ଫୁଙ୍କିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ମୁହଁବାଟେ ପବନ ଛାଡିବା; ଫୁତକାର କରିବା
  • ମୁହଁ ବା ନଳଦ୍ଵାରା ପବନ ଛାଡି ନିଆଁକୁ ସତେଜ କରାଇବା
  • ମନ୍ତ୍ରପାଠ ପୂର୍ବକ ଘାଆ ବା ରକା ଉପରକୁ ମୁହଁଦ୍ଵାରା ପବନ ଛାଡିବା
  • ଗାଈ ଧରିବା
  • ଧନକୁ ଅପବ୍ୟୟ କରିବା ବା ଉଡାଇ ଦେବା
  • ଗୁପ୍ତ ଭାବରେ ଅନ୍ୟର କାନରେ କୌଣସି କଥା କହିଦେବା
  • ଶିଷ୍ୟର କାନରେ ମନ୍ତ୍ର ଦେବା
  • ଶଙ୍ଖ, ବଂଶୀ ଆଦି ବଜାଇବାଫୁଙ୍କିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଫୁଙ୍କାଯିବା, ଫୁଙ୍କା ହେବାକର୍ମବାଚ୍ୟ ରୂପ

ଦେଶଜ - କ୍ରି. (ସଂସ୍କୃତ - ଫୁତ୍କାର)[ସମ୍ପାଦନା]

୧. ମୁହଁବାଟେ ପବନ ଛାଡ଼ିବା; ଫୁତ୍ କାର କରିବା —୧. To blow wind through the mouth.

ଫୁଙ୍କିଦେଲେ ଉଡ଼ିଯିବା ପରି ସଡ଼ି ଅଛିଟି ତନ୍ମ ବଲ୍ଲଭା କବିସୂର୍ଯ୍ୟ, କିଶୋରୀ ଚମ୍ଫୂ ଫ ଗୀତ

୨. ମୁଁହ ବା ନଳ ଦ୍ୱରା ପବନ ଛାଡ଼ି ନିଆଁକୁ ସତେଜ କରାଇବା ୨. To keep up a fire by constant blowing.
୩. ମନ୍ତ୍ରପାଠ ପୂର୍ବକ ଘାଆ ବା ରକା ଉପରକୁ ମୁହଦ୍ୱାରା ପବନ ଛାଡ଼ିବା — ୩. To blow wind over a sore of affected part of the body by reciting mantras

ଗାଅର କଅଳା ପିଲାଙ୍କୁ ଦୃଷ୍ଟି ହେଲେ ଫୁଙ୍କି ଉଡ଼ାଇ ଦିଏ ଫକୀରମୋହନ ଛଅମାଣ ଆଠଗୁଣ୍ଠ

୪. (ନୂଆ ପ୍ରସବ କରିଥିବା ଗାଈଠାରୁ ଦୁଧ ଦୁହିଁବା ବେଳେ ଯେପରି ସେ ଦୁଷ୍ଟାମୀ ନ କରିବ, ସେହି ଉଦ୍ଦେଶ୍ୟରେ ଗଉଡ଼ମାନେ ତାହାର ପ୍ରସବ ଦ୍ୱାରରେ ମୁହଁ ବା ବାଉଁଶ ନଳ ଦେଇ ତା ପେଟ ଭିତରେ ଗୁଡ଼ାଏ ପୂରାନ୍ତି; ଏହିଭଳି ପ୍ରକ୍ରିୟାକୁ ଫୁଙ୍କିବା କହନ୍ତି)—ଗାଈ ଧରିବା ୪. The blow wind into the belly of a newly calved cow, so that she will submit easily to being milked.
୫. (ଲକ୍ଷଣାର୍ଥ) ଧନକୁ ଅପବ୍ୟୟ କରିବା ବା ଉଡ଼ାଇ ଦେବା — ୫. (Figurative) To squander (money)
୬. ଗୁପ୍ତ ଭାବରେ ଅନ୍ୟର କାନରେ କୌଣସି କଥା କହିଦେବା — ୬. To wishper a matter into another's ears.
୭. (ଗୁରୁ) ଶିଷ୍ୟର କାନରେ ମନ୍ତ୍ର ଦେବା — ୭. (the spiritual preceptor) To whisper esoteric formula into the ears of a desciple.
୮. ଶଙ୍ଖ, ବଂଶୀ ଆଦି ବଜାଇବା — ୮. To blow conches, flutes etc.

ପୁଣି ଆଉରି ଥରେ ଫୁଙ୍କିଲି ମୁଁ ଶଙ୍ଖ କୃଷ୍ଣସିଂହ ମହାଭାରତ. ଉଦ୍ ଯୋଗ