ପ୍ରମାଣ

ଉଇକିଅଭିଧାନ‌ରୁ

ପ୍ରମାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ପ୍ର+ମା ଧାତୁ+ଭାବ. ଅନ)[ସମ୍ପାଦନା]

୧. ଯଥାର୍ଥ ଜ୍ଞାନ — ୧. True knowledge.
୨. ସାକ୍ଷୀ —୨. Witness.
୩. ଯାହାଦ୍ୱାରା କୌଣସି ବିଷୟରେ ସତ୍ୟତା ନିରୂପିତ ହୁଏ — ୩. Evidence; proof; testimony.
୪. ସୀମା — ୪. Limet; mark; boundary.
୫. ପରିମାଣ —୫. Measure; capacity.
୬. ଶାସ୍ତ୍ର; ଧର୍ମଗ୍ରନ୍ଥ — ୬. Scripture; religious authority.
୭. ନଜିର; ପ୍ରାମାଣିକ ବାକ୍ୟ ବା ବିଷୟ — ୭. Rulling; authority.
୮. ଲେଖ୍ୟ; ପାଣ୍ଡୁଲିପି; ଦଲିଲ — ୮. Manuscript; document; a deed.
୯. ଜ୍ଞାନସାଧନ ଇନ୍ଦ୍ରିୟ — ୯. Organ of sense.


୧. ନିଶ୍ଚୟ —୧୦. Certainty.
୧୧. ବିଶ୍ୱାସ; ଦୃଢ ଧାରଣା; ପ୍ରତ୍ୟୟ — ୧୧. Faith; confidence; trust; conviction.
୧୨. (ନ୍ୟାୟ) ପ୍ରତ୍ୟକ୍ଷ, ଅନୁମାନ, ଉପମାନ ଓ ଶାବ୍ଦ ଏହି ଚାରି ପ୍ରକାରର ଜ୍ଞାନର ସୋପାନ —୧୨. (Logic) The four materials (preception, inference, comparison and words) on which a judgment is formed.

[ଦ୍ରଷ୍ଟବ୍ୟ —ପ୍ରମାଣ ନ୍ୟାୟଶସ୍ତ୍ରର ମୁଖ୍ୟ ବିଷୟ ଅଟେ ଗୌତମ ଚାରି ପ୍ରକାର ପ୍ରମାଣ ସ୍ୱୀକାର କରିଅଛନ୍ତି;—ପ୍ରତ୍ୟକ୍ଷ, ଅନୁମାନ, ଉପମାନ ଓ ଶାବ୍ଦ ଇନ୍ଦ୍ରିୟଦ୍ୱାରା ଅନୁଭୂତି ପ୍ରମାଣର ନାମ ପ୍ରତ୍ୟକ୍ଷ; ଲିଙ୍ଗ ଓ ଲିଙ୍ଗୀ ଏ ଦୁହିଙ୍କର ପ୍ରତ୍ୟକ୍ଷ ଜ୍ଞାନରୁ ଉତ୍ପନ୍ନ ପ୍ରମାଣର ନାମ ଅନୁମାନ; ଜ୍ଞାତ ବସ୍ତୁର ସାଦୃଶ୍ୟଦ୍ୱାରା ଅନ୍ୟ ବସ୍ତୁର ଜ୍ଞାନକୁ ଉପମାନ; ଆପ୍ତ ବା ବିଶ୍ୱାସପାତ୍ର ବ୍ୟକ୍ତିର ବାକ୍ୟକୁ ଶାବ୍ଦ ପ୍ରମାଣ ବୋଲାଯାଏ ମୀମାଂସା ଦର୍ଶନ ଏହି ଚାରି ପ୍ରମାଣ ଛଡ଼ା ଆଉ ଚାରିଟି ପ୍ରମାଣ ସ୍ୱୀକାର କରେ:—ଐତିହ୍ୟ, ଅର୍ଥାପତ୍ତି, ସମ୍ଭବ ଓ ଅଭାବ ଯାହା ପରମ୍ପରାକ୍ରମେ ପ୍ରସିଦ୍ଧ ତାହା ଐତିହ୍ୟ; ଯାହାକୁ ନ ଶୁଣି ବା ନ ଦେଖି ସ୍ୱୀକାର ନ କଲେ ଦେଖା ବା ଶୁଣା କଥାର ଅର୍ଥରେ ଆପତ୍ତି ହୋଇ ପାରେ ତାହା ଅର୍ଥାପତ୍ତି; ଯେଉଁ ପ୍ରମାଣଦ୍ୱାରା ଅଙ୍ଗୀ ମଧ୍ୟରେ ଅଙ୍ଗ ଥିବାର, ବ୍ୟାପକରେ ବ୍ୟାପ୍ୟ ଥିବାର, ସର୍ଜକର ସୃଷ୍ଟ ବସ୍ତୁ ସ୍ୱୀକାର କରାଯାଏ, ତାକୁ ସଂଭବ ଓ କୌଣସି ବସ୍ତୁର ବା ବିଷୟର ଅନୁପସ୍ଥିତି ଯହିଁଦ୍ୱାରା ସିଦ୍ଧ ହୁଏ, ତାକୁ ଅଭାବ ବୋଲାଯାଏ ନୈୟାୟିକମାନେ ଶେଷୋକ୍ତ ଚାରି ପ୍ରମାଣକୁ ସ୍ୱତନ୍ତ୍ର ପ୍ରମାଣ ବୋଲି ମାନନ୍ତି ନାହିଁ ଓ ଏ ଚାରୋଟି ପ୍ରଥମୋକ୍ତ ଚାରୋଟିର ଅନ୍ତର୍ଗତ ଥିବାର କହନ୍ତି ଚାର୍ବାକ ଦର୍ଶନରେ କେବଳ ପ୍ରତ୍ୟକ୍ଷ ପ୍ରମାଣ, ବୌଦ୍ଧ ଦର୍ଶନରେ ପ୍ରତ୍ୟକ୍ଷ ଓ ଅନୁମାନ ପ୍ରମାଣ, ସାଂଖ୍ୟରେ ପ୍ରତ୍ୟକ୍ଷ, ଅନୁମାନ ଓ ଆଗମ, ବୈଶେଷିକରେ ପ୍ରତ୍ୟକ୍ଷ ଓ ଅନୁମାନ ପ୍ରମାଣ ଗୃହୀତ ହୋଇଅଛି ଧର୍ମଶାସ୍ତ୍ର (ଆଇନ୍)ରେ ପ୍ରମାଣକୁ ଚାରି ଶ୍ରେଣୀରେ ବିଭକ୍ତ କରା ଯାଇଅଛି—୧ ଲିଖିତ (ଦଲିଲ); ୨. ଭୁକ୍ତି (ଦଖଲ), ୩. ସାକ୍ଷ (ଗୁହା) ଓ ୪. ଦିବ୍ୟ (ଶପଥ)—ହିନ୍ଦୀ - ଶ.]

୧୩. ହେତୁ —୧୩. Cause; motive; reason.
୧୪. ଇୟତ୍ତା; ଅନ୍ଦାଜ; ଅଟକଳ (ହିନ୍ଦୀ - ଶ) — ୧୪. Measure; estimate.
୧୫. ମୂଳଧନ (ହିନ୍ଦୀ - ଶ) — ୧୫. Capital in business.
୧୬. ଆଦେଶପତ୍ର (ହିନ୍ଦୀ - ଶ.) — ୧୬. Writ; a written order.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ହଲପ; ଶପଥ —୧. Oath.
୨. (ସଂସ୍କୃତ - ପରିମାଣ) ପରିମାଣ; ମାପ —୧. Measure.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ସୁପ୍ରମାଣିତ — ୧. Well proved.
୨. ଠିକ୍; ନିଃସନ୍ଦେହ —୨. Undoubted.

ଜଣାଇଲେ ସଖୀ; ଧୂର୍ତ୍ତ ସେ ଭୂଜଙ୍ଗଫଟା ନାଟୂଆ ପ୍ରମାଣ ଗୋ— କବିସୂର୍ଯ୍ୟ. ସଙ୍ଗୀତ

୩. (କଚିରିଆ ଓ ଦଲିଲରେ ବ୍ୟବହୃତ) ସ୍ୱୀକୃତ — ୩. Agreed to.

(ଯଥା—ଏ ତମସୁକ ଲିଖିତ ବିଷୟମାନ ମୋର ପ୍ରମାଣ) ===

ଦେଶଜ - ଅ.[ସମ୍ପାଦନା]

୧. ନିଶ୍ଚେଁ; ଅବଶ୍ୟ — ୧. Certainly; must.

(ଯଥା—ମୁଁ ଆଜି ସେଠାକୁ ଯିବା ପ୍ରମାଣ)

୨. ପର୍ଯ୍ୟନ୍ତ —୨. Upto; till.

କଣ୍ଠ ପ୍ରମାଣ ଜଳେ ଥାଇ; କମ୍ପନ୍ତି କୃଷ୍ଣ ମୁଖ ଚାହିଁ ଜଗନ୍ନାଥ, ଭାଗବତ

୩. ଅନୁସାରେ; ଅନୁଯାୟୀ — ୩. According to; in pursuance.

(ଯଥା—ମୁଁ ତାଙ୍କ ଆଜ୍ଞା ପ୍ରମାଣ ସେଠାକୁ ଯିବି)

୪. (କଚିରିଆ ଓ ଦଲିଲରେ ବ୍ୟବହୃତ) ଏହା ମୋର ସମ୍ମତ ଅଟେ; ସହି —୪. This is agreed to be me.

(ଯଥା—ଏ ଦୁଇ ଶହ ଟଙ୍କାର ତମସୁକ ରାମ ସାହୁଙ୍କର ପ୍ରମାଣ)

୫. (କଚିରିଆ)—ଯଥାର୍ଥରେ; ଏହା ଠିକ୍ ଅଟେ — ୫. This is catually so.

(ଯଥା— ଏ କରମାଳା ସନ୍ତକ କମଳା ଦେବୀଙ୍କର ପ୍ରମାଣ)

୬. (କଚିରିଆ)—ପୂର୍ବକ; ଗ୍ରହଣ ପୂର୍ବକ — ୬. By taking on.

(ଯଥା—ମୁଁ ହଲପ ପ୍ରମାଣ ଏ କଥା କହୁଛି)

୭. ବନେ; ମୁଁ ସନ୍ତୁଷ୍ଟ ହେବି —୭. I will be satsfied.

(ଯଥା—ଏ ଦୁଷ୍ଟ ଲୋକକୁ ଏ ସହରରୁ ତଡ଼ିଲେ ଯାଇ ପ୍ରମାଣ)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

୧. ସ୍ୱାକ୍ଷର —୧. Signature.
୨. ଅଶିକ୍ଷିତ ବ୍ୟକ୍ତିର ସନ୍ତକ —୨. Mark put on a document by an unlettered person.