ପ୍ରାସାଦ

ଉଇକିଅଭିଧାନ‌ରୁ

ପ୍ରାସାଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଆ+ସଦ୍ ଧାତୁ=ଯିବା+ଅଧିକରଣ. ଅ)[ସମ୍ପାଦନା]

୧. ବଡ଼ କୋଠା; ହର୍ମ୍ମ୍ୟ; ଅଟ୍ଟାଳିକା — ୧. Mansion; big building.
୨. ଦେବମନ୍ଦିର —୨. Temple.
୩. ରାଜଙ୍କ ନହର —୩. Palace.

[ ଦ୍ର—ପ୍ରାଚୀନ ବାସ୍ତୁ ବିଦ୍ୟା ଅନୁସାରେ ଖୁବ ଲମ୍ୱା, ଚଉଡ଼ା, ଉଚ୍ଚ ଓ ତଳ (ମାହାଲା) ବିଶିଷ୍ଟ ପଥର ବା ଇଟାର ଘରକୁ ପ୍ରାସାଦ ବୋଲାଯାଏ ଏଥିରେ ଅନେକ ଶୃଙ୍ଗ, ଶୃଙ୍ଗଳ, ଅଣ୍ଡକ, ଦ୍ୱାର ଓ ଗବାକ୍ଷ ଥାଏ ଓ ଏହା ତ୍ରିକୋଣ. ଚତୁଷ୍କୋଣ. ଆୟତ ଓ ବ଼ୃତ୍ତାକାର ହୁଏ ଆକୃତିଭେଦରେ ପ୍ରାସାଦ ୫ ପ୍ରକାର—ଚତୁରସ୍ର, ଚତୁରାୟତ, ବୃତ୍ତ, ବୃତ୍ତାୟତ ଓ ଅଷ୍ଟ୍ରାସ୍ର ଏମାନଙ୍କ ନାମ ଯଥାକ୍ରମେ ବୈରାଜ, ପୁଷ୍ପକ, କୈଳାସ, ମାଳକ ଓ ତ୍ରିବିଷ୍ଟପ ଅଟେ ଭୂମି, ଅଣ୍ଡକ ଓ ଶିଖାରାଦିର ନ୍ୟୁନାଧିକତା ଯୋଗୁଁ ଏହି ୫ ପ୍ରକାର ପ୍ରାସାଦର ୯ଟି ଲେଖାଏଁ ଭେଦ ଅଛି ଯଥା—୧ ବୈରାଜର— ମେରୁ, ମନ୍ଦର, ବିମାନ, ଭଦ୍ର, ସର୍ବତୋଭଦ୍ର, ରୁଚକ, ନନ୍ଦନ, ନନ୍ଦିବର୍ଦ୍ଧନ ଓ ଶ୍ରୀବତ୍ସ—୨ ପୁଷ୍କକର—ବଳଭୀ, ଗୃହରାଜ, ଶାଳାଗୃହ, ମନ୍ଦିର, ବିମାନ, ବ୍ରହ୍ମମନ୍ଦିର, ଭବନ, ଉତ୍ତମ୍ଭ ଓ ଶିବିକା— ବେଶ୍ମ—୩ କୌଳାସର—ବଳୟ, ଦୁନ୍ଦୁଭି, ପଦ୍ମ, ମହାପଦ୍ମ, ଭଦ୍ରକ, ସର୍ବତୋଭଦ୍ର, ରୂଚକ, ନନ୍ଦନ, ଗୁବାକ୍ଷ ବା ଗୁବାବୃତ— ୪ ମାଳକର—ଗଜ, ବୃକ୍ଷଭ, ହଂସ, ଗରୁଡ଼, ସିଂହ, ଭୁମୁଖ, ଭୂଧର, ଶ୍ରୀଜୟ, ପୃଥିବୀଧର—୫ (ତ୍ରିବିଷ୍ଟପର—ବଜ୍ର. ଚକ୍ର, ମୁଷ୍ଟିକ ବା ବଭ୍ରୁ, ବକ୍ର, ସ୍ୱସ୍ତିକ, ଖଡ୍ଗ. ଗଦା, ଶ୍ରୀବୃକ୍ଷ ଓ ବିଜୟ କେବଳ ରାଜା ଓ ଦେବତାଙ୍କ ଗୃହକୁ ପୁରାଣରେ ପ୍ରାସାଦ ବୋଲା ଯାଇଅଛି—ହିନ୍ଦୀ - ଶ]

୪. କୋଠା ଉପରେ ଛାତ(ହିନ୍ଦୀ - ଶ) — ୪. The roof of a building.
୫. ବୌଦ୍ଧ ସଂଘାରାମରେ ସାଧୁମାନେ ଏକତ୍ର ହେବା ବଡ଼ ଘର (ହିନ୍ଦୀ - ଶ) —୫. A big hall where Buddhist mandicants congregate.