ବଳ

ଉଇକିଅଭିଧାନ‌ରୁ

ବଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବଳ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ଶାରିରୀକ ଶକ୍ତି — ୧. Bodily might; physical strength.

ସ୍ୱଭାବେ ଓଜ ସହ ବଳ ଜାତ ହୋଇଲେ ଅନର୍ଗଳ ଜଗନ୍ନାଥ. ଭାଗବତ

୨. କ୍ଷମତା; ସାମର୍ଥ୍ୟ —୨. Power; ability.
୩. ପରାକ୍ରମ; ଜୋର୍ —୩. Force; might.
୪. (+କରଣ. ଅ) ମଜ୍ଜା; ସାର —୪. Essence; marrow; pith.
୫. ଖେତରେ ଦିଆ ଯିବା ସାର ବା ଖତ —୫. Manure.
୬. ଶୁକ୍ର —୬. Semen.
୭. (+କର୍ତ୍ତୃ. ଅ) କୁଆ — ୭. Crow.
୮. ରକ୍ତ —୮. Blood,
୯. ରୂପ; ଆକୃତି —୯. Shape; from.

୧ଶରୀର — ୧୦. Body.

୧୧. ବରୁଣ ଗଛ —୧୧. The name of a kind of tree.
୧୨. ଚତୁରଙ୍ଗ ସୈନ୍ୟ — ୧୨. Army; force (of various divisons).

ଦ୍ରୌପଦେୟ ଶିଖଣ୍ଡୀ ଧୃଷ୍ଟଦୁମ୍ନ ବୀର କଲେ ତୁମ୍ଭର ବଳଯାକକୁ ସଂହାର କୃଷ୍ଣସିଂହ. ମହାଭାରତ. କର୍ଣ୍ଣ

[ଦ୍ରଷ୍ଟବ୍ୟ —ଭୃତ୍ୟ, ସୁହୃତ୍, ଶ୍ରେଣୀ, ଦ୍ୱିଷତ୍, ଆଟବିକ ଓ ମୌଳ ଏହି ଛଅ ପ୍ରକାର ସୈନ୍ୟ ଓ ପଦାତି, ଅଶ୍ୱ, ଗଜ ଓ ରଥ ଏହି ଚାରି ଶ୍ରେଣୀର ସୈନ୍ୟଙ୍କୁ ବଳ ବୋଲାଯାଏ ]

୧୩. ଶତରଞ୍ଜ ବା ନ୍ୟାୟବଳ ଖୋଳରେ ରଜା ଓ ମନ୍ତ୍ରୀଙ୍କ ଛଡ଼ା ଅନ୍ୟ ଗୋଟୀ —୧୩. A pawn at chess; a chessman; the balls usedin chess (except the king and the Minister.
୧୪. ଭାର — ୧୪. Weight; load.
୧୫. ବଳରାମ; ଶ୍ରୀକୃଷ୍ଣଙ୍କ ବଡ଼ ସଉତୁଣିଆ ଭାଇ —୧୫. Elder step-brother of Ṡrīkṛushṇa.

ବଳ ସଙ୍ଗ ହୋଇଅଛି ସହଜେ ବୃଦ୍ଧକୁ ବୁଦ୍ଧରୋ ପୁଣି ଉପୁଜେ ଭଞ କୈଦେହୀଶବିଳାସ

୧୬. ବାସୁକତି; ଅନନ୍ତ —୧୬. The great mythological aserpent.
୧୭. ଦାର୍ଢ୍ୟ; ଦୃଢ଼ତା —୧୭. Firmness; hardness.
୧୮. ଅଟଳତା —୧୮. Stability.
୧୯. ଦୈତ୍ୟବିଶେଷ —୧୯. Name of a demon.

[ଦ୍ରଷ୍ଟବ୍ୟ —ଏ ଅସୁର ଦେବତାମାନଙ୍କ ଗୋରୁଗାଈଙ୍କୁ ଚୋରାଇ ନେଇ ଅକ ପର୍ବତ ଗୁହାରେ ଲୁଚିଥିଲା ଇନ୍ଦ୍ର ସେ ଗୁହାରୁ ଗୋରୁଗାଈଙ୍କୁ ଛଡ଼ାଇ ଆଣିଲେ ପୁଣି ଏ ବଳଦ ରୂପ ଧାରଣ କଲା; ଶେଷରେ ବୃହସ୍ପତି ତାକୁ ନିହତ କଲେ—ହିନ୍ଦୀ - ଶ.]

୨. ପାରିତୋଷିକ —୨୦ Reward.
୨୧. ପ୍ରବଳ ସହାୟ — ୨୧. Strong support.
୨୨. ସାହାଯ୍ୟ —୨୨. Help.
୨୩. (ବିଜ୍ଞାନ) ଯାହାଦ୍ୱାରା ବେଗ ଉତ୍ପାଦିତ ହୁଏ — ୨୩. (Science) That which generates velocity, force or energy.

ସଂସ୍କୃତ - ବିଶେଷଣ - (ବଳ୍ ଧାତୁ+କର୍ତ୍ତୃ.ଅ)[ସମ୍ପାଦନା]

୧. ବଳ୍ୱାନ୍; ବଳିଷ୍ଠ — ୧. Strong; powerful.


ଯୁଧିଷ୍ଠିର ବୋଇଲେ ଦୁର୍ବଳକୁ ବଳ ବଡ଼ ଗୋଳ କଲେ କରିବ ସେ କି କଳ କୃଷ୍ଣସିଂହ. ମହାଭାରତ. ଶାନ୍ତି

୨. ସ୍ଥୂଳ —୨. Stout; robust.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ସମୂହ; ଦଳ —Party.

[ଦ୍ରଷ୍ଟବ୍ୟ — ଏହି ଅର୍ଥରେ ଏହା ଦଳ ଶବ୍ଦ ପରେ ସହଚରରୂପେ ମଧ୍ୟ ବ୍ୟବହୃତ ହୁଏ ]

ଏହି ସମୟରେଟି ବଣିଜାରୁ ବଳ ପାରି ହେଲେ ଗ୍ରାହ ସଂକୂଳ ନଦୀଜଳ—କୃଷ୍ଣସିଂହ. ମହାଭାରତ. ବନ

୨. ଉତ୍ସାହ —୨. Encouragement.

(ଯଥା—ଓଡ଼ିଆ ଭାଇମାନେ ମୋତେ ବଳ ଦେଲେ ମୁଁ ଭାଷାକୋଷର ସମାପ୍ତି କରେଁ) ===

୩. ବରଖଡ଼ା (ଦେଖ) - —୩. Barakhaṟḍ̠ā (See).