Jump to content

ବାବୁ

ଉଇକିଅଭିଧାନ‌ରୁ

ବାବୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବାବୁଆଣୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା; ହିନ୍ଦୀ ବାପୁ; ତୁଳ. ସଂସ୍କୃତ - ବସ୍ତା)[ସମ୍ପାଦନା]

୧. ବଙ୍ଗ ଓ ଉତ୍କଳରେ ଭଦ୍ର ବ୍ୟକ୍ତିମାନଙ୍କ ନାମ ପୂର୍ବରେ ଲାଗିବା ସମ୍ମାନସୂଚକ ଉପାଧି — ୧. A respectful address prefixed to the names of gentlemen, corresponding to English Mr. or Esq.

[ଦ୍ରଷ୍ଟବ୍ୟ —ବାବୁ ଶବ୍ଦର ଏହି ଅର୍ଥରେ ବ୍ୟବହାର ବଙ୍ଗ ଦେଶରୁ ଆମ ଦେଶକୁ ଆସିଅଛି ଫାରସୀରେ ପିତା, ବୃଦ୍ଧ, ମାନ୍ୟ ଓ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କୁ 'ବାବୁ' ସମ୍ୱୋଧନ କରାଯାଏ ମୁସଲମାନ ଯୁଗ ପୂର୍ବେ ବଙ୍ଗଳାରେ ବାପୁ ଶବ୍ଦ ବ୍ୟବହାର ଥିଲା ମୁସଲମାନ ଯୁଗରେ ଉର୍ଦ୍ଦୁରେ 'ବାବା' ବ୍ୟବହାରରୁ 'ବାବୁ' ବ୍ୟବହାର ଚଳିଲା 'ବାବା' ଶବ୍ଦର ସ୍ତ୍ରୀଲିଙ୍ଗ 'ବିବୀ' ଉତ୍କଳରେ ପୂର୍ବେ ବାତ୍ସଲ୍ୟ ସମ୍ୱୋଧନରେ 'ବାବୁ' ଶବ୍ଦ ବ୍ୟବହୃତ ହେଉଥିଲା ଓ ରାଜଙ୍କ ବିରାଦରମାନଙ୍କୁ 'ବାବୁ' ବୋଲାଯାଏ ହିନ୍ଦୁମାନଙ୍କୁ ବାବୁ ଓ ମୁସଲମାନମାନଙ୍କୁ ମିଆଁ ବୋଲାଯାଏ ଗୁଜରାଟ ଓ ମାରବାଡ଼ି ଅଞ୍ଚଳରେ ପିତାଙ୍କୁ 'ବାପୁ' ବୋଲି ସମ୍ୱୋଧନ କରାଯାଏ]

୨. ପ୍ରଭୁ; କର୍ତ୍ତା; ଖାମିଦ; ସାଆନ୍ତ —୨. Lord; master
୩. ଗୃହକର୍ତ୍ତା —୩. Master of the house; lord of the house.
୪. ରାଜାଙ୍କ ବିରାଦର —୪. Kinsman of a Raja.
୫. ଇଂରାଜଶିକ୍ଷିତ ନବ୍ୟ ସମ୍ପ୍ରଦାୟର ସବ୍ୟ ଭବ୍ୟ ହିନ୍ଦୁ ଯୁବକ —୫. An English educated Hindu youngman.


୬. ରସିକ ପୁରୁଷ; ନାଗର ବ୍ୟକ୍ତି ଲମ୍ୱଶାଟପଟାବୃତ ବ୍ୟକ୍ତି; ସଉକିନିଆ ଲୋକ —୬. A fop; a beau.
୭. ଅଳସୁଆ ଓ ସୁଖଭୋଗୀ ଧନୀ ବ୍ୟକ୍ତି; ସୁଖଭୋଗରେ ଅଭ୍ୟସ୍ତ ବ୍ୟକ୍ତି —୭. A lazy and comfortable man of means.
୮. ଅଫିସ ଆଦିର ପ୍ରଧାନ ହିନ୍ଦୁ କର୍ମଚାରୀ —୮. The head Hindu ministerial officer of an office.
୯. ପିତା; ବାପ —୯. Father.

ବାବୁ ଭାଇ ପୁଅ ଯେ ହୁଅନ୍ତେ ନିଧନ ଦ୍ରୌପଦୀ ଦେବୀଙ୍କର ହେଲା ଶୋକ ମନ କୃଷ୍ଣସିଂହ. ମହାଭାରତ

୧. ଧନୀ ବ୍ୟକ୍ତିଙ୍କ ବାମ ପରେ ଲାଗିବା ଉପାଧି — ୧୦. A title added to the name of a rich man.

ବିଶେଷ୍ୟ -[ସମ୍ପାଦନା]

୧. ବାତ୍ସଲ୍ୟାର୍ଥ ସମ୍ୱୋଧନ —୧. A fond address.

ଛାଟଟୁରେ ବାବୁ ଭୟ ନ କର କହନ୍ତି ମାଏ ଗୋ—ବଉତିଶା

୨. ସାଧାରଣ ଭଦ୍ର ବ୍ୟକ୍ତିଙ୍କର ଅନ୍ୟ ଭଦ୍ର ବ୍ୟକ୍ତିଙ୍କୁ ସମ୍ୱୋଧନ —୨. A term addressed to a gentleman by another.

[ଦ୍ରଷ୍ଟବ୍ୟ —ସାଧାରମ କଥାବାର୍ତ୍ତାରେ ଓ ପତ୍ରାଦିରେ ପୁରା ନାମ ପୂର୍ବରେ ବାବୁ ଲାଗେ, ଯଥା—ବାବୁ ବିଚ୍ଛନ୍ଦ ଚରଣ ପଟ୍ଟନାୟକ, କିମ୍ୱା କେବଳ ମୂଳ ନାମ ପରେ ବାବୁ ଶବ୍ଦ ଲାଗେ, ଯଥା— ବିଚ୍ଛନ୍ଦ ବାବୁ ମବଳ ନାମ ପୂର୍ବରେ ବାବୁ ଶବ୍ଦ ଲାଗିଲେ ତାହା ବାତ୍ସଲ୍ୟାର୍ଥକ ସମ୍ୱୋଧନ ବୁଝାଏ ତାଙ୍କର ଗୁରୁ ସ୍ଥାନୀୟ ବା ବୟୋଜ୍ୟେଷ୍ଠ ବନ୍ଧୁ ଉପରୋକ୍ତ ବ୍ୟକ୍ତିଙ୍କୁ ଡାକିବେ 'ବାବୁ ବିଚ୍ଛନ୍ଦ']

୩. ପ୍ରଭୁଙ୍କ ପ୍ରତି ସମ୍ୱୋଧନ —୩. A word used in addressing a master.

[ଦ୍ରଷ୍ଟବ୍ୟ —ବଙ୍ଗୀୟମାନେ ଏ ଦେଶକୁ ଆସିବା ପୂର୍ବରୁ ଓଡ଼ିଆ ଚାକରମାନେ ପ୍ରଭୁଙ୍କୁ ସାଆନ୍ତ ଓ ପ୍ରଭୁପତ୍ନୀଙ୍କୁ ସାଆନ୍ତାଣୀ ବୋଲି ସମ୍ୱୋଧନ କରୁଥିଲେ ବର୍ତ୍ତମାନ ପ୍ରଭୁଙ୍କୁ ବାବୁ ଓ ପ୍ରଭୁପତ୍ନୀଙ୍କୁ ଠାକୁରାଣୀ, ବାବୁଆଣୀ ବା ମାଆ ବୋଲି ସମ୍ୱୋଧନ କରିନ୍ତି]

ପ୍ରାଦେଶିକ - (ସମ୍ୱଲପୁର ଓ ସିଂହଭୂମି) ବିଶେଷ୍ୟ -[ସମ୍ପାଦନା]

ଛୋଟ ପୁରୁଷ ପିଲା — A male child.

[ଦ୍ରଷ୍ଟବ୍ୟ —ବାପ ମାଆ ପୁଅକୁ ମଧ୍ୟ ଏହି ସମ୍ୱୋଧନରେ ଡାକନ୍ତି]