ବାଡ଼ି

ଉଇକିଅଭିଧାନ‌ରୁ

ବାଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ବାଡ଼ୀସ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବଡ଼ିସ୍)[ସମ୍ପାଦନା]

ସ୍ତ୍ରୀଲୋକଙ୍କ ବକ୍ଷଃସ୍ଥଳ ଓ ପେଟ ଆବରଣ କରିବା ଓ ଅଣ୍ଟାପର୍ଯ୍ୟନ୍ତ ଲମ୍ୱ କୁର୍ତ୍ତା; ଜାକେଟ୍ — Bodice.



ବାଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ବାଟିକା)—ବାଟିକା; ଛୋଟ ବଗିଚା — ୧. Small garden.
୨. କ୍ଷେତ; କିଆରି —୨. Field; cultivated plot. of land for growing.
୩. ଗୃହସଂଲଗ୍ନ ଭୂମି —୩. Homestead; land adjoining a house.
୪. ଗୃହର ପଛପଟରେ ଥିବା ଗୃହସଂଲଗ୍ନ ଭୂମି —୪. Backside of a homestead.
୫. (ସଂସ୍କୃତ - ଯଷ୍ଟି; କିମ୍ୱା ବାଟ=ବାଡ଼; ଯାହା ବାଡ଼ରେ ବ୍ୟବହାର କରାଯାଇ ପାରେ) —୫. Stick; staff.

ଏ ଘୋଡ଼ାଙ୍କ ଦେହେ ବାଜିବ ଯେବେ ବାଡ଼ି ସାଙ୍କୁଡ଼ାଇ ପିଠି ପଡ଼ିବେ ଆଣ୍ଠୁମାଡ଼ି କୃଷ୍ଣସିଂହ. ମହାଭାରତ ବନ

୬. ଯଷ୍ଟି ଆଦିଦ୍ୱାରା ଆଘାତ —୬. Stroke with a stick.

(ଯଥା—ମାଷ୍ଟରେ ପିଲାକୁ ବେତରେ ୩ ବାଡ଼ି ପକେଇଲେ)

୭. ଜମି ମାପିବା ପଦିକା —୭. A rod for measuring land.
୮. ହଇଜା; ଓଲାଉଠା —୮. Cholera.

ବାଡ଼ି ସିଂହାରିଣୀ ଦେବୀ ନାରାୟଣି ନମସ୍ତୁତେ ଫକୀରମୋହନ. ଛମାଣ ଆଠଗୁଣ୍ଠ

୯. ଲୁଣ ତିଆରି କରିବା ନିମନ୍ତେ ଲୁଣୀମାଟି ସଂଗୃହୀତ ହୋଇ ରଖାଯିବା ସ୍ଥାନ —୯. A place where saline earth is collected for the manufacture of salt.

ମାଟି ସଂଗ୍ରହ ସ୍ଥାନର ନାମ ବାଡ଼ି ଫକୀରମୋହନ. ଗଳ୍ପସ୍ୱଳ୍ପ

୧. ଶୂଦ୍ରମାନଙ୍କର ବଂଶୋପାଧିବିଶେଷ —୧୦. A family-title of certain Ṡūdras.
୧୧. ଚାଟଶାଳୀରେ ଅବଧାନମାନେ ପିଲାଙ୍କୁ 'ଆ' କାର ଶିଖାଇବା ବେଳେ ରୂପକ ଆକାରରେ 'ଆ'ର ଯେଉଁ ନାମ ଦିଅନ୍ତି — ୧୧. The perpendicular line which is sub- joined to a constant in order to join 'ā' to, it, by way of a familiar simile, is called a stick by the teacher while teaching the use of the compound alphabates to beginners.

(ଯଥା—'କ'ରେ ବାଡ଼ି ଦେଲେ 'କା' ଖରେ ବାଡ଼ି ଖା)

ପ୍ରାଦେଶିକ - (ଗଞ୍ଜାମ ଗଡ଼ଜାତ) ବିଶେଷ୍ୟ - (ତୁଳ. ବଂ ଓ ହିନ୍ଦୀ. ବାଡ଼ି = ଋଣ ଦିଆଯିବାର ସୁଦ)[ସମ୍ପାଦନା]

ବିନା ସୁଧରେ ଟଙ୍କା ଧାର ଦେବା; ଉଧାର —Loan without interest.

ଅଣେ ଋଣ, ଦିଏ ବାଡ଼ି, ତା ମାଇପକୁ ନିଏହାଡ଼ି—ଢଗ