ବର୍ତ୍ତମାନ

ଉଇକିଅଭିଧାନ‌ରୁ

ବର୍ତ୍ତମାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବର୍ତ୍ତମାନ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ବୃତ ଧାତୁ+କର୍ତ୍ତୃ. ଆନ)[ସମ୍ପାଦନା]

୧. ବିଦ୍ୟମାନ; ଉପସ୍ଥିତ —୧. Present; existing.

ଦୂତପଣକୁ ତୁହି ସେ ବର୍ତ୍ତମାନ—ପ୍ରାଚୀ. ନଳଚରିତ

୨. ଜୀବିତ — ୨. Living; alive.
୩. ପ୍ରଚଳିତ — ୩. Current; in use.
୪. ଆଧୁନିକ (ହିନ୍ଦୀ - ଶ.) — ୪. Modern.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଅପରିସମାପ୍ତ କ୍ରିୟାର କାଳ; ଉପସ୍ଥିତ ସମୟ — ୧. The present time.
୨. (ବ୍ୟାକରଣ) ଧାତୁର ଅପରିସମାପ୍ତ କ୍ରିୟାର କାଳ —୨. (grammer) The present tense.

[ ଦ୍ର—କୈଣସି କ୍ରିୟା ଆରବ୍ଧ ହୋଇ ଚଳୁଥିବା ଓ ସମାପ୍ତ ହୋଇ ନ ଥିବା ଅବସ୍ଥା ବର୍ତ୍ତମାନକାଳଦ୍ୱାରା ପ୍ରକାଶିତ ହୁଏ; ଯଥା—ସେ ଖାଉଛି= କ୍ରିୟା ଆରମ୍ଭ ହୋଇ ଚଳୁଅଛି ଓ ତାହା ସମାପ୍ତ ହୋଇ ନାହିଁ ଏହାକୁ ବ୍ୟାକରଣରେ 'ସାମାନ୍ୟ ବା ବିଶୁଦ୍ଧ ବର୍ତ୍ତମାନ' ବୋଲାଯାଏ ଯେଉଁ କ୍ରିୟାର ପ୍ରୟୋଗଦ୍ୱାରା କାର୍ଯ୍ୟର ନାତ୍ୟପ୍ରବୃକତ୍ତି ପ୍ରକାଶିତ ହୁଏ, ତାକୁ'ନିତ୍ୟପ୍ରବୃତ୍ତ ବର୍ତ୍ତମାନ' ବୋଲାଯାଏ; ଯଥା—ମୁଁ ସନ୍ଧ୍ୟା ୮ଟା ବେଳେ ଶୁଏଁ=ମୁଁ ପ୍ରତିଦିନ ସନ୍ଧ୍ୟା ୮ଟା ବେଳେ ଶୟନ କରେ ଏହା ନିତ୍ୟପ୍ରବୃତ୍ତ ବର୍ତ୍ତମାନର ଉଦାହରଣ ଯେଉଁ କ୍ରିୟାଦ୍ୱାରା ବୃତାବିରତତା ବୁଝା ଯାଏ ତାକୁ 'ବୃତ୍ତାବିରତ ବର୍ତ୍ତମାନ' ବୋଲାଯାଏ ଯଥା କିଲ୍ଲା— ପଢିଆରେ ଘୋଡ଼ାଦୌଡ଼ ହୁଏ=କିଲ୍ଲା ପଡିଆରେ ପୂର୍ବେ ଘୋଡ଼ା— ଦୈଡ ହେଉଥିଲା, ଆଜିକାଲି ହେଉଅଛି ଓ ପୁଣି ପରେ ହେବ ଯେଉଁ କ୍ରିୟାଦ୍ୱାରା କୈଣସି ଉପସ୍ଥିତ କ୍ରିୟାର ସମ୍ଭାବନା ବୁଝାଯାଏ ତାକୁ 'ସାମ୍ଭବ୍ୟ—ବର୍ତ୍ତମାନ' ବୋଲାଯାଏ; ଯଥା—ଜଗବନ୍ଧୁ ଆଜି ଗ୍ରାମରୁ ଆସିଥିଲେ ମୁଁ ଆଜି ଗ୍ରାମକୁ ଯାଇଥାଆନ୍ତି ଯହିଁରେ ଅନୁମାନ ସୂଚିତ ହୁଏ, ତାହା 'ଆନୁମାନିକ ବର୍ତ୍ତମାନ'; ଯଥା—ମୁଁ ତାକୁ ପତ୍ର ଲଖିଥିଲି, ସେ ଆଜି ତହିଁର ଉତ୍ତର ଦେଉଥିବ ଏହିପରି ବିଭିନ୍ନ ବୈୟାକରଣିକମାନେ ବର୍ତ୍ତମାନକାଳକୁ କେତେ ଶ୍ରେଣୀରେ ବିଭକ୍ତ କରିଅଛନ୍ତି]

୩. ବୃତ୍ତାନ୍ତ; ସମାଚାର (ହିନ୍ଦୀ - ଶ.) —୩. Tidings; narrative.
୪. ଚଳନ୍ତି ବ୍ୟବହାର (ହିନ୍ଦୀ - ଶ) — ୪. Current practice.

ଅନୁବାଦ[ସମ୍ପାଦନା]

ସଂସ୍କୃତ - କ୍ରି. ବିଶେଷଣ -[ସମ୍ପାଦନା]

୧. ଏଇଲାଗେ —୧. Now; at present;
୨. ଅଧୁନା —୨. Just now; now a days.

ପ୍ରାଦେଶିକ - (ଆଠମଲ୍ଲିକ)ବିଶେଷଣ -[ସମ୍ପାଦନା]

ରଜସ୍ୱଳା (କନ୍ୟା) — Matured; (a girl) who has attained puberty.