Jump to content

ବସା

ଉଇକିଅଭିଧାନ‌ରୁ

ବସା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବସ୍ ଧାତୁ=ଆଚ୍ଛାଦନ କରିବା+କର୍ମ. ଅ+ଆ; ଯାହାକୁ ଚର୍ମ ଆଚ୍ଛାଦନ କରିଥାଏ)

[ସମ୍ପାଦନା]
୧. ମଜ୍ଜା; ଚର୍ବୀ ମେଦ —୧. Fat; adeps; suet.
୨. କୌଣସି ତୈଳମୟ ରସ —୨. Any fatty exudation (Apte).
୩. ମଗଜ; ମସ୍ତିଷ୍କ —୩. Brain (Apte).

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବସ୍ ଧାତୁ+ବାସ କରିବା; ସଂସ୍କୃତ - ବାସ)

[ସମ୍ପାଦନା]
୧. ପକ୍ଷୀର ନୀଡ଼ —୧. Nest.
୨. ବନ୍ୟ ପଶୁଙ୍କ ରହିବା ସ୍ଥାନ —୨. Lair of wild beasts.
୩. ଅସ୍ଥାୟୀ ବାସ ସ୍ଥାନ —୩. Lodgings.

ରହିଲେ ଯୁଧିଷ୍ଠିର ଘରେ କରି ବସା— କୃଷ୍ଣସିଂହ, ମହାଭାରତ ସଭା

୪. ଆବାସ —୪. Residence.

କରି ଗୋଦାବରୀ ନିକଟେ ବସା କାଳ ଦେବତା ଯେବେ ହେବ ତୃଷା—କବିସୂର୍ଯ୍ୟ. କବିତା

ଅନୁବାଦ

[ସମ୍ପାଦନା]
୫. ଉପବେଶନ —୫. Sitting.

ଅନୁବାଦ

[ସମ୍ପାଦନା]
୬. ବସାଇବା —୬. Setting.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—ହୀରାବସା ମୁଦି; ମୟୂରବସା ଗୁଣା)

[ସମ୍ପାଦନା]
୧. ଖରିତ —୧. Set with (stones etc).

ଅନୁବାଦ

[ସମ୍ପାଦନା]
୨. ବସାଯାଇଥିବା; ସ୍ଥାପିତ —୨. Established.

ଅନୁବାଦ

[ସମ୍ପାଦନା]
୩. ଘନୀଭୂତ —୩. Set; solidified; coagulatel.

(ଯଥା—ବସାଦହି)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବସାଇବା କ୍ରିୟାର ଅନୁଜ୍ଞା ଅନାଦରାର୍ଥକ ରୂପ ଏକ ବଚନ; (ତୁ) ବସାଇବା କର୍ମ କର୍ —(imperative mood) (thou) Do let or cause to sit; do set.