ଫେନିକା

ଉଇକିଅଭିଧାନ‌ରୁ

ଫେନିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଫେଣୀ; ମଇଦାରେ ତିଆରି ଏକପ୍ରକାର ମିଷ୍ଟାନ୍ନ; ପତଳା ବହୁସ୍ତରଯୁକ୍ତ ଘୃତପକ୍ୱପିଷ୍ଟକବିଶେଷ; ଖଜା — A kind of pastry cake made up of many thin layers.

[ଦ୍ରଷ୍ଟବ୍ୟ —ଘୃତବହୁଳ ମଇଦାକୁ ଦଳି ତହିଁରେ ଦୀର୍ଘାକୃତି ବର୍ତ୍ତିକା ପ୍ରସ୍ତୁତ କରି ତାକୁ ବେଲଣାପେଡ଼ି ଉପରେ ରଖି ବେଲଣା କାଠିଦ୍ୱାରା ବେଲି ଖଣ୍ଡିଏ ରୁଟି ପ୍ରସ୍ତୁତ କରାଯାଏ ସେହି ରୁଟିକୁ ଛୁରିଦ୍ୱାରା ସଂଲଗ୍ନ ଭାବରେ କାଟି ପୁଣି ବୋଲିବାକୁ ହୁଏ ସେ ରୁଟି ଉପରେ ଶଟ୍ଟକ (ଶାଳିତଣ୍ଡୁଳ ଚୂର୍ଣ୍ଣ, ଘୂତ ଓ ଜଳ) ଲେପନ କରି ତାକୁ ମୁନ୍ଦୁରା ଗୁଡ଼ାଇଲା ଭଳି ଗୁଡ଼ାଇ, ସେହି ଲମ୍ୱ ଖଣ୍ଡକୁ ପୁଣି ମୁଣ୍ଡା ମୁଣ୍ଡା କରି କାଟି ବେଲିବାକୁ ହୁଏ ସେହି ବେଲା ହୋଇଥିବା ପତଳା ରୁଟିକୁ ଘିଅରେ ଛାଣି ଶିରା (ଚିନିରସ)ରେ ବତୁରାଇବାକୁ ହୁଏ ଏ ପିଠା ଫୁଲୁକା ବା ଭିତରେ ବହୁ ସୂକ୍ଷ୍ମସ୍ତର— ଯୁକ୍ତ ହୁଏ ଏହାକୁ ଫେନିକା ବୋଲାଯାଏ ବୈଦ୍ୟଶାସ୍ତ୍ର ମତରେ ଏହା ଲଘୁପାକ ଓ ମଣ୍ଡକ ଗୁଣଯୁକ୍ତ—ଦ୍ରବ୍ୟଗୁଣ]