ବସନ୍ତ

ଉଇକିଅଭିଧାନ‌ରୁ

ବସନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବସ୍ ଧାତୁ= ବସ କରିବା+ଅଧିକରଣ. ଅନ୍ତ)[ସମ୍ପାଦନା]

(ଯେଉଁ ଋତୁରେ ପ୍ରାଣିଗଣ ସୁଖରେ ବାସ କରିନ୍ତି)

୧. ବର୍ଷର ଛଅ ଋତୁ ମଧ୍ୟରୁ ନିତିଶୀତୋଷ୍ଣ ଋତୁ — ୧. The spring season.

[ଦ୍ରଷ୍ଟବ୍ୟ — ମାଘ (ଶୁକ୍ଳ) ଫାଲଗୁନ, ଚୈତ୍ର ଓ ବୈଶାଖ (କୃଷ୍ଣ) ଏହି ତିନିମାସ ଓ ମତାନ୍ତରରେ ଫାଲଗୁନ ଓ ଚୈତ୍ରକୁ ସାଧାରଣତଃ ବସନ୍ତ ଋତୁ କହନ୍ତି]

୨. ସ୍ୱନାମ ପ୍ରସିଦ୍ଧ ବିସ୍ଫୋଟକ ରୋଗ; ଶୀତଳା ରୋଗ — ୨. Smallpox.

[ଦ୍ରଷ୍ଟବ୍ୟ —ଏ ରୋଗରେ ପ୍ରଥେମେ ଜ୍ୱର ହୋଇ ୩ୟ ଦେହରେ ଘିମିରି ଭଳି ବାହାରି ଯାଏ, ପରେ ଏହା ବଡ଼ ହୋଇ ପୂଜରେ ପୂର୍ଣ୍ଣ ହୋଇ ଯାଏ ଏବଂ ୯ ଦିନ ପରେ ଶୁଖିଯାଇ ଖୋଳପା ଛାଡ଼ିଯାଏ ଏହା ନାନାଆକାରରେ ବାହାରେ; ଯଥା—ବରଗୁଡ଼ିଆ ବା ମସୁରିଆ (ବରଗୁଡ଼ି ବା ମସୁର ପରି), ସୋରଷିଆ (ସୋରିଷ ପରି ଛୋଟ ଛୋଟ), ମୁଗେଇ (ମୁଗ ଆକାରର) ବରକୋଳିଆ (ବରକୋଳି ପରି) ଆଖାବସନ୍ତ (ଯେଉଁ ବିସ୍ଫୋଟକ ଦେହ ଯାକ ଲେଶି ହୋଇଯାଇଥାଏ)

ପୂର୍ବେ ବସନ୍ତରୋଗୀର ବିସ୍ଫୋଟକରୁ ପୂଜ (ବା ବୀଜ) ନେଇ ଲୋକଙ୍କ ଟୀକା (ଦେଶୀ ଟୀକା) ଦେବାଦ୍ୱାରା ସେମାନଙ୍କୁ ବସନ୍ତର ମାରାତ୍ମକ ଆକ୍ରମଣରୁ ରକ୍ଷା କରିବାକୁ ଚେଷ୍ଟା କରାଯାଉଥିଲା; ମାତ୍ର ଏବେ ବସନ୍ତ ରୋଗାକ୍ରାନ୍ତ ଗୋରୁର ବିସ୍ଫୋଟକରୁ ବୀଜ ନେଇ ଟୀକା (ବିଲାଟିକା ବା ଗୋବୀଜଟୀକା) ଦେବାର ବିଧାନ ଚଳୁଅଛି

ଲୋକେ 'ଶୀତଳା' ଠାକୁରାଣୀଙ୍କୁ ବସନ୍ତ ରୋଗର ଅଧିଷ୍ଠାତ୍ରୀ ଦେବୀ ବୋଲି ବିଶ୍ୱାସ କରି ତାହାଙ୍କୁ ପୂଜା କରନ୍ତି ଏବଂ ବସନ୍ତ ରୋଗୀ ପ୍ରଳାପ କଲେ 'ଠାକୁରାଣୀ ଅବତରୁଛନ୍ତି; ବୋଲି କହନ୍ତି

ଆୟୂର୍ବେଦ ଏହି ବସନ୍ତରୋଗର ନାମ ମସୂରକ ବା ମସୁରିକା ପ୍ରକୁପିତ ଶ୍ଳେଷ୍ମା ଓ ପିତ୍ତଯୋଗୁଁ ରକ୍ତ ଦୂଷିତ ହେଲେ ଏ ରୋଗ ହୁଏ ମନୁଷ୍ୟ ଦେହରେ ରୋଗବୀଜ ପ୍ରେବେଶ କରିବାର ୧୧୨: ଦିନ ପରେ ଏହା ପ୍ରକାଶ ପାଏ ଏହାର ଅବସ୍ଥାମାନ ଯଥା—୧ ଅପ୍ରକାଶ ଅବସ୍ଥା

୨. ଆକ୍ରମଣାବସ୍ଥା—କମ୍ପ ବା ଶୀତ ହୋଇ ଜ୍ୱର ହୁଏ ଶରୀରର ଉତ୍ତାପ ୧୪: -୧୭: ଡିଗ୍ରୀ ଯାଏ ହୁଏ ଏହି ଜ୍ୱରକୁ ମୁଖ୍ୟଜ୍ୱର କହନ୍ତି ଜ୍ୱର ସଙ୍ଗେ ପେଟବ୍ୟାଥା ହୁଏ, ବାନ୍ତି ମାଡ଼େ ଦେହ, ଅଣ୍ଟା ପିଠ ଘୋନିବିନ୍ଧ ହୁଏ ମୁଣ୍ଡ ବଥାଏ ଏହଂ ମୁହଁ ଲାଲ ହୋଇଯାଏ ସ୍ଥଳବିଶେଷରେ ପ୍ରଳାପ, ଆକ୍ଷେପ ଓ ମୂର୍ଚ୍ଛା ମଧ୍ୟ ହୁଏ


୩. ସ୍ଫୋଟକ ଅବସ୍ଥା—ଜ୍ୱରର ୩ୟ ବା ୪ର୍ଥ ଦିବସରେ ମୁଖ— ମଣ୍ଡଳରେ ଓ ଦେହରେ ଉଜ୍ୱଳ ଲାଲବର୍ଣ୍ଣ ଦାଗ ଦିଶେ କ୍ରମେ କ୍ରମେ ଦାଗସବୁ ଉଚ୍ଚ ହୋଇ ସୋରିଷ କିମ୍ୱା ବନ୍ଧୁକର ଛର୍ରା ପରି ଫୋଟକାରେ ପରିଣତ ହୁଏ ଏହି ଫୋଟକାଗୁଡ଼ିକ ଜଳୀୟପଦାର୍ଥରେ ପୂରିଯାଏ

୫ମ ଦିନ ଫୋଟକାର ଜଳୀୟ ଅଂଶ ସେଥିରୁ ପୂଜଇ ଯାଏ ଦିନ ପରେ ଫୋଟକା ଫାଟି ସେଥିରୁ ପୂଜ ବୋହିବାକୁ ଆରମ୍ଭ କରେ ୧୧ଶ ବା ୧୪ଶ ଦିନ ଫୋଟକା ଶୁଖି ଚୋପା ଛାଡ଼େ; ମାତ୍ର ଫୋଟକାର ଦାଗ ୭୮ ସପ୍ତାହଯାଏ ରହେ ଫୋଟକା ମାରାତ୍ମକ ହୋଇଥିଲେ ଦେହରେ ଚମ ଏକାବେଳକେ ନଷ୍ଟ ହୋଇଯାଇ ଗାତମାନ ହୋଇଯାଏ ଆଖିରେ ବସନ୍ତ ବାହାରିଲେ ଆଖି ଫୁଟିଯାଏ

ବସନ୍ତରୋଗର ଆନୁସଙ୍ଗିକ ଉପସର୍ଗମାନ—ଫୁସ୍ଫୁସ୍ରେ ଓ ହୃଦୟରେ ରୋଗ, ଉଦରମୟ ଓ ମୁଖବାଟେ ରକ୍ତ ପଡ଼ିବା ===

ହରିଡ଼ାମଞ୍ଜି ଭିତରେ ଲମ୍ୱବାଗରେ ଗୋଟିଏ ଛିଦ୍ର କରି ତାକୁ ସୂତାରେ ଗୁନ୍ଥି ବାହୁରେ ବାନ୍ଧିବା; କମ୍ଟକାରୀ ଚେରର ଚୂର୍ଣ୍ଣ ୧/୪: ତୋଳା, ମରୀଚ ଓ ପାଣି ମିଶାଇ ସପ୍ତାହରେ ଦୁଇ ଥର ପିଇବା, ପୁରଣୀଶାଗର ଚେରକୁ ମରୀଚଚୂନା ସଙ୍ଗେ ସପ୍ତାହରେ ୨୩: ଥର ଖାଇବା ଓ ବାସଙ୍ଗରସ ବା ଯଷ୍ଟିମଧୁ ବା କଦଳୀଭଣ୍ଡାର ରସ ସେବନ କରିବା ବସନ୍ତରୋଗର ପ୍ରତିଷେଧକ ବୋଲି କେତେକ କବିରାଜଙ୍କର ମତ]

୩. ରାଗବିଶେଷ —୩. Name of a musical air, :୪. (+କର୍ତ୍ତୃ. ଅ) ଅତିସାର ରୋଗ —୪. Diarrhoea; dysentery.:୫. ନାଟକରେ ବିଦୂଷକର ଉପାଧି — ୫. The nickname of a buffoon in a drama.:୬. ତାଳବିଶେଷ —୬. A kind of measure in dancing or music.:୭. ଫୁଲର ଗୁଚ୍ଛ (ହିନ୍ଦୀ - ଶ.) —୭. A bunch of flowers.

[ଦ୍ରଷ୍ଟବ୍ୟ —ସଙ୍ଗୀତ ଶାସ୍ତ୍ରୋକ୍ତ ଛଅଟି ରାଗ ମଧ୍ୟରୁ ବସନ୍ତ ଏକ ଏହା ବସନ୍ତଋତୁରେ ଗେୟ; ରାଗ ତଳେ ନୋଟ୍ ଦେଖ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଚମ୍ପାଫୁଲପରି ହଳଦିଆ ରଙ୍ଗ; ଫିକା ହଳଦିଆ —୧. Light yellow colour.
୨. ମଳୟାନିଳ; ବସନ୍ତ ପବନ —୨. Spring- breeze.:୩. ଦେଉଳର ତଳପୀଢ଼ରେ ହୋଇ— ଥିବା କାରୁକାର୍ଯ୍ୟ ବିଶେଷ —୩. Work of art engraved on the plinth of a temple. :୪. ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କୁ ଭୋଗ କରାଯିବା ଏକପ୍ରକାର ପାତଳ ଆରିସା ପିଠା — ୪. A kind of flat, round and thin sweet cake fried ghee, offered to the Liṅgarāja Deity at Bhubaneswar.

ଅନୁବାଦ[ସମ୍ପାଦନା]

୫. ଫିକା ହଳଦିଆ ଲୁଗା — ୫. Light yellow cloth

ନୀଳ ବସନ ବେଣପାଣି ବସନ୍ତ ପିନ୍ଧିଛି ଗୋପନୀ—ଭୂପତି. ପ୍ରେମପଞ୍ଚାମୃତ

୬. ରାମାୟଣବର୍ଣ୍ଣିତ ମର୍କଟ ଯୂଥପତିବିଶେଷ — ୬. Name of a leader of the monkey-army.

ବସନ୍ତ ପୂର୍ବରେ ପଦ୍ମିନୀ ଦକ୍ଷୀଣକୁ ନାଶ ଅର୍ଥେ ପେଶି ବେଗେ ଭଞ୍ଜ, ବୈଦେହୀଶବିଳାସ