ଫାଡ଼ିବା

ଉଇକିଅଭିଧାନ‌ରୁ

ଫାଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଫଡ଼ା(ଡ଼େ)ଇବା—ପ୍ରୟୋଜକ ରୂପ]

ଦେଶଜ - କ୍ରି. (ସଂସ୍କୃତ - ସ୍ଫୁଟ୍ ବା ସ୍ଫଟ୍ ଧାତୁ= ବିଦାରଣ; ସଂସ୍କୃତ - ସ୍ଫାଟନ)[ସମ୍ପାଦନା]

୧. ଚିରି ଦେବା — ୧. To tear up; to split up; to clave.

ବଳେ ଜିଭ କାହାରି ପାଟି ଫାଡ଼ି ଦେଲା କୃଷ୍ଣସିଂହ. ମହାଭାରତ ବନ

୨. ବିଦାରଣ କରିବା —୨. To tear up; to rive up.
୩. ଦୁଇଶାଖାଯୁକ୍ତ ଅଙ୍ଗକୁ ବିପରୀତ ଦିଗକୁ ବିସ୍ତୃତ କରିବା; ବିସ୍ତୃତ କରିବା —୩. To spread out (one's arms or legs).
୩. ପୃଥକ୍ କରିବା; ବିଭକ୍ତ କରିବା — ୪. To divide; to separate.
୫. ଫଡ଼ା ଫଡ଼ା ବା ଫାଳ ଫାଳ କରିଦେବା — ୫. To split up into strips.

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ପକାଇବା, ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]