ବାପ

ଉଇକିଅଭିଧାନ‌ରୁ

ବାପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(ବପ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ମଞ୍ଜି ବୁଣିବା — ୧. Sowing seed.
୨. ଲୁଗା ବୁଣିବା —୨. Weaving.
୩. ନିଷେକ; ଗର୍ଭାଧାନ —୩. The ceremony of putting Semen into womb of wife; impregnating.
୪. ମୁଣ୍ଡନ; କ୍ଷୌର (ହିନ୍ଦୀ - ଶ.) —୪. Shaving.
୫. (+ଅଧିକରଣ. ଅ) କ୍ଷେତ୍ର (ହିନ୍ଦୀ - ଶ.) — ୫. Agricultural field; plot of cultivated land.

୬ : (+କର୍ତ୍ତୃ. ଅ) ବୀଜ ବୁଣିବା ବ୍ୟକ୍ତି — ୬. A sower of seeds.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବପ୍ର; ବପ୍ତା= ଜଲକ; ପିତା)[ସମ୍ପାଦନା]

୧. ପିତା; ବାପା; ବାବା —୧. Father.
୨. ପିତୃ ସ୍ଥାନୀୟ ଗୁରୁଜନ —୨. One's elder who is like one's father.

[ଦ୍ରଷ୍ଟବ୍ୟ — ଆପଣାଠାରୁ ଯୋଗ୍ୟତର ବା ପୂଜନୀୟ ବ୍ୟକ୍ତି ବା ଅଧିକ କ୍ଷମତାଶାଳୀ ବ୍ୟକ୍ତି ଅର୍ଥରେ ଏ ଶବ୍ଦ ବ୍ୟବହୃତ ହୁଏ ]

(ଯଥା—ଆପଣାଙ୍କ ହୁକୁମ ନ ମାନିବାକୁ ମୋ ବାପର ସାଧ୍ୟ ନାହିଁ—ଅର୍ଥାତ୍ ମୋ କଥା ଦୂରେ ଥାଉ, ମୋ ଅପେକ୍ଷା କ୍ଷମତାଶାଳୀ ବ୍ୟକ୍ତିର ମଧ୍ୟ ସାଧ୍ୟ ନାହିଁ ]

୩. ପ୍ରକୃତରେ ଯାହା ବୀର୍ଯ୍ୟରୁ ମାତୃଗର୍ଭରେ ମନୁଷ୍ୟ ଜନ୍ମେ —୩. The real progenitor of a person, as opposed to the putative father.

ଚିତ୍ତ ଜାଣେ ପାପ, ମା ଜାଣେ ବାପ=ଢଗ

ଅନୁବାଦ[ସମ୍ପାଦନା]

ଦେଶଜ - ଅ.[ସମ୍ପାଦନା]

ହେ. ବତ୍ସ ! (ପୁତ୍ରସ୍ଥାନୀୟ ବ୍ୟକ୍ତି ପ୍ରତି ସ୍ନେହ ସମ୍ୱୋଧନ) —An exclamation of fondness to one's younger.

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

ଶ୍ରେଷ୍ଠ; ଗରିଷ୍ଠ —Superior to; best of all.

ଅଛି ଯେତେ ତାପ ଅନଙ୍ଗ ଦେବତା ସବୁରି ବାପ ଅଭିମନ୍ୟୁ ବିଧଗ୍ଧଚିନ୍ତାମଣି