ପ୍ରୟୋଜକ

ଉଇକିଅଭିଧାନ‌ରୁ

ପ୍ରୟୋଜକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରୟୋ(ଯୋ)ଜିକା—ସ୍ତ୍ରା)
  • (file)

ସଂସ୍କୃତ - ବିଶେଷଣ - (ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

୧. ପ୍ରୟୋଗକର୍ତ୍ତା —୧. Applying.
୨. ବ୍ୟବହାରକାରୀ —୨. Using.
୩. ନିଯୋକ୍ତା; ନିଯୋଗକାରୀ —୩. Employing.
୪. ପ୍ରେରକ —୪. Sending.
୫. ପ୍ରବର୍ତ୍ତକ — ୫. Setting in action; inducing.
୬. ଉତ୍ତେଜକ —୬. Instigating; exciting.
୭. ଅନ୍ୟଦ୍ୱାରା କାର୍ଯ୍ୟ କରାଇବା ବା ଅନ୍ୟକୁ କାର୍ଯ୍ୟରେ ଲଗାଇବା (ବ୍ୟକ୍ତି) —୭. Causing a thing to be done; causing a thing to be done by others.
୮. (ବ୍ୟାକରଣ) ଅନ୍ୟଦ୍ୱାରା କୌଣସି କାର୍ଯ୍ୟ କରାଇବା ଅର୍ଥ— ଯୁକ୍ତ (କ୍ରିୟା ବା କର୍ତ୍ତା) —୭. (grammar) Causative (form of a verb or subject).

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. କାର୍ଯ୍ୟରେ ନିଯୁକ୍ତକାରୀ ବ୍ୟକ୍ତି — ୧. An employer (Apte).
୨. ଗ୍ରନ୍ଥକାର —୨. An author (Apte).
୩. ପ୍ରତିଷ୍ଠାତା ବ୍ୟକ୍ତି —୩. A founder (Apte).
୪. ଋଣଦାତା; ମହାଜନ — ୪. A money-lender (Apte).
୫. ଆଇନକର୍ତ୍ତା; ସ୍ମୃତିକାର — ୫. A lawgiver (Apte); legislator.
୬. ପ୍ରବର୍ତ୍ତକ —୬. Instigator.