ବାଳି

ଉଇକିଅଭିଧାନ‌ରୁ

ବାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବାଳ+ଇ; ଜନନୀଙ୍କ କେଶରୁ ଏହାଙ୍କର ଜନ୍ମ ହୋଇ ଥିବାରୁ)[ସମ୍ପାଦନା]

କିସ୍କିନ୍ଧ୍ୟାର ମକଟ ରାଜା; ଇନ୍ଦ୍ରପୁତ୍ର; ଋକ୍ଷରାଜାଙ୍କ ପୁତ୍ର; ସୁଗ୍ରୀବଙ୍କ ଜ୍ୟୋଷ୍ଠ ଭ୍ରାତା —Name of a monkey king, brother of Sugrība.

[ଦ୍ରଷ୍ଟବ୍ୟ —ପୁରାଣରେ କଥିତ ଅଛି ଯେ ବ୍ରହ୍ମା ମେରୁ ପର୍ବତରେ ତପସ୍ୟା କରୁ ତାଙ୍କ ଆଖିରୁ ଗଡ଼ିବା ଲୁହରୁ ଋକ୍ଷରାଜ ନାମକ ବାନର ଉତ୍ପନ୍ନ ହେଲା ଋକ୍ଷରାଜ ଏକଦା ଆପଣା ଛାୟାକୁ ପାଣିରେ ପ୍ରତିବିମ୍ୱିତ ହେବାର ଦେଖି ସେ ରୂପରେ ମୁଗ୍ଧ ହୋଇ ପାଣିକୁ ଡ଼େଇଁ ପଡ଼ିଲା ଏବଂ ପାଣିରୁ ଉଠିଲା ବେଳକୁ ଗୋଟିଏ ସୁନ୍ଦରୀ ସ୍ତ୍ରୀ ରୂପ ଧାରଣ କଲା ଇନ୍ଦ୍ର ଓ ସୂର୍ଯ୍ୟ ଉକ୍ତ ସ୍ତ୍ରୀ ରୂପ ଦେଖି ମୋହିତ ହେଲେ ଇନ୍ଦ୍ରଙ୍କ ରେତଃ ଉକ୍ତ ସ୍ତ୍ରୀର ମସ୍ତକର କେଶ (ବାଳ)ରେ ପଡ଼ିଲା ଓ ସୂର୍ଯ୍ୟଙ୍କ ରେତଃ ଗଳା (ଗ୍ରୀବା)ରେ ପଡ଼ିଲା ଇନ୍ଦ୍ରଙ୍କ ବୀର୍ଯ୍ୟରୁ ବାଳି ଓ ସୂର୍ଯ୍ୟଙ୍କ ବୀର୍ଯ୍ୟରୁ ସୁଗ୍ରୀବ ଉତ୍ପନ୍ନ ହେଲେ କିଛି ଦିନ ପରେ ଉକ୍ତ ସ୍ତ୍ରୀ ପୁଣି ପୂର୍ବତନ ପୁରୁଷ ରୂପରେ ପରିବର୍ତ୍ତିତ ହୋଇଗଲା ବ୍ରହ୍ମାଣ ଆଜ୍ଞାରେ ଉକ୍ତ ପରୁଷ (ଋକ୍ଷରାଜ) କିଷ୍କିନ୍ଧାରେ ରାଜତ୍ୱ କଲା ଥରେ ବାଳି ଗୋଟାଏ ଦୈତ୍ୟ ପଛରେ ଗୋଡ଼ାଇ ପାତାଳରେ ପ୍ରବେଶ କଲା ଓ ଏହି ଅବସରରେ ସୁଗ୍ରୀବ ତା ରାଜ୍ୟ ମାଡ଼ି ବସିଲା ପାତାଳରୁ ଫେରି ଆସି ବାଳି ସୁଗ୍ରୀବକୁ ତଡ଼ି ନିଜ ସ୍ତ୍ରୀ ତାରା ଓ ସୁଗ୍ରୀବର ସ୍ତ୍ରୀ ରୁମା ସଙ୍ଗେ ଘର କରି ରହିଲା ସୁଗ୍ରୀବ ପଳାଇ ଯାବ ମତଙ୍ଗ ମୁନିଙ୍କ ଆଶ୍ରମରେ ଆଶ୍ରୟ ନେଲା ଥରେ ରାବଣ କିଷ୍କିନ୍ଧ୍ୟା ଆକ୍ରମଣ କଲା ସେ ସମୟରେ ବାଳି ଦକ୍ଷିଣ ସାଗରରେ ସନ୍ଧ୍ୟା କରୁଥିଲା ରାବଣକୁ ଦେଖି ବାଳି ତାକୁ କାଖରେ ଜାକି ଦେଲା ରାବଣ ହାର ମାନିବାରୁ ବାଳି ତାକୁ ଛାଡ଼ି ଦେଲା ରାବଣ ସୀତାଙ୍କୁ ହରଣ କରି ନେବାରୁ ରାମଚନ୍ଦ୍ରଙ୍କର ସୁଗ୍ରୀବ ସଙ୍ଗେ ମିତ୍ରତା ହେଲା ଓ ସୁଗ୍ରୀବର ଅନୁରୋଧରେ ରାବଣ ବାଳିକୁ ବଧ କଲେ ଓ ସୁଗ୍ରୀବକୁ କିଷ୍କିନ୍ଧ୍ୟାର ରାଜା ଓ ବାଳିପୁତ୍ର ଅଙ୍ଗଦକୁ ଯୁବରାଜ କଲେ—ହିନ୍ଦୀ - ଶ.]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

୧. ସ୍ତ୍ରୀଲୋକମାନଙ୍କ କର୍ଣ୍ଣାଳଙ୍କାର ବିଶେଷ; ବାଉଳି —୧. A kind of ear ring.
୨. ଏକ ପ୍ରକାର ସାନ କଉଡ଼ି — ୧. A small cowrie for playing.

[ଦ୍ରଷ୍ଟବ୍ୟ —ଏହା ଖେଳରେ ବ୍ୟବହୃତ ହୁଏ]