ବାଡ଼

ଉଇକିଅଭିଧାନ‌ରୁ

ବାଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବାଟ= ବେଷ୍ଟନ; ଆବୃତ ସ୍ଥାନ)[ସମ୍ପାଦନା]

୧. ବାଉଁଶ ଖୁଣ୍ଟ ବା କଣ୍ଟା ଆଦିରେ ବୁଜା ହୋଇ କୌଣସି ସ୍ଥାନର ଚାରିପାଖେ ଘେରା ହେବା ବେଢ଼; ଘେର ବନ୍ଦି — ୧. Fencing; hedge, enclosure.

ସୁଖ ଦେଇ ସୁଖ—ପଥେ ବଜ୍ରବାଡ଼ ଦେଇ ବୁଜି ଦେଲା ରାହା— ରାଧାନାଥ. ଯଯାତି

୨. ଗୃହର କାନ୍ଥ —୨. Wall.

ହେଲେ କି ସେ ଘର ସୁନା ଖମ୍ୱ ବାଡ଼— କୃଷ୍ଣସିଂହ, ମହାଭାରତ, ବନ ===

୩. ନୌକାର ପାର୍ଶ୍ୱସ୍ଥ ବେଷ୍ଟନ —୩. The walls of a boat.
୪. (ଖଟ ଓ ବିମାନ ଆଦିର) ପାର୍ଶ୍ୱସ୍ଥ କାନ୍ଥ — ୪. Side railings (of a car or bedstead.)
୫. କୌଣସି ସ୍ଥାନକୁ ଭିନ୍ନ ଭିନ୍ନ ଅଂଶରେ ବିଭକ୍ତ କରିବା ସକାଶେ ମଝିରେ ଦିଆଯିବା କାନ୍ଥ —୫. Partition wall.
୬. ଏକଗ୍ରାମବାସୀ ବା ଏକସମାଜ ମଧ୍ୟରେ ହେବା ଭିନ୍ନ ଭିନ୍ନ ଦଳ ବା ଫାଙ୍କା —୬. Factions created amongst a body of villagers or caste people.

(ଯଥା—ସେହି ଗ୍ରାମଲୋକେ ୩ ବାଡ଼ ହୋଇଅଛନ୍ତି)

୬. କର ଆଦାୟ ଦୃଷ୍ଟିରେ ମଉଜାର ଭିନ୍ନ ଭିନ୍ନ ଅଂଶ ବା ବିଭାଗ —୭. Separate fiscal portions of a village.

(ଯଥା—ଏ ମଉକାଟି ୩ ବାଡ଼ରେ ବିଭକ୍ତ ଯଥା—ଦୋକାନ ବାଡ଼, ବକସି ବାଡ଼ ଓ ଜାଗିରି ବାଡ଼)

୭. କାନ୍ଥ —୭. Wall.

(ଯଥା—କନାଟି ବାଡ଼)


୮. ପରଦା —୮. Partition; screen.
୯. ଜଳାଶୟରେ ବା ନଦୀରେ ସୀମାନିର୍ଦ୍ଦିଷ୍ଟ ସ୍ଥାନରୁ ଅନ୍ୟତ୍ର ମାଛ ଆଦି ପଳାଇ ନ ଯିବା ପାଇଁ ସେଠାରେ ଦିଆଯିବା ଜାଲର ଘେର — ୮. A pertition consisting of a net-wall put upright in a river or tank to prevent fishes from escaping.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ଢୁଳ. ହିନ୍ଦୀ - ବାଡ଼ା=ଚାରିଆଡ଼େ ବାଡ଼ଦ୍ୱାରା ଘେରା ହୋଇଥିବା ସ୍ଥାନ)[ସମ୍ପାଦନା]

ଖରା ଦିନେ ଗୋରୁ ଓ ମଇଁଷି ଗୋଠକୁ ଗଉଡ଼ମାନେ ରାତିରେ ବିଲରେ ଯେଉଁଠାରେ ପକାନ୍ତି; ଅଡ଼ା —A place in a field where herds of cattle are kept confined at night; pen.

(ଯଥା—ଗାଈ ବାଡ଼; ମଇଁଷି ବାଡ଼)

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଆଡ଼; ତରଫ — Direction; quarter.