ବର୍ଗ

ଉଇକିଅଭିଧାନ‌ରୁ

ବର୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବୃଜ୍ ଧାତୁ=ତ୍ୟାଗ କରିବା, ପୃଥକ କରିବା+ଭାବ. ଅ)[ସମ୍ପାଦନା]

୧. ବର୍ଜନ; ତ୍ୟାଗ —୧. Relinquishment.
୨. (+କର୍ମ. ଅ) ଧାଡ଼ୀ; ଶ୍ରେଣୀ —୨. Class; row; category.
୩. ବୃନ୍ଦ; ଦଳ; ପଲ —୩. Flock; multitude.
୪. (ସଂସ୍କୃତବ୍ୟାକରଣ) ଏକସ୍ଥାନରୁ ଉଚ୍ଚାରିତ ସ୍ପର୍ଶ ବ୍ୟଞ୍ଜନବର୍ଣ୍ଣମାନଙ୍କ ସମୁହ) ବ୍ୟଞ୍ଜନ ବର୍ଣ୍ଣ— ମାଳାର ଉଚ୍ଚାରଣ ଭେଦରେ ପାଞ୍ଚ ଶ୍ରେଣୀ —୪. Sanscrit grammar) The five classes of consonants.

[ଦ୍ରଷ୍ଟବ୍ୟ —ଯଥା; କ ବର୍ଗ—କ, ଖ, ଗ, ଘ, ଙ ଚ ବର୍ଗ— ଚ, ଛ, ଜ, ଝ, ଞ ଟବର୍ଗ—ଟ. ଠ, ଡ, ଞ, ଣ ତ ବର୍ଗ— ତ, ଥ, ଦ, ଧ, ନ ପ ବର୍ଗ—ପ, ଫ, ବ, ଭ, ମ


[ଦ୍ରଷ୍ଟବ୍ୟ —ଜ୍ୟୋତିଷ ଶାସ୍ତ୍ରରେ ବ୍ୟାକରଣନିର୍ଦ୍ଦିଷ୍ଟ ୫ ବର୍ଗ ଛଡ଼ା ସ୍ୱରବର୍ଣ୍ଣ, ଅନ୍ତସ୍ଥ ବର୍ଣ୍ଣ ଓ ଶ ଷ ସହ ବର୍ଣ୍ଣମାନଙ୍କୁ ପୃଥକ ବର୍ଗର ଅନ୍ତର୍ଗତ କରାଯାଇଅଛି ଯଥା—ଅ ବର୍ଗ=ସବୁ ସ୍ୱରବର୍ଣ୍ଣ, ୟ ବର୍ଗ= ଯର ଳ ବ, ଶ ବର୍ଗ= ଶ ଷ ସ ଅ ବର୍ଗର ସ୍ୱାମୀ ସୂର୍ଯ୍ୟ, କ ବର୍ଗର ମଙ୍ଗଳ, ଚ ବର୍ଗର ଶୁକ୍ର, ଟ ବର୍ଗର ବୁଧ, ତ ବର୍ଗର ବୃହସ୍ପତି, ପ ବର୍ଗର ଶନି, ୟ ବର୍ଗର ଚନ୍ଦ୍ର ବୋଲା ଯାଇଅଛି ହିନ୍ଦୀ - ଶବ୍ଦସାଗର]

୫. ସ୍ୱଜାତୀୟସମୂହ; ଗୋଷ୍ଠୀ; ଏକଜାତୀୟ ଅନେକ ବସ୍ତୁର ସମୂହ; ଗଣ; ଶ୍ରେଣୀ —୫. A number or multitude of similar things or animals; clan; class.
୬. ପ୍ରକାର —୬. Kind; species.
୭. ଗ୍ରନ୍ଥର ପରିଚ୍ଛେଦ ବା ବିଭାଗ ବା ଅଧ୍ୟାୟ —୭. Chapter of a book.
୮. ଖଣ୍ଡ —୮. Piece.
୯. ମାର୍ଗ; ପଥ —୯. Road; way.
୧. ଦୁଇ ସମାନ ସଂଖ୍ୟାର ଗୁଣଫଳ —୧୦. A square number.
୧୧. ଶାସନ — ୧୧. Administration.
୧୨. ସଂସାରରେ ଜନ୍ମଲାଭର ଉଦ୍ଦେଶ୍ୟ —୧୨. One of the ୪ ulterior objects of life; the summon bonum of existence.

[ଦ୍ରଷ୍ଟବ୍ୟ —ଚତୁର୍ଦିଗ= ଧର୍ମ. ଅର୍ଥ, କାମ ଓ ମୋକ୍ଷ]

୧୩. (ଅନ୍ୟ ଶବ୍ଦ ସଙ୍ଗେ ବହୁବଚନରେ ବ୍ୟବହୃତ ଯଥା— ଭ୍ରାତୃବର୍ଗ; ବନ୍ଧବର୍ଗ) ମାନେ; ସମୁହ; ସମସ୍ତେ — ୧୩. (used to denote plural or all) All of.
୧୪. ଆକାର ପ୍ରକାରରେ କିଞ୍ଚିତ୍ ଭିନ୍ନ; କିନ୍ତୁ କୌଣସି ସାଧାରଣ ଧର୍ମବିଶିଷ୍ଟ ପଦାର୍ଥମାନଙ୍କ ସମୂହ (ଯଥା— ଅନ୍ତରୀକ୍ଷ ବର୍ଗ, ବନୌଷଧି ବର୍ଗ) —୧୪. A class of things having a common attribute though differing in shape and other things.
୧୫. (ଜ୍ୟାମିତି) ବର୍ଗକ୍ଷେତ୍ର; ଯେଉଁ ସମକୋଣୀ କ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ —୧୫. (geometry) A square.
୧୬. (ଗଣିତ) ଦୁଇ ସମାନ ରାଶିରେ ଗୁଣଫଳ — ୧୬. (Mathematics) The squre of a number.

(ଯଥା—୪ର ବର୍ଗ=୧୬: )

୧୭. ବଳ —୧୭. Strength (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନିୟମ —୧. Rule; regulation.
୨. ନିୟମାଧୀନତା —୨. Discipline; regularity.
୩. ବାଗ; ପଦ୍ଧତି; ଶୃଙ୍ଖଳା —୩. Method; system.
୪. ଭଦ୍ରସମାଜ; ଭଦ୍ରଗୋଷ୍ଠୀ —୪. High society.
୫. ବିଦ୍ୟାଳୟରେ ଶ୍ରେଣୀ —୫. A class of a school.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ବଂଶୋପାଧିବିଶେଷ — A family title.