ବାୟୁ

ଉଇକିଅଭିଧାନ‌ରୁ

ବାୟୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବା ଧାତୁ=ବହିବା+କର୍ତ୍ତୃ. ଉ)[ସମ୍ପାଦନା]

୧. ପବନ —୧. Air.

[ଦ୍ରଷ୍ଟବ୍ୟ —ବିଜ୍ଞାନ ମତରେ ନାଇଟ୍ରେଜେନ୍ ଅକ୍ସିଜେନ୍ ନାମକ ଦୁଇଟି ବାଷ୍ପର ସମ୍ମିଶ୍ରଣରେ ବାୟୁ ଜାତ ହୁଏ ହିନ୍ଦୁମାନଙ୍କ ମତରେ ବାୟୁ ପଞ୍ଚ ମହାଭୂତ ମଧ୍ୟରୁ ଏକତମ; ବୈଦେଷିକ ଦର୍ଶନ ମତରେ ବାୟୁ ରୂପରହିତ, ସ୍ପର୍ଶବାନ୍ ଓ ନିତ୍ୟ ଦ୍ରବ୍ୟ ଅଟେ ନ୍ୟାୟ ଦର୍ଶନ ମତରେ ବାୟୁ ପଞ୍ଚଭୂତ ମଧ୍ୟରୁ ଏକତମ ଓ ଏଥିର ଗୁଣ ସ୍ପର୍ଶ ଓ ଏଥିରୁ ସ୍ପର୍ଶେନ୍ଦ୍ରିୟର ଉତ୍ପନ୍ନ ବୋଲି ବୋଲା ଯାଇଅଛି ବୈଦେଷିକ ଦଶନରେ ସ୍ପର୍ଶ ଗୁଣ ଛଡ଼ା ବାୟୁର ସଂଖ୍ୟା, ପରିମାଣ, ପୃଥକ୍ତ୍ୱ, ସଂଯୋଗ, ବିଭାଗ, ପରତ୍ୱ, ଅପରତ୍ୱ ଓ ବେଗ ଗୁଣମାନ ଅଛି ସାଂଖ୍ୟ ଦର୍ଶନରେ ବାୟୁର ଉତ୍ପତ୍ତି ସ୍ପର୍ଶ ତନ୍ନାତ୍ରାରୁ ହୋଇଥିବାର କଥିତ ଉପନିଷଦମାନଙ୍କରେ ଆକାଶରୁ ବାୟୁର ଉତ୍ପତ୍ତି ବୋଲି ବୋଲା ଯାଇଅଛି

ହିନ୍ଦୁ ଶାସ୍ତ୍ର ଅନୁସାରେ ପୃଥିବୀକୁ ବାୟୁର ୭ଟି ସ୍ତର ଉପର୍ଯ୍ୟୁପରି ବେଢ଼ିଅଛି, ଯଥା—ଆବହ, ପ୍ରବହ, ସଂବହ, ଉଦ୍ୱହ, ବିବହ, ପରିବହ ଓ ପରାବହ]

୨. ନିଃଶ୍ୱାସ ପବନ; ପ୍ରାଣ ବାୟୁ —୨. The vital air; the breath of life.

[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ର ମତରେ ପ୍ରାଣ ବାୟୁ ୫ଟି ଯଥା—ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ ତନ୍ତ୍ରାଦି ମତରେ ଶରୀରରେ ଥିବା ବାୟୁର ସଂଖ୍ୟା ୭ ଓ ଏହି ୭ଟି ଯଥାକ୍ରମେ ୭ ଭାଗ ଲେଖାଏଁ ହୋଇ ୪୯: ଟିରେ ବିଭକ୍ତ]

୩. ଶରୀରସ୍ଥ କୂପିତ ବାୟୁ; ବାତ —୨. Morbid affectation of the windy humour; the deranged humour of wind in the system.

[ଦ୍ରଷ୍ଟବ୍ୟ —ଆୟୁର୍ବେଦ ମତରେ ଶରୀରର କ୍ରିଧାତୁ ବାତ, ପିତ୍ତ ଓ କଫ ମଧ୍ୟରେ ବାୟୁ ଏକତମ ଏହା କୂପିତ ହେଲେ ମନୁଷ୍ୟ ବାତୁଳ ହୁଏ ଓ ପେଟ ଫମ୍ପା ମଧ୍ୟ କୂପିତ ବାୟୁର ଫଳ ଶ୍ଳୀପଦ, ଫୁସ୍ଫୁସ୍ର ରୋଗ (ନିଉମୋନିଆ) ଓ ବାତ ସନ୍ନିପାତ (ଟାଇଫଏଡ୍) କୂପିତ ବାୟୁର ଫଳ ଥିବାର କଥିତ ଆୟୁର୍ବେଦରେ କଥିତ ବାୟୁକୁ ଆଧୁନିକ ଚିକିତ୍ସା ବିଜ୍ଞାନ ଅନୁସାରେ ଦେହରେ ସ୍ନାୟୁବିକ ଯନ୍ତ୍ରମଣ୍ଡଳ (nervous system) ବୋଲାଯାଇ ପାରେ ଯୋଗେଶ୍ଚନ୍ଦ୍ର]

୪. ଅଧୋବାୟୁ —୪. Wind passed through the anus.
୫. ଉତ୍ତର ପଶ୍ଚିମ କୋଣ —୫. The north-west quarter.
୬. ଉତ୍ତର ପଶ୍ଚିମ କୋଣର ରକ୍ଷକ ଦେବ; ପବନ ଦେବ —୬. The wind-God according to the Hindus; the presiding Deity of the north west quarter of the earth.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବାତିକ; ଖିଆଲ — ୧. Whim; humour.
୨. ବାତୁଳତା —୨. Madness; mania
୩. ବ୍ୟକ୍ତିବିଶେଷଙ୍କର କୌଣସି ବିଶିଷ୍ଟ ବିଷୟ ପ୍ରତି ଜୀବନବ୍ୟାପୀ ସ୍ଥାୟୀ ଝୁଙ୍କ —୩. Hobby; fixed idea; monomania.