ବନ୍ଧୁକ

ଉଇକିଅଭିଧାନ‌ରୁ

ବନ୍ଧୁକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ବନ୍ଧ୍ ଧାତୁ+ଉକ; ଊକ)[ସମ୍ପାଦନା]

ବଧୁଲି (ଦେଖ) - — Badhūli (See)

ବୈଦେଶିକ - ବି—(ତୁରକୀ—ବନ୍ଦୂକ; ତୁଳନା କର ସଂସ୍କୃତ - ବିନ୍ଦ୍ରକ=ବନ୍ଧୁକ ନଳୀର ଅଗ ଉପରେ ଦିଆଯାଇ ଥିବା ବିନ୍ଦୁ ବା ମାଛ)[ସମ୍ପାଦନା]

ନାଳିକାସ୍ତ୍ର; ନଳୀ; ଆଗ୍ନେୟାସ୍ତ୍ର — Gum; musket.

[ଦ୍ରଷ୍ଟବ୍ୟ —ବନ୍ଧୁକ ଅନେକପ୍ରକାର ଯଥା:—ଟୋପୀଦାର୍ (muzzle loader), ତୋଡ଼ାଦାର୍ (match lock), ପିସ୍ତଲ ବା ଗଣ୍ଠିଆ (pistol). ରାଇଫଲ୍ (Rifle), ବ୍ରଜଲୋଟ (Breech loader), ପକେଟ୍ ବନ୍ଧୁକ (Revolver) ଓ କମାଣ ବା ତୋପ (Cannon). ପୂର୍ବେ ଭାରତୀୟ ଯୋଦ୍ଧାମାନେ ଓ ଅସ୍ତ୍ରମାନ ବ୍ୟବହାର କରୁଥିବାର ପ୍ରମାଣ ମିଳେ କୃଷ୍ଣଯଜୁର୍ବେଦରେ ନାଳିକାସ୍ତ୍ରର ନାମ କର୍ଣ୍ଣୀ ବା କର୍ଣ୍ଣିକାବତୀ

ବନ୍ଧୁକର ଭିନ୍ନ ଭିନ୍ନ ଅଂଶ:— ନଳି—ଯେଉଁ ନଳ ମଧ୍ୟରେ ବାରୁଦ ଥାଏ ଓ ଯହୁଁର ଆଗ ବାଟେ ଗୁଳି ଆଦି ଫଏର୍ ହୁଏ —Muzzle.କୁନ୍ଦା ବା ପିଛା—ଯେଉଁ କାଠ ମଧ୍ୟରେ ନଳିର ମୂଳ ବସା ଯାଇଥାଏ —Stockଛଡ଼— ଯେଉଁ ମଧ୍ୟରେ ନଳ ଭିତରକୁ ବାରୁଦ ଖୁନ୍ଦାଯାଏ — Ramrod. ଛର୍ରା—ଗୁଳିଠାରୁ ଅତି କ୍ଷୁଦ୍ର ସୀସାର ଗୋଳକ (କ୍ଷୁଦ୍ର ଜୀବ ମାରିବା ନିମନ୍ତେ ବନ୍ଧୁକରେ ବ୍ୟବହୃତ) —Pillets ଗୁଳି ବା ଗୁଳା—ଯେଉଁ ସୀସା ଗୋଳକଦ୍ୱାରା ଲକ୍ଷ୍ୟକୁ ଆଘାତ କରାଯାଏ —Balls.କାରୁତୁଜ୍—ବାରୁଦ ଓ ଗୁଳିପୂର୍ଣ୍ଣ ପୁଡ଼ିଆ — Cartridge. ଟୋପି—ବନ୍ଧୁକନଳିର ମୂଳରେ ଥିବା ଛିଦ୍ର ବାଟେ ନଳିମଧ୍ୟସ୍ଥ ବାରୁଦରେ ନିଆଁ ଲଗାଇବା ପାଇଁ ଯେଉଁ ଟିକିଲି ବ୍ୟବହୃତ ହୁଏ —Concussion caps.ଘୋଡ଼ା— ଯେଉଁ ଢିଙ୍କିଆକୁ ଟିପିଦେଲେ ବନ୍ଧୁକର ନଳିରେ ନିଆଁ ଧରେ — Trigger. ତୋଡ଼ା ବା ଶଳତା—ଯେଉଁ ନିଆଁ ବଳିତାଦ୍ୱାରା ନଳିର ମୂଳସ୍ଥ ଛିଦ୍ରରେ ଅଗ୍ନି ସଂଯୋଗ କରାଯାଏ — match.]