ବକସୀ
ଦେଖଣା
ବକସୀ
ଉଚ୍ଚାରଣ
[ସମ୍ପାଦନା](ବକ୍ସୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଖ୍ସୀ=ବେତନଭୋଗୀ ରାଜକର୍ମଚାରୀ)
[ସମ୍ପାଦନା]- ୧. ମୁସଲମାନ୍ ରାଜସରକାରଙ୍କ ଦପ୍ତରର ପ୍ରଧାନ କର୍ମଚାରୀ —୧. The chief ministerial officer under the Mahommedan rules.
ବ୍ୟବର୍ତ୍ତା ଭଲ ଭେକ ସଭାରେ ବକସି ପଟଯୋଷି ମହାପାତରେ—ବ୍ରଜନାଥ, ସମତରଙ୍ଗ
[ଦ୍ରଷ୍ଟବ୍ୟ —ଏମାନେ ମୁନସୀ ବା କିରାନୀଙ୍କ ଉପରସ୍ଥ ଓ ନାଜୀରଙ୍କ ନିମ୍ନ ହାକିମ ଅଟନ୍ତି]
- ୨. କିଲଟରଙ୍କ ନାଜରଙ୍କ ସହକାରୀ —୨. The assistant Nazir in the Collectorate.
- ୩. ପ୍ରାଚୀନ ଓଡ଼ିଶା ରାଜାମାନଙ୍କ ଅଧୀନ ସେନାପତିଙ୍କ ଉପାଧି — ୩. The title of generals in the army of ancient Orissa.
[ଦ୍ରଷ୍ଟବ୍ୟ —ଓଡ଼ିଶାର ବକସୀ ଖୋରଧା ଗଜପତି ରାଜାଙ୍କ ସମୟରେ ପ୍ରଧାନ ସେନାପତିର କାର୍ଯ୍ୟ କରୁଥିଲେ ବଂଶପରମ୍ପରାକ୍ରମେ ବକସୀମାନଙ୍କୁ ପାଇକମାନେ ଆପଣାର ଉପରକ୍ତ ସେନାପତି ବୋଲି ଭକ୍ତି ଓ ବିଶ୍ୱାସ କରୁଥିଲେ ରାଜାଙ୍କ ତଳେ ବକସୀ ସମ୍ମାନପାତ୍ର ଥିଲେ କୃପାସିନ୍ଧୁ. ଇତିହାସ]