ବାଇଗଣ

ଉଇକିଅଭିଧାନ ରୁ
Jump to navigation Jump to search

ବାଇଗଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଙ୍ଗନ, ବାତିଗଣ)[ସମ୍ପାଦନା]

ପ୍ରସିଦ୍ଧ କୃଷିଜାତ— ଗୁଳ୍ମ ଓ ତାହାର ଫଳ —Brinjal; egg- fruit; Salanum Melongena.

[ଦ୍ରଷ୍ଟବ୍ୟ —ଏହା କୃଷି ଜାତ ବାର୍ଷିକ ଗୁଳ୍ମ; ପ୍ରଥମେ ମଞ୍ଜିରୁ ଚାରା କରି ଟାରାଗୁଡ଼ିକ ପ୍ରାୟ ୮ ଆଙ୍ଗୁଳ ଉଚ୍ଚ ହୋଇଗଲେ କୋଡ଼ିରେ ହଣା ହୋଇଥିବା କିଆରିରେ ସେମାନଙ୍କୁ ପୋତି— ବାକୁ ହୁଏ ବାଇଗଣ ଗଛ ଢ଼ିପ ଯାଗାରେ ହୁଏ ଏବଂ ୩ ଦିନରେ କିଆରିରେ ଥରେ ଲେଖାଏଁ ପାଣି ଦେବାକୁ ହୁଏ ଖୁବ୍ ଉଚ୍ଚ ପାର୍ବତ ଦେଶରେ ବାଇଗଣ ଗଛ ଉଧାଏ ନାହିଁ ବାଇଗଣ ଧଳା, କଳା, ବାଇଗଣିଆ ଓ ସବଜା ଭେଦରେ ନାନାପ୍ରକାର କେତେକ ବାଇଗଣ ଡ଼ାଳ ଓ ପତ୍ର ଡ଼େମ୍ଫରେ କଣ୍ଟା ଥାଏ ଏବଂ କେତେକରେ ନ ଥାଏ କେତେକ ବାଇଗଣ ଛୋଟ ଛୋଟ ଓ ପେନ୍ଥା ପେନ୍ଥା ହୋଇ ଫଳେ ସେମାନଙ୍କୁ ପେଣ୍ଡୀ ବାଇଗଣ ବୋଲାଯାଏ ବଡ଼ ବଡ଼ ବାଇଗଣକୁ ଭେଲୁଆ ଏବଂ ଖୁବ୍ ବଡ଼ ବଡ଼ ହେଲେ ସେମାନଙ୍କୁ ହନୁମନ୍ତିଆ ବାଇଗଣ ବୋଲାଯାଏ ସରୁ ଓ ଲମ୍ୱା ଏକପ୍ରକର ବାଇଗଣକୁ ନାଇକିରି ବା ନାଡ଼ିକିରି ବା ନାରିକିରି ବାଇଗଣ ବୋଲାଯାଏ ଯେଉଁ ବାଇଗଣ ନଈର ପାଳରେ ଫଳେ ଓ ପାଣିଚିଆ ଲାଗେ ତାକୁ ପାଳୁଅ ବା ଢୁଢୁଆ ବାଇଗଣ କୁହାଯାଏ ଅତି କ୍ଷୁଦ୍ର କଣ୍ଟାଯୁକ୍ତ ଏକପ୍ରକାର ଅତି ଛୋଟ ବାଇଗଣ ପଡ଼ିଆ ଜିରେ ଫଳେ ତାକୁ ଭେଜୀବାଇଗଣ ବୋଳାଯାଏ ବେଏ କୋଳି ନାମକ କଣ୍ଟାଲତରେ ବାଇଗଣ ପରି ଅତି ଛୋଟ ଛୋଟ ଫଳ ଫଳେ ଏବଂ ତାହା ଔଷଧରେ ବ୍ୟବହୃତ ହୁଏ ଲୋକେ ବାଇଗଣକୁ ତରକାରୀ, ପୋଡ଼ା ଓ ଭଜା କରି ଖାଆନ୍ତି ବାଇଗଣ ମଞ୍ଜି ଛୋଟ, ଚେପଟା ଓ ଗୋଲ ଥିବାରୁ ଯେଉଁ ଲେଖା ଅକ୍ଷର ଛୋଟ ଓ ଗୋଲ ହୋଇ ଥାଏ ତାକୁ ବାଇଗଣ ମଞ୍ଜି ସଙ୍ଗେ ତୁଳନା କରାଯାଏ; ଜଙ୍ଗଲରେ ଏହି ଜାତୀୟ ଏକପ୍ରକାର ଗଛ ୮୧: ହାତ ଉଚ୍ଚରେ ବଢ଼େ ଓ ତହିଁରେ ବାଇଗଣ ଆକୃତି— ବିଶିଷ୍ଟ ଗୋଟାଳି ପରି କ୍ଷୁଦ୍ରଫଳ ଧରେ; ଏହାର ନାମ ଗୋଠ— ବାଇଗଣ (ବଙ୍ଗାଳୀ - ଗୋଟବେଗୁନ) କୃଷକ ଯତ୍ନ କଲେ ବର୍ଷକ ମଧ୍ୟରେ ୩ଥର ବାଇଗଣ ଫସଲ ଆମଦାନି କରି ପାରେ ବୈଦ୍ୟକମତରେ ଏହା ମଧୁରରସ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, କଟୁବିପାକ, ଅଗ୍ନିବିପାକ, ଅଗ୍ନିଦୀପକ ଶୁକ୍ରଜନକ, ଲଘୁ ଓ ବାୟୁ ଜର ଏବଂ ଶ୍ଲେଷନାଶକ, କଷି ବାଇଗଣ କଫ ଓ ପିତ୍ତନାଶକ ପାଚିଲା ବାଇଗଣ ପିତ୍ତକାରକ ଓ ଗୁରୁ; ପୋଡ଼ା ବାଇଗଣ କିଞ୍ଚିତ୍ ପିତ୍ତକର, ଲଘୁ,ଅଗ୍ନିଦୀପକ ଓ କଫ, ମେଦ ବାୟୁ ଓ ଆମଦୋଷର ଶାନ୍ତିକର କୁକୁଟାଣ୍ଡ ପରି ଏକ— ପ୍ରକାର ଧଳା ବାଇଗଣ ଅର୍ଶରୋଗରେ ବିଶେଷ ହିତକର]