ବିଚାର

ଉଇକିଅଭିଧାନ‌ରୁ

ବିଚାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ)[ସମ୍ପାଦନା]

୧. ତତ୍ତ୍ୱ ନିର୍ଣ୍ଣୟ; ଯାଥାର୍ଥ୍ୟ ନିର୍ଣ୍ଣୟ — ୧. Ascertainment of the actual state of things.
୨. ତର୍କବିତର୍କ —୨. Discussion.
୩. ବ୍ୟବସ୍ଥା —୩. Prescription.
୪. ବିବେଚନା; ଚିନ୍ତା; —୪. Consideration; tought; reflertion; deliberation,
୪. ପ୍ରଭେଦ ଜ୍ଞାନ — ୪. Discrimination; discernment.
୫. ମୀମାଂସା; ନିଷ୍ପତି; ନିର୍ଣ୍ଣୟ —୫. Dicision; settlement.
୬. ଭଲ ଓ ମନ୍ଦର ପରୀକ୍ଷା —୬. Examination; diserimination between right and
Wrong.

୭. ବିପକ୍ଷ ପକ୍ଷଙ୍କ ବିବାଦର ସତ୍ୟାସତ୍ୟ ନିରୁପଣ —୭. Finding; out of the truth between the opposite parties,
୮. ଅଦାଲତରେ ବିଚାର; ନ୍ୟାୟ ନିଷ୍ପାପ —୮. A judical trial.
୯. ଅନୁସନ୍ଧାନ —୯. Investigation (Apte).
୧. ନିର୍ବାଚନ; ମନୋନାୟକ —୧୦. Selection (Apte).
୧୧. ସନ୍ଦେହ —୧୧. Doubt; hesitation (Apte).
୧୨. ପୂର୍ବାପରି ବିବେଚନା —୧୨. Prudence; circumspection.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପରାମର୍ଶ —୧. Advice; consultation.

[ଉ— ଏହି ବିଷୟରେ ଯେ ଶମ୍ୱର ଅସୁର , ପୁରନ୍ଦରଙ୍କର ପଡ଼ିଛି ଯା ବିଚାର କୃଷ୍ଣସିଂହ ମହାଭାରତ ଅନୁଶାସନ ]

୨. ଉପାୟ ସମ୍ୱନ୍ଧେ ଚିନ୍ତା —୨. Thought about some plan or means.