ବାରୁଣୀ

ଉଇକିଅଭିଧାନ‌ରୁ

ବାରୁଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବରୁଣ+ଅପତ୍ୟାର୍ଥେ ଅ+ସ୍ତ୍ରୀ ଈ)[ସମ୍ପାଦନା]

୧. ବରୁଣ ବନ୍ୟା —୧. The daughter of the sea God.

[ଦ୍ରଷ୍ଟବ୍ୟ —ସମୁଦ୍ରମନ୍ଥନ ସମୟରେ କ୍ଷୀରୋଦ ସାଗରରୁ ଚନ୍ଦ୍ର, ସୁଧା ସ୍ୱାଧା, ଧନ୍ୱନ୍ତରି, ଅପ୍ସରା, ଉଚ୍ଚୈଶ୍ରବା, କୌସ୍ତୁର ଓ ଲକ୍ଷ୍ମୀଙ୍କ ସହିତ ବରୁଣ କନ୍ୟା ବାରୁଣୀ ମଧ୍ୟ ଉଠିଥିଲେ ଏହି ବରୁଣ କନ୍ୟା ସୁରାର ଅଧିଷ୍ଠାତ୍ରୀ ଦେବୀ କିନ୍ତୁ ବଙ୍ଗୀୟ କବି ମାଇକେଲ୍ ମଧୁସୂଧନ ତାଙ୍କ ମେଘନାଦ ବଧ କାବ୍ୟରେ ବରୁଣ ପତ୍ନୀ 'ବରୁଣାନୀ' ସ୍ଥଳରେ 'ବରୁଣୀ' ଶବ୍ଦ ପ୍ରୟୋଗ କରିଅଛନ୍ତି ଓ ଏ ପ୍ରୟୋଗରେ ଔଚିତ୍ୟ ସମ୍ୱନ୍ଧେ କହିଛନ୍ତି ଯେ 'ବାରୁଣୀ' ଶବ୍ଦ ତାଙ୍କୁ ଶ୍ରୁତିମଧୁର ହେବାରୁ ସେ ସଂସ୍କୃତ ବ୍ୟାକରଣର ନିୟମକୁ ଲଙ୍ଗନ କଲେ; କିନ୍ତୁ ହିନ୍ଦୀ ଶବ୍ଦସାଗରରେ ଏ ଶବ୍ଦର ଏକ ଅର୍ଥ ବରୁଣ ପତ୍ନୀ ଦିଆଯାଇ ଅଛି]

୨. ସୁରା; ମଦିରା —୨. Wine.

[ଦ୍ରଷ୍ଟବ୍ୟ —ପୂନର୍ନବା ବା ପୁରାଣୀଶାଗରୁ, ତାଳ ବା ଖଜୁରି ରସରୁ, ଷାଠିକା ଧାନର ଚାଉଳରୁ ଓ କଦମ୍ୱ ଫଳରୁ ପ୍ରସ୍ତୁତ ମଦକୁ ବାରୁଣୀ ବୋଲାଯାଏ—ହିନ୍ଦୀ - ଶ.]

୩. ଦୂର୍ବା —୩. The Dūrbā.
୪. ପଶ୍ଚିମ ଦିଗ —୪. The west.
୫. ଶତଭିଷା ନକ୍ଷତ୍ର —୫. The ୨୪th asterism.
୬. ଶତଭିକ୍ଷା ନକ୍ଷତ୍ର ଯୁକ୍ତ ଚୈତ୍ର କୃଷ୍ଣ ତ୍ରୋୟୋଦଶୀ —The ୧୩th day of the dark fortnilght of Ch&aline;i̱tra when it tallies with the ୨୪th asterism.
୭. ବାରୁଣୀ ଗଙ୍ଗାସ୍ନାନ ଯୋଗ —୭. The auspicious time for having a bath in the Ganges on the ୧୩th day of the dark fortnight of Ch&aline;i̱tra.
୮. ଗଣ୍ଡଦୂର୍ବା (ହିନ୍ଦୀ - ଶ.) —୮. A kind of bulbous-rooted grass.
୯. ଭୂଇଁ ଅଅଁଳା (ହିନ୍ଦୀ - ଶ.) (ଦେଖ) - —୯. Bhūiñ a-añlā (See)
୧. ଘୋଟକର ଗତିବିଶେଷ (ହିନ୍ଦୀ - ଶ.) —୧୦. A kind of horse's motion.
୧୧. ଇନ୍ଦ୍ରବାରୁଣୀ ଲତା (ହିନ୍ଦୀ - ଶ.) —୧୧. The colocassia creeper.
୧୨. ମାଈହାତୀ; ହାତୁଣୀ (ହିନ୍ଦୀ - ଶ.) —୧୨. A female elephant
୧୩. ବରୁଣାନୀ; ବରୁଣପତ୍ନୀ (ହିନ୍ଦୀ - ଶ.) — ୧୩. The wife of the sea-god.


ଦେଶଜ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

ବରୁଣ ସମ୍ୱନ୍ଧୀୟ —(feminine) Relating to Baruṇa

ବିଧି ବିଧି ଗଲା ବାରୁଣୀ ଶୋଭା ରୀତି ତାକୁ ଦେଲା ଭଞ୍ଜ. ବୈଦେହିଶବିଳାସ