Jump to content

ବିରାଡ଼ି

ଉଇକିଅଭିଧାନ‌ରୁ

ବିରାଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିରାଳ)

[ସମ୍ପାଦନା]

ଗୃହପାଳିତ ଚତୁଷ୍ପଦ ଜନ୍ତୁବିଶେଷ; ମାର୍ଜାର; ବିଡ଼ାଳ—The domestic cat; Felis Catus.

[ଦ୍ରଷ୍ଟବ୍ୟ —ନାନାବର୍ଣ୍ଣର ବିରାଡ଼ି ଦେଖାଯାଆନ୍ତି ଏମାନେ ମତ୍ସ୍ୟ, ମାଂସ, ଦୁଗ୍ଧ, ଅନ୍ନ ଆଦି ଖାଆନ୍ତି ଏମାନେକ ଖୁବ୍ ପୋଷ ମାନନ୍ତି ପୋଷ ବିରା଼ଡ଼ିକୁ ସ୍ନେହରେ ପୁଷି ସଂବୋଧନ କରାଯାଏ ଏମାନଙ୍କ ପାଦର ପଞ୍ଝାରେ ନଖ ଥାଏ ସାଧାରଣତଃ ଏ ନଖମାନ ପାଦ ତଳର ମାଂସଳ ଅଂଶ ମଧ୍ୟରେ ବୁଡ଼ି ରହିଥାଏ ବିରାଡ଼ି ରାଗିଗଲେ ସେ ନଖମାନ ଖୋପ ମଧ୍ୟରୁ ବାହାରି ପଡ଼େ ଏମାନେ ନଖରୁ ଶସ୍ତ୍ରରୂପେ ବ୍ୟବହାର କରନ୍ତି ଓ ଘରର ଚାଳ, କାନ୍ଥ ଓ ଗଛ ଉପରେ ଚଢ଼ି ମୂଷା ଓ କ୍ଷୂଦ୍ର ପକ୍ଷୀ ଆଦିକୁ ଧରି ଖାଆନ୍ତି ଏମାନଙ୍କ ଅନ୍ଧାର ରାତିରେ ଭଲ ଦେଖାଯାଏ ଏମାନଙ୍କ ଋତୁକାଳ ଆଶ୍ୱିନ ଓ କାର୍ତ୍ତିକ, ଏବଂ ପୁଷ ମାଘରେ ଏମାନଙ୍କର ପିଲା ଜନ୍ମ ହୁଅନ୍ତି ଜନ୍ମ ବେଳେ ଶିଶୁମାନଙ୍କର ଆଖି ଫିଟି ନ ଥାଏ ଏକଜାତୀୟ ବିରାଡ଼ି ବଣରେ ଥାଆନ୍ତି ଏମାନଙ୍କୁ ବଣଭୂଆ ବା କଟାସ ବୋଲାଯାଏ ଅଣ୍ଡିରା ବରାଡ଼ିକୁ 'ଭୂଆ' ବୋଲାଯାଏ ଭୂଆମାନେ ବିରାଡ଼ିଛୁଆଙ୍କୁ ଖାଇଯାଆନ୍ତି ବୋଲି ମାଈ ବିରାଡ଼ି ଆପଣାର ଛୁଆଙ୍କୁ ଲୁଚାଇ ରଖିଥାଏ ଏବଂ ଛୁଆଙ୍କୁ ବେକଶଣ୍ଢାରୁ କାମୁଡୢ ଧରି ବହୁବାର ସ୍ଥାନାନ୍ତରିତ କରିବାରେ ଲାଗି ଥାଏ ଏଥିପାଇଁ କୌଣସି ବ୍ୟକ୍ତି କୌଣସି ପଦାଥକୁ ବାରମ୍ୱାର ସ୍ଥାନାନ୍ତରିତ କଲେ 'ସେ ଅମୁକ ଜିନିଷକୁ ବିରାଡ଼ିଛୁଆ ଭଳି କରୁଛି' ବୋଲି କୁହାଯାଏ ବିରାଡ଼ି ମାନେ କୋମଳଶଯ୍ୟା ଓ ନିଭିଲା ଚୁଲିମୁଣ୍ଡ ଆଦି ଉଷୁମ ସ୍ଥାନରେ ଶୋଇବାକୁ ସୁଖ ପାଆନ୍ତି ପୋଷା ବାରାଡ଼ିଙ୍କୁ ଅନୁଲୋମ କରି ଆଉଁସିଲେ ସେ ଆନନ୍ଦରେ ଘୁଡ଼ୁଘୁଡ଼ୁ ଶବ୍ଦ କରେ ଏମାନେ ମନୁଷ୍ୟ୍ୟଙ୍କ ଦେହରେ ଘଷି ହେବାକୁ ସୁଖ ପାଆନ୍ତି କୁକୁରମାନେ ପ୍ରଭୂଭକ୍ତ ଏବଂ ପ୍ରଭୂ ସାଥିରେ ରହିବାକୁ ସୁଖ ପାଆନ୍ତି, ମାତ୍ର ବିରାଡ଼ିମାନଙ୍କର ପ୍ରଭୂ ଅପେକ୍ଷା ପ୍ରଭୂର ଗୃହ, ଅର୍ଥାତ୍ ଆପଣାର ରହିବା ସ୍ଥାନ ପ୍ରତି ବେଶୀ ମାୟାବନ୍ଧନ ଥିବାରୁ ଦେଖାଯାଏ ଏମାନେ ଜିଭଦ୍ୱାର ଦୁଧ, ଜଳ ଆଦି ପିଇବା ବେଳେ ଚାକୁ ଚାକୁ ଶବ୍ଦ କରନ୍ତି ବିରାଡ଼ି ବାଘଠାରୁ ଆତି ଛୋଟ, ମାତ୍ର ତାର ସବୁଅଙ୍ଗର ଗଢ଼ଣ ବାଘ ପରି]