Jump to content

ବାଟ

ଉଇକିଅଭିଧାନ‌ରୁ

ବାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବଟ ଧାତୁ=ବେଷ୍ଟନ କରିବା+ କର୍ମ. ଅ; ତୁଳ. ପ୍ରା. ବଟ୍ଟ)[ସମ୍ପାଦନା]

୧. ବେଷ୍ଟିତ ସ୍ଥାନ — ୧. A fenced place; enclosure.
୨. ମାର୍ଗ; ରାସ୍ତା; ପଥ — ୨. Road; way; path.

ଜଗିଲେ ତାଙ୍କ ଯିବା ବାଟକୁ ତ୍ୱଗ ହୋଇ—କୃଷ୍ଣସିଂହ, ମହାଭାରତ ବନ

୩. ମଣ୍ଡପ (ହିନ୍ଦୀ - ଶ.) — ୩. An open shade.
୪. ବାସ୍ତୁ (ହିନ୍ଦୀ - ଶ.) —୪. Homestead.
୫. କୋଡ଼ଗାତ —୫. Groin (Apte).
୬. ଶସ୍ୟବିଶେଷ — ୬. A sort of grain (Apte).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଲକ୍ଷଣାର୍ଥ) ଉପାୟ; ପନ୍ଥା — ୧. (figurative) Way; means.

ସୋମବ ବୋଇଲେ ସେ ବାଟ କହ ଭଲେ କରିବି ମୁହିଁ ତାହା ଅକର୍ତ୍ତବିୟ ହେଲେ କୃଷ୍ଣସିଂହ, ମହାଭାରତ, ବନ

୨. ପ୍ରବେଶର ବା ବହିର୍ଗମନର ଦ୍ୱାର —୨. Entrance or exit.
୩. ଦୂରତ୍ୱ —୩. Distance.
୪. ଯାତ୍ରୀ ସଂଗ୍ରହ ନିମନ୍ତେ ପୁରୀ ପଣ୍ଡାଙ୍କର ଯିବା ଦୂରବିଦେଶ — ୪. Distant countries visited by pilgrim-hunters of Puri.
୫. ସ୍ଥାନ —୫. Place.

ବିଷ୍ଣୁ ମିଳିଲେ ଯଜ୍ଞ ବାଟେ ଜଳି ନୃପତିର ନିକଟେ ଜଗନ୍ନାଥ, ଭାଗବତ