Jump to content

ବାଉଁଶ

ଉଇକିଅଭିଧାନ‌ରୁ

ବାଉଁଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବଂଶ)[ସମ୍ପାଦନା]

ଧନ୍ୟାଦି ବର୍ଗର ପ୍ରସିଦ୍ଧ ଦୀର୍ଘ ବୃକ୍ଷ ବିଶେଷ —Bamboo; Bambusa.

[ଦ୍ରଷ୍ଟବ୍ୟ —ଏହା ଧାନଜାତୀୟ ବଡ଼ଗଛ ୪ ୫: ବର୍ଷରେ ବାଉଁଶଗଛରେ ଧାନ କେଣ୍ଡାପରି ଫଳ ଧରେ ଏବଂ ଏଥିରୁ ଧାନ ଭଳି ଶସ୍ୟ ବାହାରେ ଏ ଧାନକୁ ବାଉଁଶ ଧାନ ବୋଲା ଯାଏ ଏ ଧାନରୁ ଚାଉଳପରି ଏକପ୍ରକାର ଚାଉଳ ବାହାରେ ଏବଂ ଦୁର୍ଭିକ୍ଷ ସମୟରେ ଗରିବ ଲୋକେ ଏହାକୁ ରାନ୍ଧିକରି ଖାଆନ୍ତି ବାଉଁଶ ଗଛରେ ଫୁଲ ଧଇଲେ ବାଉଁଶଗଛ ମରିଯାଏ ଏଥିପାଇଁ ପ୍ରବାଦ ଅଛିଃ—ବାଉଁଶ ପୁଲିରେ ମରେ ବାଉଁଶଗଜା ବା କରଡ଼ୀକୁ ତିଅଣ, ମୁରବ୍ୱା ଓ ଆଚାର କରାଯାଏ ଅନେକପ୍ରକାର ବାଉଁଶ ଅଛି ଯଥା—ବେଲିଙ୍ଗି, ବାରିହାବଧ, କଣ୍ଟାବାଉଁଶ, ବାଳିଆ, ଶାଳିଆ, କଣ୍ଟାବାଳିଆ ଓ ସୁନ୍ଦରକଣିଆ ବା ସୁନ୍ଦରଘାଇ ବା ସୁନ୍ଦରାଘାଇ ବୈଦ୍ୟକମତରେ ବାଉଁଶ କଫ, ପିତ୍ତ, କୁଷ୍ଠ, ରକ୍ତଦୋଷ ବ୍ରଣ ଓ ଶୋଥନାଶକ, ମୃତ୍ରାଶୟ ଶୋଧକ

ବଂଶାଙ୍କୁର—ଗୁରୁ, ସାରକ, ବିହାରୀ, କଫ, ବାୟୁ ଓ ପିତ୍ତ— ବର୍ଦ୍ଧକ

ବଂଶତଣ୍ଡୁଳ—ସାରକ, ବାୟୁ ଓ ପିତ୍ତବର୍ଦ୍ଧକ, ମୂତ୍ରରୋଧକ ଓ କଫନାଶକ]