୍ୟ —୩. Original.
୪. (ଅନ୍ୟ ଶବ୍ଦ ସହିତ ସମାସରେ ଯୁକ୍ତ ହେଲେ; ଯଥା— ଶୀତପ୍ରଧାନ, ଗ୍ରୀଷ୍ମପ୍ରଧାନ)— ଯେଉଁଠାରେ ଅମୁକ ବିଷୟ ପ୍ରାଧାନ୍ୟ ଲାଭ କରିଥାଏ —୪. Where any matter or thing is predominant or prevailing.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କ୍ଷତ୍ରିୟ ଓ ଶୂଦ୍ରଙ୍କ ବଂଶୋପାଧିବିଶେଷ — ୧. A family title of the Kshatriya and Ṡūdras.
୨. ଗ୍ରାମର ରାଜସ୍ୱ ଆଦାୟକାରୀ ରାଜକର୍ମଚାରୀ — ୨. The collecting agent of a village.
୩. ଗ୍ରାମର ମୁଖ୍ୟ ବ୍ୟକ୍ତି — ୩. The head-man of a village.


୪. ଉତ୍କଳର ସ୍ୱାଧୀନ ରାଜଙ୍କ ସମୟରେ ଗ୍ରାମଶାସନ ପାଇଁ ଗଠିତ ଗ୍ରାମପଞ୍ଚର ବା ଗ୍ରାମ ସଭାର ସଭାପତିଙ୍କ ଉପାଧିବିଶେଷ — ୪. The generic title of the headman of the administrative assembly of a village in the reign of the independent kings of Orissa.