ବର୍ଣ୍ଣ

ଉଇକିଅଭିଧାନ‌ରୁ

ବର୍ଣ୍ଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବର୍ଣ ଧାତୁ+କର୍ମ. ଅ; ପ୍ରା. ବନ୍ନ; ଯେଉଁମାନେ ବେଦ ବାକ୍ୟରେ ଆଚାରାଦିରେ ପ୍ରବୃତ୍ତି ହୁଅନ୍ତି; କିମ୍ୱା ବୃ ଧାତୁ— ବାଛିବା+କର୍ମ. ନ; ବ୍ୟବସାୟ ଅନୁକ୍ରମରେ ଯାହାକୁ ବିଭିନ୍ନ ଶ୍ରେଣୀରେ ବଛା ଯାଇଅଛି)[ସମ୍ପାଦନା]

୧. ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଜାତି; ଜାତି —୧. Caste; class.

[ଦ୍ରଷ୍ଟବ୍ୟ —ଏ ଶବ୍ଦରେ ପ୍ରାଚୀନ ପ୍ରୟୋଗ ରୁଗ୍ୱେଦରେ ଅଛି ତହିଁରେସ ମନୁଷ୍ୟମାନଙ୍କୁ ଦୁଇବର୍ଣ୍ଣରେ ବିଭକ୍ତ କରାଯାଇଅଛି; ଆର୍ଯ୍ୟ ଓ ଦୁସ୍ୟୁ ବା ଆନାର୍ଯ୍ୟ ଏ ବିଭାଗ ପ୍ରଥମେ ଦେହର ବର୍ଣ୍ଣ ଅନୁସାରେ ହୋଇଥିବାର ଜଣାଯାଏ, କାରଣ ଆର୍ଯ୍ୟମାନେ ଗୋରା ଓ ଦସ୍ୟୁ ବା ଅନାର୍ଯ୍ୟମାନେ କଳା ଥିଲେ ପରବର୍ତ୍ତୀ କାଳରେ ବ୍ୟବସାୟ ଉପରେ ଚାତରିବର୍ଣ୍ଣର ବିଭାଗ ହେବାର ଜଣାଯାଏ ପୁରୁଷସୂକ୍ତରେ ଅଳଙ୍କାରିକ ଉକ୍ତିରେ ବର୍ଣ୍ଣିତ ହୋଇଅଛି ଯେ, ଇଶ୍ୱରଙ୍କ ମୁଖରୁ ବ୍ରାହ୍ମଣ ବାହୁରୁ କ୍ଷତ୍ରିୟ, ଜଙ୍ଘରୁ ବୈଶ୍ୟ ଓ ପାଦରୁ ଶୂଦ୍ରଙ୍କ ଉତ୍ପତ୍ତି ହୋଇଥିଲା ବର୍ଣ୍ଣ ଶବ୍ଦ ବୃ ଧାତୁ ଉତ୍ପନ୍ନ; ବୃ ଧାତୁର ଅର୍ଥ ବରଣ କରିବା, ବାଛିବା; ଅତଏବ ବର୍ଣ୍ଣଶଙ୍କର ଅର୍ଥ ହେଲା ବ୍ୟବସାୟ; ବ୍ୟବ ସାୟ ଅନୁସାରେ ବିଭିନ୍ନ ଶ୍ରେଣୀବିଭାଗକୁ ବର୍ଣ୍ଣ ବୋଲାଗଲା ଏହି ଚାରିବର୍ଣ୍ଣଙ୍କର ଧର୍ମ ବର୍ଣ୍ଣାଶଶ୍ରମଧର୍ମ ମଧ୍ୟ ସ୍ମୃତି ଆଦିରେ ନିରୂପିତ ହୋଇଅଛି ବ୍ରାହ୍ମଣ ଧର୍ମ—ଅଧ୍ୟୟନ, ଅଧ୍ୟାପନ, ଯଜନ, ଯାଜନ, ଦାନ, ପ୍ରତିଗ୍ରହ; କ୍ଷତ୍ରିୟର—ଅଧ୍ୟୟନ, ଯଜ୍ଞାନୁଷ୍ଠାନ, ଦାନ, ପ୍ରଜାପାଳନ; ବୈଶ୍ୟର କୃଷି, ପଶୁପାଳନ, ବାଣିଜ୍ୟ, ଦାନ ଯଜ୍ଞ, ଅଧ୍ୟୟନ; ଶୂଦ୍ରର—ଉଚ୍ଚତର ତିନି ବର୍ଣ୍ଣଙ୍କ ସେବା ସବୁ ଦେଶରେ ବ୍ୟବସାୟ ଭେଦ ଓ ଧଳା ଚମଡ଼ା ଭେଦବିଚାର ଅଳ୍ପ ବହୁତ ଚଳି ଆସୁଆଛି ଭାରତୀୟ ଆର୍ଯ୍ୟଙ୍କ ଲୋକ ବ୍ୟବସ୍ଥାରେ ଏହି ବର୍ଣ୍ଣଭେଦ ବ୍ୟବସାୟଗତ ଭେଦରୁ ଆରମ୍ଭ ହୋଇଥିଲେହେଁ ତାହା ଜନ୍ନଗତ ହୋଇଅଛି (ହିନ୍ଦୀ - ଶ.) ଗୀତାରେ ଭଗବାନ କହିଅଛନ୍ତି—ଗୁଣକର୍ମବିଭାଗ ଅନୁସାରେ ମୁଁ ଚାରି ବର୍ଣ୍ଣର ସୃଷ୍ଟି କରିଅଛି ପ୍ରୋଫେସର ପ୍ରାଣକୃଷ୍ଣ ପରିଜା 'ନବଭାରତ' ପତ୍ରିକାରେ ୧ ମ ଖଣ୍ଡ ୬ଷ୍ଠ ସଂଖ୍ୟାରେ ବିଜ୍ଞାନଦୃଷ୍ଟିରେ ବର୍ଣ୍ଣାଶ୍ରମଶୀର୍ଷକ ପ୍ରବନ୍ଧରେ ମତ ପ୍ରକାଶକରିଅଛନ୍ତି ଯେ ଲୋକ— ମାନଙ୍କ ଦେହରେ ବର୍ଣ୍ଣର ତାରତମ୍ୟ ବର୍ଣ୍ଣାଶ୍ରମର ମୂଳକାରଣ ତାପରେ କର୍ମବିଭାଗ ଏବଂ ଅନୁଷଙ୍ଗିକ ଗୁଣବିଭାଗ ଆସିଲା ଆମେରିକାର ଉଦାହରଣଦ୍ୱାରା ସେ ଏ ମତର ପୋଷକତା କରି ଅଛନ୍ତି]

୨. (ଯାହାଦ୍ୱାରା ବାକ୍ୟ ବିସ୍ତାର କରାଯାଏ) 'ଅ' ଠାରୁ 'କ୍ଷ' ପର୍ଯ୍ୟନ୍ତ ଅକ୍ଷର —୨. Alphabet; letter of alphabet.

[ଦ୍ରଷ୍ଟବ୍ୟ —ଉଦାନ ବାୟୁ କଣ୍ଠନାଳୀରୁ ନିଃସୃତ ହୋଇ ଶ୍ରବଣେ— ନ୍ଦ୍ରିୟଗ୍ରାହ୍ୟ ଶବ୍ଦ ଉତ୍ପାଦନ କରେ ଏହି ଅସ୍ଫୁଟ ଶବ୍ଦର ନାମ ଧ୍ୱନି ଓ ସ୍ଫୁଟ ଶବ୍ଦର ନାମ ବର୍ଣ୍ଣ; ବର୍ଣ୍ଣର ଯେଉଁ ସାଙ୍କେତିକ ଚିହ୍ନ ଲେଖାଯାଏ ତାକୁ ଲିପି ବୋଲାଯାଏ ବର୍ଣ୍ଣ ୨ ଶ୍ରେଣୀରେ ବିଭକ୍ତ; ସ୍ୱର ଓ ବ୍ୟଞ୍ଜନ]

୩. (କର୍ମ. ଅ) ଅକ୍ଷରସମଷ୍ଟି; ବାକ୍ୟ —୩. Word.
୪. ରଙ୍ଗ —୪. Colour; hue; tint.
୫. ଦେହର ରଙ୍ଗ —୫. Colour of the skin.
୬. ସୌନ୍ଦର୍ଯ୍ୟ — ୬. Beauty.
୭. ହସ୍ତୀର ପୃଷ୍ଠସ୍ଥିତ ଚିତ୍ରିତ କମ୍ୱଳଦି —୭. Painted blanket covering the back of an elephant.
୮. ଗୁଣ —୮. Virtue.
୯. ସ୍ତବ, ପ୍ରଶଂସା —୯. Adoration; praise.
୧. ବ୍ରତ —୧୦. Vow.
୧୧. କୀର୍ତ୍ତି —୧୧. Fame
୧୨. ନାଟ୍ୟାବେଶ —୧୨. Prelude.
୧୩. ବର୍ଣ୍ଣନା — ୧୩. Description.
୧୪. ଉତ୍କର୍ଷସ —୧୪. Excellance; eminence.
୧୫. ପ୍ରସିଦ୍ଧ; ଖ୍ୟାତି — ୧୫. Reputation; good name.
୧୬. ଗୁଣ— କାର୍ତ୍ତନ —୧୬. Extolling. recitation of good deeds.
୧୭. ଗୀତକ୍ରମ —୧୭. Sequece of songs.
୧୮. ସୁବର୍ଣ୍ଣ —୧୮. Gold.
୧୯. ଭେଦ; ପ୍ରକାର —୧୯. Kind; class.
୨. ବିଲେପନ — ୨୦. Annointment.
୨୧. ଅଷ୍ଟବିଧ ମୈଥୁନଭାବ ରୁପ ବ୍ରତ —୨୧. A Vow consisting of eight kinds of amour.
୨୨. ଆକୃତି; ରୂପ — ୨୨. Shape; figure.
୨୩. କଷ୍ଟି ପଥରରେ ପଡ଼ିଥିବା ସୁବର୍ଣ୍ଣରେଖା —Gold line on the touch stone.
୨୪. କୁଙ୍କୁମ —୨୪. Saffrn.
୨୫. ଚିତ୍ର ଛବି (ହିନ୍ଦୀ - ଶ) —୨୫. Picture.
୨୬. ବ୍ୟବସାୟ; ପେସା; ଜୀବିକା (ହିନ୍ଦୀ - ଶ.) —୨୬. Livelihood; profession.