ପ୍ରାଣାୟାମ

ଉଇକିଅଭିଧାନ‌ରୁ

ପ୍ରାଣାୟାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରାଣ+ଆ+ଯମ ଧାତୁ=ସଂଯତ କରିବା+ ଭାବ. ଅ)[ସମ୍ପାଦନା]

ଯୋଗାଙ୍ଗବିଶେଷ; ମନ୍ତ୍ରଜପ ପୂର୍ବକ ନାକର ବାମ ପୁଡାବାଟେ ପବନ ଦେହଭିତରକୁ ନେଇ ଦେହମଧ୍ୟରେ ତାକୁ କିଛିକ୍ଷଣ ରୋଧ କରି ତା ପରେ ଡାହାଣ ପୁଡାଦ୍ୱାରା ପବନ ଛାଡିବାରୂପ ଯୋଗସାଧନ କ୍ରିୟା — The exercise of controlling the breath according to Joga-rules, breathing exercise.

[ଦ୍ରଷ୍ଟବ୍ୟ —ଯୋଗଶାସ୍ତ୍ର ଅନୁସାରେ ଯୋଗ ସାଧନର ଆଠ ଅଙ୍ଗ (ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି) ମଧ୍ୟରୁ ଏହା ଚତୁର୍ଥ ଅଟେ ନାକ ବାଟେ ଦେହ ଭିତରକୁ ପବନ ଟାଣିନେବା କ୍ରିୟାକୁ ଶ୍ୱାସ ଓ ଦେହ ଭିତରୁ ବାୟୁକୁ ଛାଡ଼ି ଦେବାକୁ ପ୍ରଶ୍ୱାସ ବୋଲାଯାଏ ଶ୍ୱାସ ଓ ପ୍ରଶ୍ୱାସର ଗତିକୁ ପ୍ରଯତ୍ନ ପୂର୍ବକ ଧୀରେ ଧୀରେ କମାଇବାକୁ ପ୍ରାଣାୟାମ କହନ୍ତି ପ୍ରାଣାୟାମର ତିନୋଟି ବୃତ୍ତି ଅଛି ଆଭ୍ୟନ୍ତର (ପୂରକ, ସ୍ତମ୍ଭ (କୁମ୍ଭକ) ଓ ବାହ୍ୟ (ରେଚକ) ବାହାରୁ ଦେହକୁ ପବନ ଟାଣି ନେବାକୁ ପୂରକ; ଟଣା ହୋଇ ଯାଇଥିବା ବାୟୁକୁ ଦେହ ମଧ୍ୟରେ ଥୟ କରି ରଖିବାକୁ କୁମ୍ଭକ ଓ ଭିତରକୁ ଟଣା ହୋଇ ଯାଇଥିବା ବାୟୁକୁ ନାକ ବାଟେ ଛାଡିବାକୁ ରେଚକ ବୋଲାଯାଏ ରେଚକ, ପୂରକ ଓ କୁମ୍ଭକର ନିର୍ଦ୍ଧାରିତ ବ୍ୟାପକ ସମୟ ଅଛି ଏହା ଗୁରୂପଦେଶଗମ୍ୟ ପ୍ରାଣାୟାମଦ୍ୱାରା ଚିତ୍ତର ଚଞ୍ଚଳତା ନିବୃତ୍ତ ହୁଏ, ସକଳ ପାପ ନଷ୍ଟ ହୁଏ ଓ ଯୋଗୀ ଇନ୍ଦ୍ରିୟନିରୋଧକ୍ଷମ ହୁଏ ଡାହାଣ ନାକପୁଡାକୁ ଡାହାଣ ହାତର ବୁଢା ଆଙ୍ଗୁଠିଦ୍ୱାରା ଚିପି ରଖି ବାମ ନାକପୁଡାଦ୍ୱାରା ପୂରକ କରାଯାଏ ତତପରେ ବାମ ନାକପୁଡାକୁ ଅନାମିକା ଓ କନିଷ୍ଠା ଅଙ୍ଗୁଳି ଦ୍ୱୟଦ୍ୱାରା ଚିପି ରଖି କୁମ୍ଭକ କରାଯାଏ ତତପରେ ବାମ ନାସାପୁଡା ବନ୍ଦ ଥିବା ଅବସ୍ଥାରେ ଡାହାଣ ନାକପୁଡାରୁ ବୁଢା ଆଙ୍ଗୁଠିକୁ କାଢି ନେଇ ରେଚକ କରାଯାଏ ସାଧକ ପ୍ରାଣାୟାମ କରିବା କାଳରେ ଭ୍ରୁମଧ୍ୟରେ ଦୃଷ୍ଟି ସ୍ଥାପନ କରିବେ ଓ ସ୍ଥିରମନାଃ ହେବେ—ଜ୍ଞାନେନ୍ଦ୍ର]