Jump to content

ବରାହ

ଉଇକିଅଭିଧାନ‌ରୁ

ବରାହ

ଉଚ୍ଚାରଣ

[ସମ୍ପାଦନା]
(ବରାହୀ—ସ୍ତ୍ରୀ)
  • (file)

ସଂସ୍କୃତ - ବି—(ବର=ଶ୍ରେଷ୍ଠାଙ୍ଗ ବା ଥୋମଣୀ+ଆ+ହନ୍ ଧାତୁ ଆଘାତ କରିବା+କର୍ତ୍ତୃ. ଅ; ଯୋ ଥୋମଣୀରେ ଭୂମିକୁ ଆଘାତ କରେ; କିମ୍ୱା ବର=ଶ୍ରେଷ୍ଠ ବସ୍ତୁ ବା ଫସଲ ଆଦି+ହନ୍ ଧାତୁ= ନଷ୍ଟ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ବାର୍ହା; ବନ୍ୟଶୂକର —୧. Wild hog; boar.
୨. ଶୂକର; ଘୁଷୁରି —୨. Hog; pig.
୩. ବିଷ୍ଣୁଙ୍କର ବରାହରୂପ ତୃତୀୟ ଅବତାର —୩. The third incarnation of Bishṇu.

[ଦ୍ରଷ୍ଟବ୍ୟ —ପୂର୍ବେ ଧରଣୀ ଜଳତଳେ ନିମଗ୍ନ ଥିଲା ବିଷ୍ଣୁ ବରାହ— ରୂପ ଧାରଣ କରି ପୃଥିବୀକୁ ଜଳମଧ୍ୟରୁ ଦନ୍ତଦ୍ୱାରା ଉତ୍ତୋଳନ କରିଥିଲେ ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ ଏହି ଅବତାରରେ ବିଷ୍ଣୁ, ହିରଣ୍ୟାକ୍ଷ ନାମକ ଦୈତ୍ୟକୁ ନିପାତ କରିଥିଲେ ଏହି ଅବତାରରେ ଜନ୍ମଦିନ ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା]

ଶ୍ୱେତ ବରାହରୂପ ଧରି, ପୃଥିବୀ ପାତାଳୁଁ ଉଦ୍ଧାରି ଭୂପତି—ପ୍ରେମପଞ୍ଚାମୃତ


୪. ପ୍ରାଚୀନ ଦେଶବିଶେଷ —୪. Name of an ancient country.

[ଦ୍ରଷ୍ଟବ୍ୟ —ପୁରାଣୋକ୍ତ ୧୮:ଟି ଦ୍ୱୀପ ମଧ୍ୟରୁ ଏହା ଗୋଟିଏ— ହିନ୍ଦୀ - ଶ.]

୫. ପୁରାଣବିଶେଷ; ବରାହପୁରାଣ —୫. Name of a Hindu mytholigical treatise.
୬. ବରାହ— ମିହିର (ଦେଖ) - —୬. Barāhamihira (See).
୭. ମୁଥା (ହିନ୍ଦୀ - ଶ) —୭. Bulbous grass- root.
୮. ଶିଶୁମାର (ହିନ୍ଦୀ - ଶ) —୮. The gangetic porpoise.
୯. ବାରାହୀ କନ୍ଦ (ହିନ୍ଦୀ - ଶ), ଭୂଇଁକଖାରୁ — ୯. Disocorea; Imomoea Digitata.