ଫୁଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ପ୍ରସ୍ଫୁଟିତ ହେବା
  • ଭୁକିବା; ଫୋଡି ହେବା; ବିନ୍ଧ ହେବା
  • ଏକ ପାଖରୁ ଅନ୍ୟ ପାଖକୁ ଭେଦ କରିବା; ବିନ୍ଧ କରିବା
  • କଣା ହେବା; ଛିଦ୍ର ହେବା; ଛିଦ୍ରଯୁକ୍ତ ହେବା
  • ବିକସିତ ହେବା; ସ୍ପଷ୍ଟରୂପେ ପ୍ରକାଶିତ ହେବା; ସ୍ପଷ୍ଟରୂପେ ଦେଖାଯିବା
  • ଗରମ ପାଣି ଅଗ୍ନି ଉତ୍ତାପରେ ବୁଦବୁଦଯୁକ୍ତ ହୋଇ ଟକମକ ଶବ୍ଦ କରିବା
  • ଢୁ ଢା ଶବ୍ଦପୂର୍ବକ ଫଏର୍ ହେବା
  • ଦୃଷ୍ଟିଶକ୍ତିହୀନ ହେବା; ନଷ୍ଟ ହେବା
  • ଜଳର ଉପରିଭାଗକୁ ଡେଇଁବା
  • ପ୍ରଥମେ ଋତୁମତି ହେବା
  • ପାଚି ନ ପାରି ପୁଣି ଲେଉଟିବା; କଞ୍ଚା ହେବା
  • ଧାନକୁ ଭାଜିଲେ ଧାନ ଉପରର ଚୋପା ବିଦୀର୍ଣ୍ଣ ହୋଇ ତହିଁ ମଧ୍ୟରୁ ଖଇ ଶବ୍ଦ କରି ଡେଇଁ ଡେଇଁ ବାହାରି ପଡିବା
  • ଟକ ଟକ ଶବ୍ଦ କରିବା
  • ପ୍ରକଟିତ ହେବା
  • ସୁନ୍ଦରରୂପେ ପ୍ରକାଶିତ ହେବା
  • ଛିଦ୍ରମୟ ବା ବ୍ରଣମୟ ହେବା
  • ଶ୍ରାନ୍ତ ହେବା; କ୍ଳାନ୍ତ ହେବା; ଥକିଯିବା
  • ଆବରଣ ମଧ୍ୟରୁ ଫିଟି ବାହାରକୁ ବାହାରି ପଡିବା
  • ଜାତ ହେବା; ଜନ୍ମ ହେବା
  • ପୀଡା କରିବା; ପୀଡାଯୁକ୍ତ ହେବା
  • ବିଦ୍ଧ ହେବାଫୁଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଫୁଟ୍ ଧାତୁ= ବିକସନ; ଭଦେନ କିମ୍ୱା ସ୍ଫଟ ଧାତୁ)[ସମ୍ପାଦନା]

୧. ପ୍ରସ୍ଫୁଟିତ ହେବା — ୧. To be full blown.

(ଯଥା—ଫୁଲ ଫୁଟିବା )

ଅନୁବାଦ[ସମ୍ପାଦନା]

୨. ଭୁକିବା; ଫୋଡ଼ି ହେବା: (ମୁନିଆ ପଦାର୍ଥ) ବିନ୍ଧ ହେବା — ୨. To prick.

(ଯଥା—ମୋ ଗୋଡ଼ରେ ଗୋଟେ କଣ୍ଟା ଫୁଟିଗଲା )

ଅନୁବାଦ[ସମ୍ପାଦନା]

୩. ଏକ ପାଖରୁ ଅନ୍ୟ ପାଖକୁ ଭେଦ କରିବା; ବିଦ୍ଧ କରିବା —୩. To pierce through.

(ଯଥା— ଗୋଟିଏ ଶର ତାଙ୍କ ବକ୍ଷସ୍ଥଳକୁ ଫୁଟିଲା )

ଅନୁବାଦ[ସମ୍ପାଦନା]

୪. କଣା ହେବା; ଛିଦ୍ର ହେବା; ଛିଦ୍ରଯୁକ୍ତ ହେବା — ୪. To eat holes; to have holes.

(ଯଥା— ନଆଁରେ ବସାଇବା ମାତ୍ରକେ ହାଣ୍ଡିଟା ଫୁଟିଗଲା )

ଅନୁବାଦ[ସମ୍ପାଦନା]

୫. (ସୌନ୍ଦର୍ଯ୍ୟ) ବିକସିତ ହେବା; ସ୍ପଷ୍ଟରୂପେ ପ୍ରକାଶିତ ହେବା; ସ୍ପଷ୍ଟରୂପେ ଦେଖାଯିବା — ୫. To be manifest; to be seen clearly.

ସମାଗମେ ଏବେ ଗଣ୍ଡେ ସୁନ୍ଦରୀର ଫୁଟିଲା ଲାଜ ସିନ୍ଦୂର— ରାଧାନାଥ. ପାର୍ବତୀ

ଅନୁବାଦ[ସମ୍ପାଦନା]

୬. ଗରମ ପାଣି ଅଗ୍ନି ଉତ୍ତାପରେ ବୁଦ୍ୱୁଦ୍ଯୁକ୍ତ ହୋଇ ଟକମକ ଶବ୍ଦ କରିବା —୬. To boil; to bubble.

(ଯଥା—ଭାତ ଫୁଟୁଅଛି ଟକର ମକର )

ଅନୁବାଦ[ସମ୍ପାଦନା]

୭. (ବାଣ, ଫୋଟକା ଆଦି) ଢୁ ଢା ଶବ୍ଦପୂର୍ବକ ଫଏର୍ ହେବା —୭. To be fired; to explode with a sound.

(ଯଥା—ବନ୍ଧୁକ ବା ତୋପ ଫୁଟିବା ମାତ୍ରକେ ସମସ୍ତେ ଉଠିବସିଲେ )

ଅନୁବାଦ[ସମ୍ପାଦନା]

୮. (ଚକ୍ଷୁ) ଦୃଷ୍ଟିଶକ୍ତିହୀନ ହେବା; ନଷ୍ଟ ହେବା — ୮. (the eye) To be blind; to be lost.

(ଯଥା— ବସନ୍ତରେ ତା ଆଖି ଫୁଟିଗଲା )

୯. (ବହୁ ସଂଖ୍ୟକ ଛୋଟ ମାଛ) ଜଳର ଉପରିଭାଗକୁ ଡେଇଁବା —୯. (a large number of small fishes) To spring up from water in large numbers.

ଅନୁବାଦ[ସମ୍ପାଦନା]

୧. (ଅଶ୍ଳୀଳ) (ବାଳିକା) ପ୍ରଥମେ ଋତୁମତୀ ହେବା — ୧୦. (a girl) To have the menses for the first time; to attain puberty.

ଅନୁବାଦ[ସମ୍ପାଦନା]

୧୧. (କଉଡ଼ି ଖେଳରେ କମ ବା ବେଶି ଦାନ ପଡ଼ିବାଦ୍ୱାରା ଖେଳାଳିର ସାର) ପାଚି ନ ପାରି ପୁଣି ଲେଉଟିବା; କଞ୍ଚା ହେବା —୧୧. (the corrie of a player) To be obliged to start its movements a new from the beginning owing to a throw resulting in a higher figure than the required one.

ଅନୁବାଦ[ସମ୍ପାଦନା]

୧୨. ଧାନ ଭାଜିଲେ ଧାନ ଉପରର ଚୋପା ବିଦୀର୍ଣ୍ଣ ହୋଇ ତହିଁ ମଧ୍ୟରୁ ଖଇ କରି ଡେଇଁ ଡେଇଁ ବାହାରି ପଡ଼ିବା —୧୨. To brust (said of paddy and other chaffed grains while being fried),

(ଯଥା— ରଙ୍ଗିଆରାଇ ଧାନ ଭଲ ଖଇ ଫୁଟେ )

ଅନୁବାଦ[ସମ୍ପାଦନା]

୧୩. ଟକ ଟକ ଶବ୍ଦ କରିବା —୧୩. To make a bubbling sound; to makes a cracking sound.

(ଯଥା—ରାତିଯାକ ତା ପେଟ ଫୁଟୁଛି )

୧୪. ପ୍ରକଟିତ ହେବା — ୧୪. To be published or divulged.

ଫୁଟି ବାହାରୁଛି ରୁଦ୍ଧ ଦୀର୍ଘ ନିଶ୍ୱାସ—ରାଧାନାଥ. ନନ୍ଦିକେଶ୍ୱରୀ

୧୫. ସୁନ୍ଦରରୂପେ ପ୍ରକାଶିତ ହେବା — ୧୫. To come out or appear beautifully.

(ଯଥା— ଏ ଚିତ୍ରରେ ଶ୍ରୀକୃଷ୍ଣଙ୍କ ରୂପଟି ଫୁଟୁଛି )

ଅନୁବାଦ[ସମ୍ପାଦନା]

୧୬. ଛିଦ୍ରମୟ ବା ବ୍ରଣମୟ ହେବା — ୧୬. To be full of holes or sores.

(ଯଥା—କୁଷ୍ଠ ରୋଗରେ ତା ସର୍ବାଙ୍ଗ ଫୁଟିଗରୀଣି )

ଅନୁବାଦ[ସମ୍ପାଦନା]

୧୭. ଶ୍ରାନ୍ତ ହେବା; କ୍ଳାନ୍ତ ହେବା; ଥକିଯିବା — ୧୭. To be over-tired.

ଜଳପି ଜଳପି ତୋତେ ଫୁଟିଲେଣି ଆଳି—କବିସୂର୍ଯ୍ୟ. ସଙ୍ଗୀତ

ଅନୁବାଦ[ସମ୍ପାଦନା]

୧୮. ଆବରଣ ମଧ୍ୟରୁ ଫିଟି ବାହାରକୁ ବାହାରି ପଡ଼ିବା — ୧୮. To brust.

(ଯଥା—କପାବକଡ଼ା ଫୁଟିଗଲଣି )

୧୯. ଜାତ ହୋବା; ଜନ୍ମ ହେବା —୧୯. To be born.

ଯାବତ ଯୋନିରେ ଭମନ୍ତି, ସର୍ବତ୍ର ଫୁଟିଣ ମରନ୍ତି— ଜଗନ୍ନାଥ. ଭାଗବତ


୨. ପୀଡ଼ା କରିବା; ପୀଡ଼ାଯୁକ୍ତ ହେବା —୨୦. To become painful; to ache; to smart.

କେ ବୋଇଲେ ଶ୍ରୀଅଙ୍ଗ ଫୁଟିବ ସିନା—ଦୀନକୃଷ୍ଣ. ରସକଲ୍ଲୋଳ

୨୧. ବିଦ୍ଧ ହେବା —୨୧. To be pierced through.

(ଯଥା—କାଣ୍ଡରେ ତା ଛାତି ଫୁଟିଗଲା)