ବହିବା

ଉଇକିଅଭିଧାନ‌ରୁ

ବହିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବହ୍ ଧାତୁ)[ସମ୍ପାଦନା]

୧. ବହନ କରିବା —୧. To carry.

ଶମ୍ଭୁ ପରିପନ୍ଥୀ ତୂଣେ କେତେ ବାଣ ବହିଲା କବିସୂର୍ଯ୍ୟ ରତ୍ନାକର ଚମ୍ପୁ

୨. (ସ୍ରୋତଃ) ପ୍ରବାହିତ ହେବା —୨. To flow (said of a current).

ବହି ରଙ୍ଗ ତାମ୍ୱଳ ପଡ଼ଇ ଅଧରେ ଭଞ୍ଜ ବୈଦେହୀଶବିଳାସ

୩. (ପବନ) ଚାଳିତ ହେବା —୩. To blow (said of the wind).
୪. (ସମୟ) ଅତିବାହିତ ହେବା —୪. To pass (said of time).

ଏ ମଧ୍ୟେ ବହିଗଲା କେତେ ଦିବସ ମଧସୂଦନ ଉତ୍ତରରାମଚରିତ

୫. ଦେହରେ ଧାରଣ କରିବା; ପରିଧାନ କରିବା —୫. To bear on the body; to wear; to put on.

ଦେବବନେ ବାହୁଦା ନନ୍ଦା ନଦୀ ଛନ୍ତି ସ୍ଫଟିକ ପରି କାନ୍ତି ଜତକୁ ବହନ୍ତି କୃଷ୍ଣସିଂହ ମହାଭାରତ ବନ

୬. ମନରେ ଧାରଣ କରିବା —୬. To entertain; to feel.

ତୁ କି ଏ ଅଭିଳାଷ ବହିଲୁରେ କବିସୂର୍ଯ୍ୟ, କିଶୋରୀଚମ୍ପୁ, ରାଗୀତା


୭. (ନାମ) ଧାରଣ କରିବା —୭. To bear (a name).

ରତିପତି ତାଙ୍କର ଆକୃତି ଦେଖିଲା ତନ ଛାଡ଼ି ଅଜନ ନାମକୁ କହିଲା କୃଷ୍ଣସିଂହ ମହାଭାରତ ବନ

୮. ଗଳିବା; ପ୍ରବେଶ କରିବା —୮. To enter.

କଣ୍ଟା ନ କହେ ଯା ଚରଣ, ସେ କି ଜାଣଇ ସେ କଷଣ ଜଗନ୍ନାଥ—ଭାଗବତ

୯. କୌଣସି ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅନୁକୂଳ କରିବା —୯. To go out; to leave a place; to start from a place.

ବାସର ନିଶିଏ ତହିଁରେ ରହି ବହିଲେ ପ୍ରଭାତେ ହରଷ ହୋଇ—ଭଞ୍ଜ ବୈଦେହୀଶବିଳାସ

୧. (ଦେହରୁ ରକ୍ତ, ପୂଜ)—କ୍ଷରିତ ହେବା; କ୍ଷରିବା — ୧୦. (blood; pus) To come out (of the body).