ବିଭାଗ

ଉଇକିଅଭିଧାନ‌ରୁ

ବିଭାଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବି+ଭଜ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ଭାଗ; ଅଂଶ — ୧. A share.
୨. ବଣ୍ଟନ —୨. Division.
୩. ବଣ୍ଟରା —୩. Partition.
୪. (+କର୍ମ. ଅ) ଦାୟ ବା ପୈତୃକ ସମ୍ପତ୍ତିର ଦାୟାଦମାନଙ୍କ ମଧ୍ୟରେ ବଣ୍ଟନ — ୪. Partition of paternal estate.
୫. ଖଣ୍ଡ —୫. Piece; lot.
୬. (ଗଣିତ) ଭଗ୍ନାଂଶର ଭାଜ୍ୟ ସଂଖ୍ୟା — ୬. (mathematics) The numberator of a fraction.
୭. (ଗଣିତ) ଭଗ୍ନାଂଶ —୭. (mathematics) Fraction.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସରକାରୀ ବା ସାଧାରଣ କର୍ମର ଓ କର୍ମଚାରୀଙ୍କର ବିଭାଗ; ଡିପାର୍ଟନେଣ୍ଟ; ଇଲାକା — ୧. A department of Government; public department an establishment.
୨. ରାଜ୍ୟ ଶାସନାର୍ଥ କୃତ ପ୍ରଦେଶର ସ୍ୱତନ୍ତ୍ର ଅଂଶ —୨. A division of a province.

(ଯଥା—ଓଡ଼ିଶା ବିଭାଗ)

[ଦ୍ରଷ୍ଟବ୍ୟ — ଇଂରାଜୀ ଶାସିତ ଭାରତବର୍ଷ କେତେଗୁଡ଼ିଏ ପ୍ରଦେଶରେ, ପ୍ରତ୍ୟେକ ପ୍ରଦେଶ କେତେକ ବିଭାଗରେ, ପ୍ରତ୍ୟେକ ବିଭାଗ ଗୁଡ଼ିଏ ଜିଲ୍ଲାରେ, ପ୍ରତ୍ୟେକ ଜିଲ୍ଲା କେତେକ ସବ୍ଡ଼ିଭିଜନ୍ ବା ମହକୁମାରେ ପ୍ରତି ସବ୍ଡ଼ିଭିଜନ୍ କେତେକ ଥାନାରେ ଓ ପ୍ରତ୍ୟେକ ଥାନା କେତେଗୁଡ଼ିଏ ଗ୍ରାମପୁଞ୍ଜି ବା ପ୍ରଗନାରେ ବିଭକ୍ତ ହୋଇଅଛି]