ବାକ୍ୟ

ଉଇକିଅଭିଧାନ‌ରୁ

ବାକ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(ବଚ୍ ଧାତୁ+କର୍ମ. ଯ)[ସମ୍ପାଦନା]

୧. ଉଚ୍ଚାର୍ଯ୍ୟମାଣ ପଦ; ବଚନ; କଥା —୧. Speech; expression.
୨. ଅର୍ଥବୋଧକ ଶବ୍ଦସମଷ୍ଟି —୨. A significant sentence or group of words.
୩. ଅର୍ଥବୋଧକ ଶବ୍ଦ —୩. A word.
୪. ଶାସ୍ତ୍ରୀୟ ବଚନ — ୪. A sentence or quotation from scriptures.
୫. ପ୍ରତିଜ୍ଞା —୫. Promise.

[ ଦ୍ର—ଅଳଂକାର ଶାସ୍ତ୍ରର ନିୟମାନୁସାରେ ଯୋଗ୍ୟତା ଆକାଙ୍କ୍ଷ ଓ ଆସତ୍ତିଯୁକ୍ତ ପଦ ସମୂହକୁ ବାକ୍ୟ ବୋଲାଯାଏ ଏହା ତ୍ରବିଧ— ୧. ବିଭକ୍ତ୍ୟନ୍ତ ପଦ ସମୂହ, ୨. କ୍ରିୟା ପଦ ସମୂହ ଓ ୩ କାରକଯୁକ୍ତ କ୍ରିୟା ପଦ କ୍ରମଶଃ ଉଦାହରଣ ଯଥା—୧—ଏହା ମାହାତ୍ମାମାନଙ୍କର ପ୍ରକୃତିସିଦ୍ଧ; ୨—ଖାଉଛି, ଦେଉଛି ଓ ନାଚୁଛି; ୩—ଦେବଦତ୍ତ ଗ୍ରାମକୁ ଯାଉଅଛି ନ୍ୟାୟଶାସ୍ତ୍ର ମତରେ ଯେଉଁ ପଦସମଷ୍ଟିଦ୍ୱାରା ଶ୍ରୋତା ବକ୍ତାର ଅଭିପ୍ରାୟ ବୁଝିପାରେ ତାହା ବାକ୍ୟ ଅଟେ ବାକ୍ୟରେ ୩ଟି ଉପାଦାନ ରହିବା ଆବଶ୍ୟକ ଯଥା—ଆକାଙ୍କ୍ଷା (ତାତ୍ପର୍ଯ୍ୟ), ଯୋଗ୍ୟତା (ଅର୍ଥର ସଙ୍ଗତି ବା ସଂଭବତା) ଓ ଆସତ୍ତି ପଦମାନଙ୍କର ଦେଶକାଳୀନୁସାରେ ପରସ୍ପର ସମ୍ୱନ୍ଧ—ହିନ୍ଦୀ - ଶ. ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଧର୍ମକର୍ମାଦିର ସଂକଳ୍ପ କରିବା ସମୟରେ ବୋଲାଯିବା

ସଂକଳ୍ପବଚନ —Appropriate formula or resolution uttered at the beginning of vedic riuals.